ଦେଶ ବିଦେଶ

ଭାରତୀୟ ନର୍ସଙ୍କୁ ୪ ବର୍ଷ ହେବ ଖୋଜୁଛି ଅଷ୍ଟ୍ରେଲିଆ ପୋଲିସ; ଠିକଣା ଜଣାଇଲେ ମିଳିବ ୧୦ ଲକ୍ଷ ଡଲାର

ପଞ୍ଜାବର ଗୁର୍‌ଦାସପୁରରେ ରହୁଥିବା ଜଣେ ଚିକିତ୍ସା ସହାୟକଙ୍କ ଉପରେ ଅଷ୍ଟ୍ରେଲିଆ ପୋଲିସ ୧୦ ଲକ୍ଷ ଡଲାରର ପୁରସ୍କାର ରାଶି ଘୋଷଣା କରିଛି। ମିଳିଥିବା ସୂଚନା ମୁତାବକ, ବ୍ୟକ୍ତି ଜଣକ ୪ ବର୍ଷ ତଳେ ଅଷ୍ଟ୍ରେଲିଆରେ ଜଣେ ଯୁବତୀଙ୍କୁ ହତ୍ୟା କରିଥିଲେ। ଏହି ମାମଲାରେ ପୋଲିସ ଗତ ୪ ବର୍ଷ ହେବ ତାଙ୍କୁ ଖୋଜୁଛି। କିନ୍ତୁ କୌଣସି ସୁରାକ୍‌ ନ ମିଳିବାରୁ ଏବେ ତାଙ୍କ ଉପରେ ପୁରସ୍କାର ରାଶି ଘୋଷଣା କରିଛି ଅଷ୍ଟ୍ରେଲିଆ ପୋଲିସ। ପୋଲିସ ମୁତାବକ, ହତ୍ୟାରେ ସମ୍ପୃକ୍ତ ଏହି ବ୍ୟକ୍ତିଙ୍କ ବିଷୟରେ ସୂଚନା ଦେଲେ ସୂଚନାଦାତାଙ୍କୁ ୧୦ ଲକ୍ଷ ଡଲାର ଦିଆଯିବ।

ରିପୋର୍ଟରୁ ଜଣାପଡ଼ିଛି, ୨୦୧୮ରେ ଅଷ୍ଟ୍ରେଲିଆ କ୍ୱିନ୍ସଲାଣ୍ଡର ଏକ ସମୁଦ୍ର ତଟରେ ୨୪ ବର୍ଷୀୟା ଜଣେ ଅଷ୍ଟ୍ରେଲୀୟ ଯୁବତୀଙ୍କୁ ହତ୍ୟା କରାଯାଇଥିଲା। ଯୁବତୀଙ୍କୁ ହତ୍ୟା କରିଥିଲେ ଜଣେ ଭାରତୀୟ ଚିକିତ୍ସା ସହାୟକ। ତେବେ ସେ ତାଙ୍କୁ ହତ୍ୟା କରିବା ପରେ ଭାରତକୁ ଖସି ପଳାଇ ଆସିଥିଲେ। ଏବେ ୪ ବର୍ଷ ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ସେଠାକାର ପୋଲିସ ସୂଚନାଦାତାଙ୍କୁ ୧୦ ଲକ୍ଷ ଡଲାର ପୁରସ୍କାର ରାଶି ଦେବାକୁ ଘୋଷଣା କରିଛି।

photo: India Post Newspaper

କ୍ୱିନ୍ସଲାଣ୍ଡ ପୋଲିସ ଏକ ପ୍ରେସ୍‌ ବାର୍ତ୍ତାରେ କହିଛି କି, ୨୦୧୮, ଅକ୍ଟୋବର ୨୧ରେ ଟୋୟା କାର୍ଡିଙ୍ଗଗଲି କେୟନ୍ସଠାରୁ ୪୦ କିମି ଦୂର ଓ୍ଵାଙ୍ଗେଟି ବିଚ୍‌ରେ ନିଜ କୁକୁରକୁ ବୁଲାଉଥିଲେ। ସେହି ସମୟରେ ତାଙ୍କୁ ହତ୍ୟା କରାଯାଇଥିଲା। ଭାରତୀୟ ମେଲ୍‌ ନର୍ସ ରାଜଭିନ୍ଦ୍ର ସିଂ (୩୮) ଏହି ମାମଲାର ମୁଖ୍ୟ ଅଭିଯୁକ୍ତ।

ସୂଚନା ରହିଛି, ରାଜଭିନ୍ଦ୍ର, ଟୋୟା କାର୍ଡିଙ୍ଗଗଲିଙ୍କୁ ହତ୍ୟା କରିବାର ଦୁଇ ଦିନ ପରେ ଅଷ୍ଟ୍ରେଲିଆରୁ ଖସି ପଳାଇ ଯାଇଥିଲେ। ହେଲେ ସେ ନିଜ ସ୍ତ୍ରୀ ଏବଂ ୩ ପିଲାଙ୍କୁ ସେହିଠାରେ ହିଁ ଛାଡ଼ି ଦେଇଥିଲେ। କ୍ୱିନ୍ସଲାଣ୍ଡ ପୋଲିସ ଏବେ ରାଜଭିନ୍ଦ୍ରଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ କରି ଦେଇଛି। ଯିଏ ତାଙ୍କ ଠିକଣା ପୋଲିସକୁ ଜଣାଇବ, ପୋଲିସ ତାଙ୍କୁ ୧୦ ଲକ୍ଷ ଅଷ୍ଟ୍ରେଲୀୟ ଡଲାର ଦେବାକୁ ଘୋଷଣା କରିଛି। କୁହାଯାଉଛି କି, ଏହା ହେଉଛି କ୍ୱିନ୍ସଲାଣ୍ଡ ପୋଲିସ ଦ୍ୱାରା ଏ ପର୍ଯ୍ୟନ୍ତର ସବୁଠାରୁ ବଡ଼ ପୁରସ୍କାର ରାଶି।

Roshni

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

42 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

47 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

11 hours ago