ଚଳନ୍ତା ଅଟୋର ଟାୟାର ଚେଞ୍ଜ କଲେ ଚାଳକ, ଲୋକେ ଦେଖି କହିଲେ ‘ଆମେ ଚନ୍ଦ୍ରଯାନ ୨ର ଲ୍ୟାଣ୍ଡରକୁ ମଧ୍ୟ ଠିକ୍ କରିପାରିବା ’, ଦେଖନ୍ତୁ ମଜାଦାର ଭିଡିଓ
ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉଛି । ଯାହାକୁ ଲୋକେ ବହୁତ ପସନ୍ଦ କରିବା ସହିତ ସେୟାର ମଧ୍ୟ କରୁଛନ୍ତି । ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତି ଚଳନ୍ତା ଗାଡିର ଟାୟାର ବଦଳାଉଥିବା ନଜର ଆସିଛନ୍ତି । ଏପର୍ଯ୍ୟନ୍ତ ଭିଡିଓ କେଉଁ ସ୍ଥାନର ତାହା ଜଣାପଡୁନାହିଁ। ଆପଣଙ୍କ ଗାଡିରେ କେବେ କିଛି ପାର୍ଟ ଖରାପ ହେଲେ , ତାହାକୁ ସଜାଡିବାକୁ ମେକାନିକ ପାଖକୁ ନେଇଯାଉ କିମ୍ବା ଯେଉଁ କାମ ନିଜ ଦ୍ୱାରା ହେଇପାରିବ ତାହା ଆମ୍ଭେ କରିଥାଉ କିନ୍ତୁ ଗାଡିକୁ ଠିଆ କରି, ଚାଲିବା ସମୟରେ ନୁହେଁ। କିନ୍ତୁ ଏହି ଭିଡିଓ ଆପଣ ଯାହା ଦେଖିବେ ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ନିଶ୍ଚିତ।
ସେହି ଭିଡିଓରେ ଅଟୋର ଚକା ପମ୍ପଚର ହୋଇଯାଇଥିବା ବେଳେ ଚାଳକ ଜଣକ କିପରି ଚଳନ୍ତା ଗାଡି ଟାୟାର ବାହାର କରିବା ତାହା ଦେଖିବାକୁ ମିଳିଛି। ଏହାକୁ ଅଟୋ ପଛରେ ଯାଉଥିବା ଜଣେ ବ୍ୟକ୍ତି ଏହି ଭିଡିଓକୁ ସୁଟ କରିଛନ୍ତି। କିଭଳି ଅଟୋ ଚାଳକ ଗାଡି ଚଲାଇବା ସହିତ ଟାୟାର ବାହାର କରିବା ଅନ୍ୟ ଜଣେ ଅଟୋ ଚାଳକକୁ ଦେଉଛନ୍ତି ତାହା ଦେଖିବାକୁ ମିଳିଛି। ଏହାକୁ ବଦଳିବା ପରେ ଅଟୋ ଚାଳକ କିପରି ଗାଡି ଚଲାଇଛନ୍ତି ତାହା ଦେଖିବାକୁ ମିଳିଛି। ଟ୍ଵିଟରରେ ୟୁର୍ଜରମାନେ ଲେଖୁଛନ୍ତି ‘ ଆମେ ଚନ୍ଦ୍ରଯାନ ୨ର ଲ୍ୟାଣ୍ଡରକୁ ମଧ୍ୟ ଠିକ୍ କରିପାରିବା’ ଏହି ଭିଡିଓକୁ ଅନେକ ମାତ୍ରାରେ ଫେସବୁକ, ଟ୍ଵିଟର, ହ୍ଵାଟସଆପ୍ରେ ସେୟାର କରାଯାଉଛି।
हम चदंरयान का लैडर भी ठीक कर लेगे 👶😁 pic.twitter.com/kPuhfh79E1
— HarrY 🚩 (@harisbhadra) September 11, 2019