ଭାରତୀୟ ନୌସେନା ଉପରେ ଆତଙ୍କବାଦୀ ଆକ୍ରମଣ ଯୋଜନା !

ନୂଆଦିଲ୍ଳୀ : ଭାରତୀୟ ସାମୁଦ୍ରିକ ସୀମା ମଧ୍ୟକୁ ଅନୁପ୍ରବେଶ କରିବା ସହ ନୌବାହିନୀର ଯୁଦ୍ଧ ଜାହାଜ ଉପରେ ଆକ୍ରମଣ ପାଇଁ ଯୋଜନା ଚାଲିଛି। ଏଥିପାଇଁ ସ୍ୱତନ୍ତ୍ର ବୁଡାଳିଙ୍କୁ ଆଇଏସ୍ଆଇ ପ୍ରଶିକ୍ଷଣ ଦେଉଛି। ଗୁଇନ୍ଦା ସୂତ୍ରରୁ ମିଳିଥବା ଖବର ଅନୁୟାୟୀ ଏମାନେ ପଠାନକୋଟ୍ ବିମାନଘାଟି ଶୈଳୀରେ ନୌବାହିନୀ ଘାଟି ଉପରେ ଆକ୍ରମଣ ପାଇଁ ସେମାନେ ପ୍ରସ୍ତୁତି ଚଳାଇଥିବା ଜଣାପଡିଛି।
ଗଭୀର ସମୁଦ୍ରରେ କିଭଳି ଆକ୍ରମଣ କରାଯାଇପାରିବ ଜୈସ ଆତଙ୍କବାଦୀଙ୍କୁ ସେ ସମ୍ପର୍କିତ ତାଲିମ୍ ଓ ଜ୍ଞାନକୌଶଳ ପ୍ରଦାନ କରାଯାଉଛି। ଏହି ଖବର ମିଳିବା ପରେ ସମସ୍ତ ଭାରତୀୟ ନୌଘାଟି ଓ ବନ୍ଦର ଗୁଡିକରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜମ୍ମୁ-କାଶ୍ମୀର ସୀମାନ୍ତରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।