‘ଅଫ୍ତାବ ମୋତେ ଖୋଜି ମାରିଦେବ’, ଶ୍ରଦ୍ଧା ୱାଲକର ହତ୍ୟା ମାମଲାରେ କୋର୍ଟରେ ଅଡିଓ କ୍ଲିପ୍ ଶୁଣାଇଲା ପୋଲିସ
ଶ୍ରଦ୍ଧା ୱାଲକର ହତ୍ୟା ମାମଲାରେ ଦିଲ୍ଲୀ ପୋଲିସ କୋର୍ଟରେ ଏକ ବଡ଼ ଖୁଲାସା କରିଛି। ମାର୍ଚ୍ଚ ୨୦ରେ ଏହି ମାମଲାରେ ନିଜର ଯୁକ୍ତି ଉପସ୍ଥାପନ କରି ପୋଲିସ କୋର୍ଟଙ୍କୁ ଏକ ଅଡିଓ କ୍ଲିପ୍ ଶୁଣାଇଛି, ଯେଉଁଥିରେ ଅଫ୍ତାବ ତାଙ୍କୁ ହତ୍ୟା କରିଦେବ ବୋଲି ଶ୍ରଦ୍ଧା କହୁଥିବା ଶୁଣିବାକୁ ମିଳିଛି।

ଶ୍ରଦ୍ଧା ୱାଲକର ହତ୍ୟା ମାମଲାରେ ଦିଲ୍ଲୀ ପୋଲିସ କୋର୍ଟରେ ଏକ ବଡ଼ ଖୁଲାସା କରିଛି। ମାର୍ଚ୍ଚ ୨୦ରେ ଏହି ମାମଲାରେ ନିଜର ଯୁକ୍ତି ଉପସ୍ଥାପନ କରି ପୋଲିସ କୋର୍ଟଙ୍କୁ ଏକ ଅଡିଓ କ୍ଲିପ୍ ଶୁଣାଇଛି, ଯେଉଁଥିରେ ଅଫ୍ତାବ ତାଙ୍କୁ ହତ୍ୟା କରିଦେବ ବୋଲି ଶ୍ରଦ୍ଧା କହୁଥିବା ଶୁଣିବାକୁ ମିଳିଛି।
ଦିଲ୍ଲୀ ସରକାରଙ୍କ ତରଫରୁ ହାଜର ହୋଇଥିବା ସ୍ୱତନ୍ତ୍ର ପବ୍ଲିକ୍ ପ୍ରୋସିକ୍ୟୁଟର ଅମିତ ପ୍ରସାଦଙ୍କ ଅନୁସାରେ, ଏହି ଅଡିଓ କ୍ଲିପ୍ରୁ ପ୍ରମାଣିତ ହୋଇଛି ଯେ ପୂର୍ବରୁ ହିଁ ଶ୍ରଦ୍ଧାଙ୍କୁ ପୁନାୱାଲାଙ୍କଠାରୁ ଜୀବନ ପ୍ରତି ବିପଦ ରହିଥିଲା ଏବଂ ସେ ସବୁବେଳେ ତାଙ୍କ ସହିତ ମାରପିଟ କରୁଥିଲେ।
ତେବେ କୋର୍ଟରେ ଉପସ୍ଥାପିତ ଅଡିଓ କ୍ଲିପ୍ରେ ଶ୍ରଦ୍ଧା ମନୋଚିକିତ୍ସକଙ୍କ ସହ ଫୋନ୍ରେ ବାର୍ତ୍ତାଳାପ କରୁଥିବା ଶୁଣାଯାଉଛି। ଶ୍ରଦ୍ଧା କହୁଛନ୍ତି ଯେ ‘ମୋର ସମସ୍ୟା ହେଲା କି, ମୁଁ ଭୟ କରୁଛି। ସେ (ଅଫ୍ତାବ) ଭସଇ (ମୁମ୍ବାଇ ନିକଟ)ରେ କେଉଁଠି ବି, ମୋ ଆଖପାଖର କୌଣସି ବି ସ୍ଥାନରେ ମୋତେ ଖୋଜିନେବ ଏବଂ ଏହାପରେ ମୋତେ ମାରିଦେବ’।
ଶ୍ରଦ୍ଧା ଏହି କ୍ଲିପ୍ରେ ଏହା ମଧ୍ୟ କହୁଛନ୍ତି କି, ‘ସେ ମୋତେ କେତେ ଥର ଯେ ମାରିବାକୁ ଚେଷ୍ଟା କରିଛି ତାହାର ହିସାବ ନାହିଁ। ଏହା ପ୍ରଥମ ଥର ନୁହେଁ ଯେ ସେ ମୋତେ ମାରିବାକୁ ଚେଷ୍ଟା କରୁଛି। ଏହା ପୂର୍ବରୁ ବି ଅନେକ ଥର ସେ ଏମିତି କରି ସାରିଛି। ସେ ମୋ ବେକକୁ ଧରି ପକାଇଥିଲା, ମୁଁ ପାଖାପାଖି ଅଚେତ୍ ହୋଇ ଯାଇଥିଲି। ଏହା ସେତେବେଳେ ମୋ ପାଇଁ ଭଲ ରହିଥିଲା, ଯେତେବେଳେ ମୁଁ ତା’ ବେକକୁ ଧରି ପଛକୁ ଠେଲି ଦେଇଥିଲି। କିନ୍ତୁ ମୁଁ ପ୍ରାୟ ୩୦ ସେକେଣ୍ଡ ପର୍ଯ୍ୟନ୍ତ ନିଃଶ୍ୱାସ ନେଇପାରି ନ ଥିଲି’।
କହି ରଖୁଛୁ ଯେ ଦିଲ୍ଲୀରେ ଅଫତାବ ଅମିନ ପୁନାୱାଲା ନାମକ ଯୁବକ ନିଜର ଲିଭ୍-ଇନ୍ ପାର୍ଟନର ଶ୍ରଦ୍ଧା ୱାକରଙ୍କୁ ନୃଶଂସ ଭାବେ ହତ୍ୟା କରିଥିଲେ। ହତ୍ୟା କରିବା ପରେ ସେ ଶ୍ରଦ୍ଧାଙ୍କ ଶରୀରକୁ ବିଭିନ୍ନ ଖଣ୍ଡରେ କାଟି ସହରର ବିଭିନ୍ନ ସ୍ଥାନରେ ପକାଇ ଦେଇଥିଲେ।