କୋମାରୁ ବାହାରକୁ ଆସିବା ପରେ ଯୁବକ କହିବାକୁ ଲାଗିଲେ ଅନ୍ୟ ଦେଶର ଭାଷା, ଜାଣନ୍ତୁ କଣ କହିଲେ ବିଶେଷଜ୍ଞ

ବେଳେବେଳେ ଆମ ଆଖି ସାମ୍ନାକୁ ହଠାତ ଏପରି କିଛି ଚମତ୍କାରିତା ଆସିଥାଏ ଯାହାକୁ ଦେଖିବା ପରେ ମଧ୍ୟ ଆମେ ବିଶ୍ୱାସ କରିପାରିନଥାଉ । ଠିକ ଏପରି ଘଟିଛି ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତିଙ୍କ ସହ । ୨୦୧୩ ମସିହାରେ ଏହି ବ୍ୟକ୍ତିଙ୍କର ଏକ ସଡକ ଦୁର୍ଘଟଣା ହୋଇଥିଲା ଯାହାପରେ ସେ କୋମାକୁ ଚାଲି ଯାଇଥିଲେ କିନ୍ତୁ ଆଶ୍ଚର୍ଯ୍ୟକର କଥା ଏହା ଯେ କୋମାରୁ ବାହାରକୁ ଆସିବା ପରେ ସେ ଇଂଲିଶ ବଦଳରେ ଚୀନ ଭାଷା କହିବାକୁ ଲାଗିଲେ । ଯାହାକୁ ଦେଖି ତାଙ୍କର ପରିବାର ଓ ବନ୍ଧୁବାନ୍ଧବ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାହେଲେ ଆସନ୍ତୁ ଜାଣିବା କଣ ଥିଲା ସମ୍ପୂର୍ଣ୍ଣ ଘଟଣା ।

Image result for aussie-man-who-woke-from-coma-speaking-mandarin-finds-love

ସୂଚନା ଅନୁଯାୟୀ ମେଲବର୍ନରେ ବାସ କରୁଥିବା ମକମୋହାନ ନାମକ ଜଣେ ବ୍ୟକ୍ତିଙ୍କର ୨୦୧୩ ମସିହାରେ ଏକ ଦୁର୍ଘଟଣା ହୋଇଥିଲା ଯେଉଁଥିରେ ସେ ଅତି ଗମ୍ଭୀରଭାବେ ଆହତ ହୋଇଥିଲେ । ତେବେ ଦୁର୍ଘଟଣା ପରେ ସେ କୋମାକୁ ଚାଲି ଯାଇଥିଲେ । କୋମାରେ ଏକ ସପ୍ତାହ ରହିବା ପରେ ଅଚାନକ ଦିନେ ସେ ଠିକ ହୋଇଗଲେ । ଆଉ କୋମାରୁ ବାହାରକୁ ଆସିବା ପରେ ସେ ଇଂଲିଶ ବଦଳରେ ଚୀନ ଭାଷା କହିବା ଆରମ୍ଭ କରିଦେଇଥିଲେ ।

Image result for aussie-man-who-woke-from-coma-speaking-mandarin-finds-love

ବେନ ‘ମଣ୍ଡରିନ’ ଭାଷାରେ କଥା କହୁଥିବା ଦେଖି ତାଙ୍କ ପରିବାର ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରିବାର ଲୋକଙ୍କ କହିବା ଅନୁଯାୟୀ ବେନ କିଛିଦିନ ତଳେ ଏକ ଟିଭି କାର୍ଯ୍ୟକ୍ରମ ପାଇଁ ଚୀନ ଯାଇଥିଲେ । ହୁଏତ ସେ ସେହିଠାରେ ଏହି ଭାଷା ଶିଖିଥାଇ ପାରନ୍ତି କିନ୍ତୁ ପୂର୍ବରୁ ଏ ଭାଷାରେ କଥା ହେବାର କେହି ଶୁଣିନଥିଲେ । ଏପରିସ୍ଥଳେ ଡାକ୍ତରଙ୍କ କହିବା ଅନୁଯାୟୀ ଦୁର୍ଘଟଣାରେ କୋମାରୁ ବାହାରକୁ ଆସିବା ପରେ ସେ ଇଂରାଜୀ କହିବାର କ୍ଷମତା ହରାଇ ବସିଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଦୁର୍ଘଟଣା କାରଣରୁ ବେନଙ୍କ ମସ୍ତିସ୍କ ସଂରଚନାର ଆକାର ପରିବର୍ତ୍ତନ ହୋଇଯାଇଛି ଏହି କାରଣରୁ ବେନ କିଛିଦିନ ପାଇଁ ଇଂରାଜୀ କହିବାର କ୍ଷମତା ହରାଇ ବସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.