ବିରିୟାନି ଖାଉ ଖାଉ ଦୁଇ ସାଙ୍ଗଙ୍କ ଭିତରେ ଗଣ୍ଡଗୋଳ, ଜଣେ ଜଣକ ବେକରେ ଚଳାଇଲା ଛୁରୀ

ଆଗେ ମଦ ପିଇଲେ, ତାପରେ ବିରିୟାନି ଖାଇଲେ । ବିରିୟାନିର ସ୍ୱାଦ ନେଲା ବେଳେ କଣ ଯେ କଥା ହେଲେ ସେଠି ଆରମ୍ଭ ହୋଇଗଲା ଯୁକ୍ତିତର୍କ । ବିବାଦ ବଢ଼ି ଚାଲିଲା ଆଉ ଜଣେ ଜଣକୁ ଛୁରୀ ମାରିଦେଲା ।
ମଧ୍ୟପ୍ରଦେଶର ଅଞ୍ଜଡ଼ ଅନ୍ତର୍ଗତ ବଡ଼ବାନି ଅଞ୍ଚଳରେ ଘଟିଛି ଏହି ଘଟଣା । ଜଣେ ସାଙ୍ଗ ତାର ଆଉ ଜଣେ ସାଙ୍ଗର ବେକ କାଟି ଦେଇଛି । ସାମାନ୍ୟ ଯୁକ୍ତିତର୍କରୁ ଏଭଳି ଘଟିଛି ।

ଶିବା ଓ ଚୁନ୍ନୁ ଦୁଇ ସାଙ୍ଗ । ଏମାନେ ସାଙ୍ଗ ହୋଇ ମଦ ପିଇଲେ ଏବଂ ଏହା ପରେ ଆସି ଗୋଟିଏ ଦୋକାନରେ ବିରିୟାନି ଖାଉଥିଲେ । ଏହି ସମୟରେ କୌଣସି କଥାକୁ ନେଇ ଦୁଇଜଣଙ୍କର ଯୁକ୍ତିତର୍କ ଚାଲିଲା । ତେବେ ଉତ୍ତ୍ୟକ୍ତ ହୋଇ ଚୁନ୍ନୁ ସେହି ବିରିୟାନି ଦୋକାନରେ ଥିବା ଅଣ୍ଡା କଟା ଛୁରୀ ଆଣି ଶିବର ବେକ କାଟି ଦେଲା । ଶିବା ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେଚୁନ୍ନୁ ସେଠାରୁ ଫେରାର ହୋଇଗଲା । ସ୍ଥାନୀୟ ଲୋକେ ସେଠାରେ ଜମା ହୋଇଗଲେ । ଶିବା ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଜଣେ ସ୍ଥାନୀୟ ଜଣେ ସମାଜସେବୀ ପୋଲିସ୍‌କୁ ଫୋନ୍‌ କରି ଦେଲେ । ପୋଲିସ୍‌ ଆସି ତୁରନ୍ତ ଶିବାଙ୍କୁ ନିଜ ଗାଡ଼ିରେ ବସାଇ ପାଖ ହସପିଟାଲକୁ ନେଇ ଯାଇଥିଲେ ।
ଶିବାଙ୍କ ଅବସ୍ଥା ଗୁରୁତର ଅଛି । ତେବେ ସେ ପୋଲିସ୍‌କୁ ଦେଇଥିବା ବୟାନରେ ଘଟଣା କିପରି ଓ କାହିଁକି ଘଟିଲା ସେକଥା କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.