ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ, ଶପଥପାଠ କରାଇଲେ ଲେଫନାଣ୍ଟ ଗଭର୍ଣ୍ଣର

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ । ଦିଲ୍ଲୀର ଲେଫନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକେ୍ସନା ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଶପଥ ପାଠ କରାଇଛନ୍ତି । ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ । ଏହାସହିତ ମନ୍ତ୍ରୀ ଭାବେ ଗୋପାଳ ରାୟ ଏବଂ ସୌରଭ ଭରଦ୍ୱାଜ ଶପଥ ଦେଇଛନ୍ତି । କୈଳାଶ ଗେହଲଟ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ତେବେ ଦିଲ୍ଲୀ ସରକାରଙ୍କ କ୍ୟାବିନେଟରେ ୭ ଜଣ ସଦସ୍ୟ ଥିବାବେଳେ ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୬ ଜଣ ସଦସ୍ୟ ଅଛନ୍ତି। କ୍ୟାବିନେଟରେ ସପ୍ତମ ସଦସ୍ୟ କିଏ ହେବେ, ସେନେଇ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇ ନାହିଁ ।

୪୩ ବର୍ଷୀୟ ଆତିଶୀ ସୁଷମା ସ୍ୱରାଜ ଓ ଶୀଲା ଦିକ୍ଷୀତଙ୍କ ପରେ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଇଡି ଗତ ମାର୍ଚ୍ଚ ୨୧ ତାରିଖରେ ତାଙ୍କୁ ଗିରଫ କରିଥିଲା । ସେ ୬ ମାସ ଜେଲରେ ରହିବା ପରେ ସେପ୍ଟେମ୍ବର ୧୪ରେ ସୁପ୍ରିମକୋର୍ଟରୁ ଜାମିନ ପାଇଥିଲେ । ଏହା ପରଦିନ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ ।  ଏହି ଘୋଷଣାର ଦୁଇ ଦିନ ପରେ କେଜ୍ରିୱାଲ ନିଜ ପଦରୁ ଇସ୍ତଫା ଦେଇଥିଲେ ଏବଂ ବିଧାୟକ ଦଳ ବୈଠକରେ ଆତିଶୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିଲା । ଆପ୍‌ ବିଧାୟକ ଦଳ ବୈଠକ ପୂର୍ବରରୁ ୨ ଜଣ ରେସରେ ଥିଲେ । ଆତଶୀ ଏବଂ କୈଳାଶ ଗେହଲଟଙ୍କ ନାମ ଆଗରେ ରହିଥିଲା ।  ଏହାପରେ ଆତିଶୀ ଉପରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like