ଅକ୍ଟୋବର ୧ରୁ ଲାଗୁ ହେଉଛି ନୂଆ ଅଟୋ ଡେବିଟ୍ ନିୟମ, ଆପଣଙ୍କ ବିନା ଅନୁମତିରେ ଆଉ କଟିବନି ପଇସା

ଭାରତୀୟ ରିଜର୍ଭ ବ୍ଯାଙ୍କ(RBI) ଆଦେଶନୁସାରେ ଅଟୋ-ଡେବିଟ୍ ଦେଣନେଣରେ ପରିବର୍ତ୍ତନ କରିବା ପାଇଁ ଗ୍ରାହକଙ୍କୁ ସଚେତନ କରିବା ଆରମ୍ଭ କରିଦେଇଛି। ଏହି ପରିବର୍ତ୍ତନ ଅକ୍ଟୋବର ୧ ତାରିଖରୁ ହେବାକୁ ଯାଉଛି। ଏହି ପରିବର୍ତ୍ତନ ଅନୁଯାୟୀ, କୌଣସି ପ୍ରକାର ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମରେ ବିଲ୍ କିମ୍ବା କିସ୍ତି ପଇସା ଦେବା ସମୟରେ ପ୍ରତ୍ଯେକ ଥର ଆପଣଙ୍କ ଅନୁମତି ନେବାକୁ ପଡିବ। କରୋନା ଯୋଗୁଁ ଆରବିଆଇ ଅଟୋ ଡିବେଟ ନିୟମକୁ ପାଳନ କରିବାର ଡେଡଲାଇନ ୩୦ ସେପ୍ଟେମ୍ବର ପର୍ଯ୍ଯନ୍ତ ବଢାଇଥିଲେ। ଯାହା ପୂର୍ବରୁ ଏପ୍ରିଲ ପର୍ଯ୍ଯନ୍ତ ରହିଥିଲା।

କ’ଣ ଏହି ଅଟୋ ଡେବିଟ୍ ?

ଅଟୋ ଡେବିଟ୍ ଅର୍ଥ ଆପଣ ନିଜ ମୋବାଇଲ ଆପ କିମ୍ବା ଇଣ୍ଟରନେଟ ବ୍ଯାକିଂ ଜରିଆରେ ବିଜୁଳି, ଗ୍ଯାସ, ଏଲଆଇସି କିମ୍ବା ଅନ୍ଯ କୌଣସି ଖର୍ଚ୍ଚକୁ ଅଟୋ ଡେବିଟ୍ ମୋଡରେ ରଖିଦେଇଥାଉ। ଆଉ ଏହା ଏକ ନିଶ୍ଚିତ ତାରିଖରେ ଆକାଉଣ୍ଟରୁ ପଇସା ଆପେ ଆପେ କଟିଯାଏ । କିନ୍ତୁ ଏବେ ନିୟମ ପରିବର୍ତ୍ତନ ହେବା ଦ୍ବାରା ଆପଣଙ୍କ ପେମେଣ୍ଟ ଫେଲ୍ ହୋଇପାରେ। ଏବେ ଏହି କିସ୍ତି କିମ୍ବା ବିଲ୍ ପାଇଁ ପଇସା କଟିବାକୁ ହେଲେ ପ୍ରତ୍ଯେକ ଥର ଆପଣଙ୍କ ଅନୁମତି ଦରକାର ପଡିବ।

କ’ଣ ପଡିବ ପ୍ରଭାବ :

ଫୋନ ବିଲ୍, ବ୍ରଡବ୍ଯାଣ୍ଡ, ବିଜୁଳି ବିଲ୍, ପାଣି ବିଲ୍, ଇସ୍ଯୁରାନ୍ସ ପ୍ରିମିଅମ ସବୁ କ୍ଯାନସଲ ହୋଇପାରେ। ଯଦି ବିଲ୍ ୫ ହଜାର ରୁ କମ୍ ହୋଇଥିବା ତେବେ କ୍ଯାନସଲ ହେବ ଏବଂ ଅଟୋ ଡେବିଟ୍ର ସହମିତ ପରେ ହିଁ ପଇସା କଟିବ। ଯଦି ବିଲ ୫ ହଜାର ଟଙ୍କାରୁ ଅଧିକ ହେଲେ ୩୦ ସେପ୍ଟେମ୍ବର ପରେ ନୂଆ ନିୟମ ସହିତ ଅନଲାଇନ ଟ୍ରାନ୍ସଫର କରିବାକୁ ହେବ।

ନୂଆ ନିୟମ ଅନୁଯାୟୀ ବ୍ଯାଙ୍କ ପେମେଣ୍ଟ ପାଇଁ ଯେଉଁ ଅର୍ଥ କାଟିବ ୫ ଦିନ ପୂର୍ବରୁ ଗ୍ରାହକଙ୍କୁ ଏକ ନୋଟିଫିକେସନ ପଠାଇବ ଏବଂ ଗ୍ରାହକ ଅନୁମତି ଦେବା ପରେ ଟ୍ରାଞ୍ଜାକ୍ସନ କରିବାର ଅନୁମତି ମିଳିବ। ୫ ହଜାର ଟଙ୍କାରୁ ଅଧିକ ପେମେଣ୍ଟ କରିବାକୁ ହେବେଳ ବ୍ଯାଙ୍କ ଗ୍ରାହକଙ୍କୁ ଏକ ଓଟିପି ପଠାଇବ। ଏହି ନୂଆ ନିୟମ ବିଷୟରେ ଆକ୍ସିସ ବ୍ଯାଙ୍କ ନିଜ ଗ୍ରାହକଙ୍କୁ ସୂଚିତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.