୧୦୦ ମାରିଲେ ଏଟିଏମ୍ରୁ ବାହାରୁଛି ୫୦୦ ଟଙ୍କା, ୫ ଗୁଣା ଅଧିକ ପଇସା ନେବାକୁ ଲାଗିଲା ଲୋକଙ୍କ ଭିଡ଼
ମହାରାଷ୍ଟ୍ର: ଏଟିଏମ୍ରେ ଆମେ ଯେତିକି ଟଙ୍କା ଟାଇପ୍ କରୁ ସେତିକି ଟଙ୍କା ହିଁ ବାହାରେ। କିନ୍ତୁ ଯଦି ଆପଣ ଏଟିଏମ୍ ମେସିନ୍ରେ ୧୦୦ ଟଙ୍କାର କ୍ୟାସ୍ ବାହାର କରିବାକୁ ଚାହୁଁଛନ୍ତି, କିନ୍ତୁ ଏଟିଏମ୍ରୁ ୫୦୦ ଟଙ୍କା ବାହାରୁଛି ତେବେ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ୍ କଥା। ଏଥିସହ ଏହା ଏକ ଖୁସିର କଥା ମଧ୍ୟ। ଏଭଳି ଘଟଣା ସତସତିକା ଘଟିଛି ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ଖାରଖେଡ଼ା ଅଞ୍ଚଳରେ।
ଏଠାରେ ବୁଧବାର ଏକ ପ୍ରାଇଭେଟ୍ ବ୍ୟାଙ୍କର ଅଟୋମେଟେଡ୍ ଟେଲର ମେସିନ୍ (ଏଟିଏମ୍)ରୁ ଟାଇପ୍ କରାଯାଇଥିବା ଟଙ୍କା ବଦଳରେ ୫ ଗୁଣ ଅଧିକ ଟଙ୍କା ବାହାରିଥିଲା। ଏହି ଏଟିଏମ୍କୁ ଜଣେ ବ୍ୟକ୍ତି ୫୦୦ ଟଙ୍କା ଉଠାଇବାକୁ ଯାଇଥିଲେ। ଏଥିପାଇଁ ସେ ୫୦୦ ଟଙ୍କା ଟାଇପ୍ କରିଥିଲେ। କିନ୍ତୁ ଏଟିଏମ୍ରୁ ଗୋଟିଏ ୫୦୦ ଟଙ୍କା ବଦଳରେ ୫ଟି ୫୦୦ ଟଙ୍କିଆ ନୋଟ୍ ବାହାରିଥିଲା। ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତା’ ପରେ ସେ ପୁଣିଥରେ ୫୦୦ ଟଙ୍କା ବାହାର କରିଥିଲେ। କିନ୍ତୁ ଏଥରକ ବି ୨୫୦୦ ଟଙ୍କା ବାହାରିଥିଲା। ସେ ବୁଝିଯାଇଥିଲେ ଯେ ଏହି ଏଟିଏମ୍ରୁ ୫ ଗୁଣ ଅଧିକ ଟଙ୍କା ବାହାରୁଛି।
💸ATM dispenses 5 times extra cash in #Maharashtra; people rush to withdraw money
💸A man was in for a surprise when he tried to withdraw Rs 500 from an #ATM, but got Rs 2,500!
💸How did this happen? The Rs 500 notes were kept in the ATM tray meant to dispense Rs 100 notes pic.twitter.com/l2SqvYXPU8
— ET NOW (@ETNOWlive) June 16, 2022
ଏ ନେଇ ବ୍ୟକ୍ତି ଜଣକ ସ୍ଥାନୀୟ ଲୋକଙ୍କୁ କହିବାରୁ ଏହି ଏଟିଏମ୍ରୁ ଟଙ୍କା ନେବା ପାଇଁ ଲୋକଙ୍କ ଭିଡ଼ ଜମି ଯାଇଥିଲା। ଲୋକମାନେ ଏହି ଏଟିଏମ୍କୁ ୫ ଗୁଣା ଅଧିକ ପଇସା ନେବାକୁ ଲାଇନ୍ ଲଗାଇ ଠିଆ ହୋଇ ଯାଇଥିଲେ। ତେବେ ଏ ନେଇ ପୋଲିସ ପାଖରେ ଖବର ପହଞ୍ଚିବା ପରେ ସେମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଏଟିଏମ୍କୁ ବନ୍ଦ କରିଛନ୍ତି।
ଖବର ପାଇଁ ବ୍ୟାଙ୍କ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ବ୍ୟାଙ୍କ ଅଧିକାରୀଙ୍କ କହିବାନୁସାରେ, ୧୦୦ ଟଙ୍କା ରଖାଯାଇଥିବା ଟ୍ରେରେ ଭୁଲରେ ୫୦୦ ଟଙ୍କିଆ ନୋଟ୍ ରଖି ଦିଆଯାଇଥିଲା। ଫଳରେ ୧୦୦ ଟଙ୍କା ଜାଗାରେ ୫୦୦ ଟଙ୍କା ବାହାରୁ ଥିଲା। ଏ ନେଇ ଜାଣିବା ପରେ ତୁରନ୍ତ ଏଟିଏମ୍କୁ ବନ୍ଦ କରି ଦିଆଯାଇଛି ବୋଲି ବ୍ୟାଙ୍କ ଅଧିକାରୀ କହିଛନ୍ତି।
Also Read: ଧନପ୍ରାପ୍ତି ପାଇଁ ଆଜି ନିଶ୍ଚୟ କରନ୍ତୁ ଏହି ୩ଟି କାମ, ଦୂର ହେବ ଆର୍ଥିକ ସଙ୍କଟ