ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସମୋସା ବନାଇ ମୋଦିଙ୍କ ପାଇଁ ଟ୍ଵିଟ୍‌ରରେ ପଠାଇଲେ ତ ମୋଦି କହିଲେ ଏମିତି କଥା ….

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ଜୁନ୍‌ ୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଠକ କରିବେ । ତେଣୁ ବୈଠକ ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ସମୋସା ତିଆରି କରିଛନ୍ତି ।

samosa-3

ଖାଲି ତିଆରି କରି ନାହାଁନ୍ତି, ଏହାକୁ ମୋଦିଙ୍କ ଉଦ୍ଦେଶ୍ୟରେ ସୋସିଆଲ୍‌ ମିଡିଆରେ ସେୟାର ମଧ୍ୟ କରିଛନ୍ତି । ସୋସିଆଲ ମିଡିଆରେ ସେୟାର କରିବା ବେଳେ ଲେଖିଛନ୍ତି ଯେ ‘ମୁଁ ଏହାକୁ ନରେନ୍ଦ୍ର ମୋଦିଙ୍କ ସହ ସେୟାର କରିବାକୁ ଚାହୁଁଛି ’ ।

 

 

samosa-2

ଟ୍ଵିଟର ମଧ୍ୟ ସମୋସାକୁ ଭଲ ଟ୍ରେଣ୍ଡ୍‌ କରିଛି । ରବିବାର ଆମ୍ବ ଚଟଣୀ ସହ ସମୋସା ନେବାକୁ ମୋରିସନ୍‌ ପ୍ରଧାନମନ୍ତ୍ରୀଙ୍କୁ ଟ୍ଵିଟ୍‌ କରିଛନ୍ତି । ସେ ଆହୁରି କହିଛନ୍ତି ‘ଏ ସପ୍ତାହରେ ମୋର ମୋଦିଙ୍କ ସହ ଭିଡିଓ କନ୍‌ଫରେନ୍ସ ଜରିଆରେ ବୈଠକ ହେବାର ଅଛି ।

ଯେହେତୁ ମୋଦିଜୀ ଶାକାହାରୀ ତେଣୁ ମୁଁ ତାଙ୍କ ସହ ସମୋସା ଖାଇବାକୁ ଚାହିଁବି ’। ମୋଦିଜୀ ବି ମୋରିସନ୍‌ଙ୍କ ଟ୍ଵିଟ୍‌ରର ବେଶ୍‌ ମଜାଦାର ଉତ୍ତର ଦେଇ ଲେଖିଛନ୍ତି ‘ ଆମ ଦୁଇ ଦେଶ ହିନ୍ଦ ମହାସାଗର ସହ ଯେପରି ଯୋଡ଼ି ହୋଇ ଅଛି ଭାରତର ସମୋସା ମଧ୍ୟ ସେପରି ଏକଜୁଟ୍‌ ହୋଇ ରହିଛି ’ ।

samosa-1

ମୋଦି ତାଙ୍କ ଟ୍ଵିଟରରେ ଆହୁରି ଲେଖିଛନ୍ତି ‘ ପ୍ରଧାନମନ୍ତ୍ରୀ ମୋରିସନ୍‌,ଆପଣଙ୍କ ସମୋସା ବହୁତ ସ୍ୱାଦିଷ୍ଟ ଦେଖାଯାଉଛି । ଆମେ ଯେତେବେଳେ କୋଭିଡ଼-୧୯ ଖିଲାପରେ ନିର୍ଣ୍ଣାୟକ ବିଜୟ ହାସଲ କରିବା ସେତେବେଳେ ଆମେ ଦୁହେଁ ମିଶି ସମୋସାର ଆନନ୍ଦ ଉଠାଇବା । ୪ ଜୁନରେ ଭିଡ଼ିଓ ସାହାଯ୍ୟରେ ଆମର ସାକ୍ଷାତକୁ ଅପେକ୍ଷା ରହିଲା ।

Leave A Reply

Your email address will not be published.