ଆର୍ଥିକ ସଂଘର୍ଷରୁ ମୁକୁଳିବାକୁ ବନିଗଲେ ପର୍ଣ୍ଣ ଷ୍ଟାର, ଦିନେ ଥିଲେ ସୁପରକାର୍‌ ଡ୍ରାଇଭର

ଅଷ୍ଟ୍ରେଲିଆର ସୁପରକାର୍‌ ଡ୍ରାଇଭର ରିନି ଗ୍ରେସିଙ୍କ ସଂଘର୍ଷପୂର୍ଣ୍ଣ ଜୀବନ କାହାଣୀ ଥିଲା ଏମିତି । ଦିନେ ସେ ଥିଲେ ଅଷ୍ଟ୍ରେଲିଆର ସୁପରକାର୍‌ ଡ୍ରାଇଭର । ମାତ୍ର ତାଙ୍କର ଆର୍ଥିକ ସ୍ଥିତି ତାଙ୍କୁ ବାଧ୍ୟ କରିଥିଲା ହେବାକୁ ଜଣେ ପର୍ଣ୍ଣ ଷ୍ଟାର ।

ପର୍ଣ୍ଣ ଷ୍ଟାର ହେବା ପରେ ତାଙ୍କର ଅବସ୍ଥା ଏବେ ବହୁତ ସୁଧୁରି ଯାଇଛି ବୋଲି ସେ କହିଛନ୍ତି । ଅଷ୍ଟ୍ରେଲିଆର ରିନି ଗ୍ରେସି ମାତ୍ର ୧୪ ବର୍ଷ ବୟସରେ ଜଣେ କାର୍‌ ରେସର୍‌ ଭାବେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ ।

porn-1

୨୦୧୫ ମସିହାରେ ଗ୍ରେସି ଅଷ୍ଟ୍ରେଲିଆ ବାଥ୍ରସ୍ତ ୧୦୦୦ ସୁପରକାର୍‌ ରେସ୍‌ରେ ମଧ୍ୟ ଯୋଗ ଦେଇଥିଲେ । ତେବେ ସେଥିରେ ସେ ବିଶେଷ କିଛି ଲାଭ ପାଇ ପାରିଲେ ନାହିଁ । ଦିନକୁ ଦିନ ନିଜର ଆର୍ଥିକ ସଙ୍କଟ ବଢ଼ିବାକୁ ଲାଗିଲା ।

ଫଳରେ ସୁପରକାର ଡ୍ରାଇଭର କ୍ୟାରିଅର ଛାଡି ଏକ କାର୍‌ ୟାର୍ଡ ରେ କାମ କରିବାକୁ ଲାଗିଲେ । ହେଲେ ଏଥିରେ ତାଙ୍କର ଆର୍ଥିକ ସମସ୍ୟା ସୁଧୁରିଲା ନାହିଁ । ସଂଘର୍ଷପୂର୍ଣ୍ଣ ଜୀବନରେ ବେଶୀ ଦିନ ତିଷ୍ଟି ରହି ପାରିଲେ ନାହିଁ ଗ୍ରେସି ।

porn-00

ଫଳରେ ବାଧ୍ୟ ହୋଇ ଏକ ପର୍ଣ୍ଣ େଓ୍ଵବ୍‌ସାଇଟ୍‌ରେ ଯୋଗ ଦେଲେ । ପ୍ରଥମ ସପ୍ତାହରେ ସେ ୩୦୦୦ ଡଲାର ରୋଜଗାର କରିବା ପରେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । ଏବେ ତାଙ୍କ େଓ୍ଵବ୍‌ସାଇଟ୍‌ରେ ୭୦୦୦ରୁ ଅଧିକ ସବ୍‌ସ୍କା୍ରଇବର ଅଛନ୍ତି ।

ଜଣେ ପର୍ଣ୍ଣ ମଡେଲ ଭାବେ ଏବେ ସେ ସପ୍ତାହକୁ ୨୫୦୦ରୁ ଅଧିକ ଡଲାର ରୋଜଗାର କରୁଛନ୍ତି ବୋଲି ସେ ଖୋଲା ଖୋଲି ଭାବେ କୁହନ୍ତି । ହେଲେ ଏଥିରେ ତାଙ୍କର ଅବଶୋଷ ନାହିଁ । ଆଗ ଅପେକ୍ଷା ସେ ବେଶ୍‌ ଭଲରେ ଅଛନ୍ତି ।

ଏହା ଦ୍ୱାରା ସେ ଭଲ ଅର୍ଥ ମଧ୍ୟ ରୋଜଗାର କରୁଛନ୍ତି । ତାଙ୍କର ସ୍ୱପ୍ନ ଏବେ ପୂରଣ ହୋଇ ପାରିବ ବୋଲି ସେ ଖୁସିର ସହ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.