ଦକ୍ଷିଣ ଲେବାନନ ଉପରେ ଆକ୍ରମଣ ଜାରି, ଇସ୍ରାଏଲ ଉପରେ ୫୦ ରକେଟ ମାଡ଼

ଇସ୍ରାଏଲ ଆକ୍ରମଣରେ ଜନଶୂନ୍ୟ ହୋଇ ଗଲାଣି ଦକ୍ଷିଣ ଲେବାନନ। ହିଜବୁଲ୍ଲା-ଇସ୍ରାଏଲ ଆକ୍ରମଣ ପ୍ରତଆକ୍ରମଣ ଜାରି ରହିଛି । ଲେବାନନ ବେରୁଟରେ ଶନିବାର ଭୟଙ୍କର ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ ସେନା। ବେରୁଟରେ ସିରିଜ ବିସ୍ଫୋରଣ ହୋଇଛି । କ୍ରମାଗତ ୩ ଘଣ୍ଟା ଧରି ବିସ୍ଫୋରଣ ଶବ୍ଦ ଶୁଣାଯାଇଛି । ହିଜବୁଲ୍ଲାର ବିଭିନ୍ନ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ କରୁଛି ଆଇଡିଏଫ । ଇସ୍ରାଏଲ ଉପରେ ୩୦ ରକେଟ ମାଡ଼ କଲାଣି ହିଜବୁଲ୍ଲା ।
ଦୁଇ ସପ୍ତାହ ଭିତରେ ଇସ୍ରାଏଲର ଲେବାନନ ଆକ୍ରମଣରେ ପ୍ରାୟ ୧୪୦୦ ଲୋକଙ୍କ ଜୀବନ ଗଲାଣି । ୧୦ ଲକ୍ଷରୁ ଅଧିକ ଲୋକ ବାସଚ୍ୟୁତ ହୋଇଛନ୍ତି। ହିଜବୁଲ୍ଲା ଆଡ୍ଡା ଅଞ୍ଚଳରୁ ଘର ଛାଡ଼ି ପଳାଇବାକୁ ସାନି ଚେତାବନୀ ଦେଇଛି ଇସ୍ରାଏଲ । ଗତବର୍ଷ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ରକେଟ ଆକ୍ରମଣ କରିଥିଲା ହମାସ। ଏହା ପରେ ଆରମ୍ଭ ହୋଇଥିଲା ଯୁଦ୍ଧ । ଗାଜାରେ ଆକ୍ରମଣ କରିଥିଲା ଇସ୍ରାଏଲ । ମଧ୍ୟପ୍ରାଚ୍ୟ ଅଶାନ୍ତ ହୋଇଥିଲା । ଯୁଦ୍ଧ ଏବେ ବ୍ୟାପକ ହୋଇଛି । ଏହି ଯୁଦ୍ଧକୁ ଆସନ୍ତାକାଲି ୧ ବର୍ଷ ପୂରିବ ।