ମାଟି ଗର୍ତ୍ତରୁ ମିଳିପାରେ ପୁନଃଜୀବନ, ୧୫୦ ଫୁଟ ଗଭୀର ବୋରୱେଲରୁ ୬୫ ଘଣ୍ଟା ପରେ ଉଦ୍ଧାର ହେବ ଦୁଇବର୍ଷର ଶିଶୁ

୧୫୦ ଫୁଟ ଗଭୀର ବୋଲୱେଲରେ ଗତ ୬୫ଘଣ୍ଟା ଧରି ବଞ୍ଚିବା ପାଇଁ ଲଢ଼ୁଥିବା ଦୁଇବର୍ଷର ଶିଶୁକୁ ପୁଣି ମିଳିପାରେ ନୂଆ ଜୀବନ। ଗର୍ତ୍ତରେ ପଡିବା ପରଠାରୁ ତାକୁ ବାହାର କରିବାର ପ୍ରୟାସ ଲଗାତାର ଜାରିରହିଛି।

ଘଟଣାଟି ରବିବାର ସନ୍ଧ୍ୟା ଅର୍ଥାତ୍ ଜୁନ୍ ୬ ସନ୍ଧ୍ୟା ୪ଟା ବେଳେ ସଂଙ୍ଗରୁର ଜିଲ୍ଲାର ଭଗବାନପୁରା ଗ୍ରାମରେ ଘଟିଥିଲା। ଗ୍ରାମବାସୀ ସୁଖବିନ୍ଦର ସିଂଙ୍କର ଦୁଇ ବର୍ଷର ପୁଅ ଫତେହବୀର ଖେତ ମଧ୍ୟରେ ଥିବା ବୋଲୱେଲରେ ପଡିଯାଇଥିଲା। ସୂଚନା ଅନୁଯାୟୀ, ଖେତ ମଧ୍ୟରେ ୧୦ବର୍ଷ ପୁରୁଣା ଏକ ବୋରୱେଲ ଉପରେ ଏକ ପଟା ଘୋଡାଇ ରଖାଯାଇଥିଲା। ଯାହା ବର୍ଷା ପାଇଁ ଦୁର୍ବଳ ହୋଇଯାଇଥିଲା। ଫଳରେ ଖେଳୁଖେଳୁ ଶିଶୁଟିର ଗୋଡ ସେହି ଗର୍ତ୍ତ ଉପରେ ଆସିବା ସହ ସେ ତାହା ମଧ୍ୟରେ ପଡିଯାଇଥିଲା।

borewell

ଫତେହବୀରଙ୍କ ଚିଲ୍ଲାଇବା ସ୍ବର ଶୁଣି ପିତାମାତା ସେଠାକୁ ଧାଇଁ ଆସିଥିଲେ। କିନ୍ତୁ ସେମାନେ ତାଙ୍କୁ ଧରିବାରେ ଅସଫଳ ହୋଇଥିଲେ। ଶିଶୁଟିକୁ ବଞ୍ଚାଇବା ପାଇଁ ଦୀର୍ଘ ଘଣ୍ଟା ଧରି ଚେଷ୍ଟା ଚାଲୁଥିବା ବେଳେ ସେଥିରେ ସଫଳ ହୋଇଛନ୍ତି ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଥିବ ବ୍ୟକ୍ତି। ଉଦ୍ଧାର ସମୟରେ ସିସିଟିଭି ମାଧ୍ୟମରେ ଲଗାତାର ଶିଶୁର ଗତିବିଧି ଉପରେ ନଜର ରଖାଯାଇଥିବା ବେଳେ ତାହାକୁ ଅକ୍ସିଜେନ୍ ମଧ୍ୟ ଦିଆଯାଉଛି। ତେବେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ସହ ଡ଼ାକ୍ତରୀ ମଇନା ପାଇଁ ଆମ୍ବୁଲାନ୍ସ ମଧ୍ୟ ଉପଲବ୍ଧ ଅଛି।