ପୋଲିସ୍ ଓ ସାମ୍ବାଦିକଙ୍କ ଆଗରେ ବିଜେପି ମହିଳା କର୍ମୀଙ୍କୁ ପିଟିଲେ ତୃଣମୂଳ କଂଗ୍ରେସ କର୍ମୀ, ଭିଡିଓ ହେଲା ଭାଇରାଲ

କୋଲକାତା : ରାଜନୈତିକ ଅସହିଷ୍ଣୁତା ଓ ହିଂସର ଆଉ ଏକ ନମୂନା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ । ତୃଣମୂଳ କଂଗ୍ରେସର କର୍ମୀମାନେ ଜଣ ବିଜେପିର ମହିଳା କର୍ମୀଙ୍କ ନିର୍ମମ ଭାବେ ବିଚ୍ ରାସ୍ତାରେ ପିଟୁଥିବାର ଦୃଶ୍ୟ ଧରିଛି ରିପୋର୍ଟରଙ୍କ କ୍ୟାମେରା । ଏହି ଭିଡିଓ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ଓ ବିବାଦ ସୃଷ୍ଟି ହୋଇଛି । ଗତ ସେପଟେମ୍ବର ୨୬ ତାରିଖରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ଡାକରା ଦିଆଯାଇଥିଲା । ତୃଣମୂଳ କଂଗ୍ରେସର କର୍ମୀମାନେ ବିଜେପିର ଏହି ମହିଳା କର୍ମୀ ନୀଳିମା ଦେ ସରକାରଙ୍କୁ ଦୁଇ ଦୁଇ ଥର ଆକ୍ରମଣ କରିଥିଲେ । ଗୋଟିଏ ଟେଲିଭିଜନରେ ପ୍ରସାରିତ ହୋଇଥିବା ବେଳେ ଅନ୍ୟଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ପ୍ରଥମ ଘଟଣାରେ ନୀଳିମାଙ୍କୁ ସେମାନେ ସାମ୍ବାଦିକଙ୍କ ଆଗରେ କ୍ୟାମେରା ଅନ୍ ଥିଲା ବେଳେ ପିଟି ଚାଲିଥିଲେ । ନୀଳିମା ବାଇଟ୍ ଦେଉଥିବା ବେଳେ ସିଧାସଳଖ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ପରେ ରାସ୍ତା ଉପରେ ସମସ୍ତେ ମିଶି ତାଙ୍କୁ ଆକ୍ରମଣ କରିଥିଲେ । ଦୁଇଟି ଯାକ ଘଟଣା ପୋଲିସ୍ ଉପସ୍ଥିତିରେ ହୋଇଥିଲା । ଅବଶ୍ୟ ପରେ ପୋଲିସ୍ ହସ୍ତକ୍ଷେପ ଯୋଗୁଁ ଆକ୍ରମଣକାରୀଙ୍କ ଠାରୁ ରକ୍ଷା ପାଇଥିଲେ ନୀଳିମା । ତେବେ ଏହି ଘଟଣାରେ ଏଯାଏ କେହି ଗିରଫ ହୋଇ ନାହାନ୍ତି ।

 

 

You might also like