ନୂଆଦିଲ୍ଲୀ : ନାଇଜେରିଆରେ କାଥୋଲିକ ସ୍କୁଲରେ ଆକ୍ରମଣ, ୨୦୦ରୁ ଅଧିକ ଛାତ୍ରଙ୍କୁ ଅପହରଣ। କେନ୍ଦ୍ରୀୟ ନାଇଜେରିଆର ଏକ କ୍ୟାଥୋଲିକ ବୋର୍ଡିଂ ସ୍କୁଲରୁ ୨୦୦ରୁ ଅଧିକ ଛାତ୍ରଙ୍କ ସହ କର୍ମଚାରୀଙ୍କୁ ଅପହରଣ କରିନେଇଛନ୍ତି ବନ୍ଧୁକଧାରୀ। ଆକ୍ରମଣ ପରେ ସ୍ଥାନୀୟ ସୁରକ୍ଷାବାହିନୀ ମୁତୟନ ହୋଇଛନ୍ତି। ଭୋର ସମୟରେ ହୋଇଥିବା ଆକ୍ରମଣରେ ମାଧ୍ୟମିକ ଏବଂ ନିକଟସ୍ଥ ପ୍ରାଥମିକ ସ୍କୁଲକୁ ଟାର୍ଗେଟ କରାଯାଇଥିଲା। ମୋଟ ୫୦ରୁ ଅଧିକ ବିଲ୍ଡିଂ ଥିଲା। ନାଇଜେରିଆର ଖ୍ରୀଷ୍ଟିଆନ ଆସୋସିଏସନ କହିଛି ଯେ ମୋଟ ୨୨୭ ଜଣଙ୍କୁ ଅପହରଣ କରାଯାଇଛି।
ଏମାନଙ୍କ ମଧ୍ୟରେ ୨୧୫ ଜଣ ଛାତ୍ର ଏବଂ ୧୨ ଜଣ ଶିକ୍ଷକ ଅଛନ୍ତି। ସୁରକ୍ଷା ଅନୁମତି ବିନା ସ୍କୁଲକୁ ପୁଣି ଖୋଲିବା ପାଇଁ ନାଇଜର ରାଜ୍ୟ ସରକାରଙ୍କୁ ସମାଲୋଚନା କରାଯାଇଥିଲା। ଏହି ଘଟଣାରେ ଜଣେ ସୁରକ୍ଷା କର୍ମୀ ଗୁରୁତର ଆହତ ହୋଇଥିବା କ୍ୟାଥୋଲିକ ଡାୟୋସିସ ରିପୋର୍ଟ କରିଛି। କିଛି ଛାତ୍ର ଖସି ପଳାଇ ଯାଇଥିବା ବେଳେ ଅନେକ ୭ ବର୍ଷର ଛୋଟ ପିଲାଙ୍କୁ ନିକଟସ୍ଥ ବୁଦା ଭିତରକୁ ନିଆଯାଇଥିଲା। ଏହି ଘଟଣା ଉତ୍ତର ନାଇଜେରିଆରେ ବଢ଼ୁଥିବା ଅପହରଣକୁ ଦର୍ଶାଉଛି। ସପ୍ତାହ ଆରମ୍ଭରେ ବନ୍ଧୁକଧାରୀ ପଡ଼ୋଶୀ କେବି ରାଜ୍ୟରେ ୨୫ ଜଣ ସ୍କୁଲ ଛାତ୍ରୀଙ୍କୁ ଅପହରଣ କରିଥିଲେ।
କ୍ବାରା ରାଜ୍ୟର ଚର୍ଚ୍ଚ ଉପରେ ଆକ୍ରମଣରେ ଦୁଇଜଣଙ୍କୁ ହତ୍ୟା କରାଯାଇଥିଲା। ୩୮ ଜଣ ପୂଜାରୀଙ୍କୁ ଅପହରଣ କରାଯାଇଥିଲା। ପ୍ରତି ପୀଡ଼ିତଙ୍କ ପାଇଁ ୧୦୦ ନିୟୁତ ନାଇରା ମୁକ୍ତ ଦାବି କରାଯାଇଥିଲା। ବର୍ଦ୍ଧିତ ହିଂସାକୁ ଦୃଷ୍ଟିରେ ରଖି ନାଇଜେରିଆ ରାଷ୍ଟ୍ରପତି ବୋଲା ଟିନୁବୁ G୨୦ ଶିଖର ସମ୍ମିଳନୀ ଯାତ୍ରାକୁ ବାତିଲ କରିଛନ୍ତି । ୨୦୧୪ ମସିହାରେ ଚିବୋକରେ ଜଣେ ସ୍କୁଲ ଛାତ୍ରୀହ୍କୁ ଅପହରଣ କରାଯାଇଥିଲା। ନାଇଜେରିଆରେ ୧୫ଶହରୁ ଅଧିକ ଛାତ୍ରଙ୍କୁ ଅପହରଣ କରାଯାଇଛି।