ନ୍ୟୁୟର୍କରେ ବିଶିଷ୍ଟ ଲେଖକ ସଲମାନ୍ ରସଦିଙ୍କୁ ଛୁରାମାଡ଼

ନୂଆଦିଲ୍ଲୀ : ବିଶିଷ୍ଟ ଲେଖକ ସଲମାନ୍ ରସଦିଙ୍କୁ ହୋଇଛି ଆକ୍ରମଣ । ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ହଠାତ୍ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାଯାଇଛି । ସଲମାନ୍ ରସଦିଙ୍କୁ ଛୁରାମାଡ଼ ହୋଇଥିବା ଜଣା ପଡିଛି । ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ହଠାତ୍ ଷ୍ଟେଜ ଉପରେ ଜଣେ ଦୁର୍ବୃତ୍ତ ଚଢ଼ି ଯାଇଥିଲା ।

ସଲମାନ୍ ରସଦିଙ୍କୁ ମୁଥ ମାରିବା ପରେ ଛୁରାମାଡ଼ କରିଥିଲା । ଏହି ଘଟଣା ପରେ ଆକ୍ରମଣକାରୀକୁ ଅଟକ ରଖାଯାଇଛି । କିଏ ଓ କାହିଁକି ତାଙ୍କୁ ଆକ୍ରମଣ କଲା ତାହା ଏଯାଏ ସ୍ପଷ୍ଟ ହୋଇନି । ବିବାଦୀୟ ଲେଖା ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି ସଲମାନ୍ ରସଦି । ୧୯୮୦ ମସିହାରେ ତାଙ୍କ ପୁସ୍ତକ ପାଇଁ ଇରାନରୁ ହତ୍ୟା ଧମକ ଆସିଥିଲା । ତାଙ୍କ ଲେଖା ସାଟାନିକ୍ ଭର୍ସେସ୍କୁ ୧୯୮୮ରୁ ଇରାନରେ ବ୍ୟାନ୍ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.