ସଡକ ସୁରକ୍ଷା : ଖୁବ ଶୀଘ୍ର ବିଶ୍ବରେ ଆରମ୍ଭ ହେବାକୁ ଯାଉଛି ଆଟୋମେଟିକ ବ୍ରେକିଂ ସିଷ୍ଟମ୍

ସଂଯୁକ୍ତ ରାଷ୍ଟ୍ରର ଏଜେନ୍ସି ରାଷ୍ଟ୍ରିୟ ରାଜମାର୍ଗ ଯାତାୟାତ ସୁରକ୍ଷା ପ୍ରଶାସନଙ୍କ କହିବାନୁଯାୟୀ ଏହି ଟେକନିକ୍‌ ରେ ପ୍ରସ୍ତୁତ ହେଉଥିବା ଯାନ ଆସନ୍ତା ବର୍ଷ ବଜାରରେ ଉପଲ୍ଲବ୍ଧ ହେବ । ଏଜେନ୍ସିଙ୍କ କହିବା ମୁତାବକ ଏହି ନୂଆ ପ୍ରସ୍ତାବ କେବଳ ହସ୍ତକ୍ଷେପ କରୁଥିବା ଦେଶର ବଜାରରେ ବିକ୍ରି କରାଯାଇଥିବା ନୂଆ କାରକୁ ପ୍ରଭାବିତ କରୁଛି। କିନ୍ତୁ ରାସ୍ତାରେ ପୂର୍ବରୁ ଚାଲୁଥିବା ପୁରୁଣା କାର ଏବଂ ଟ୍ରକରେ ଏହା ଲଗାଇବା ଜରୁରୀ ନୁହେଁ ବୋଲି ଜଣାଯାଇଛି।

କମ୍ ଗତିରେ ମଧ୍ୟ କାମ କରିବ ସେନ୍ସର

Volvoଏଜେନ୍ସିଙ୍କ କହିବା ମୁତାବକ, ସବୁ ଯାନରେ ଅଟୋମେଟିକ ବ୍ରେକିଙ୍ଗ ସିଷ୍ଟମ୍‌ ଟେକନିକରେ ସାଜସଜା କରିବା ପାଇଁ ଏହି ନିୟମ ଆବଶ୍ୟକତା ପଡିବ। ଏହାଦ୍ୱାରା ଯାନରେ ସେନସର ଲଗାଯିବ , ଯାହା ପାଦରେ ଚାଲିବା ଲୋକ କିମ୍ବା କୌଣସି ମାଲବାହୀ ଯାନର କେତେ ପାଖରେ ରହିଥାଏ। ଯଦି ଏପରି ଲାଗିଥାଏ ଧକ୍କା ହୋଇପାରେ କିମ୍ବା ଠିକ ସମୟରେ ବ୍ରେକ ଲାଗିନଥାଏ ତେବେ ଏହି ପ୍ରଣାଳୀ ଆପେ ଆପେ ବ୍ରେକ ଲଗାଇଥାଏ। ଗୁରୁତ୍ୱପୂର୍ଣ୍ନ କଥା ହେଉଛି ଏହି ପ୍ରଣାଳୀ ଘଣ୍ଟା ପ୍ରତି ୬୦କି.ମି ଚାଲୁଥିବା ଯାନରେ କାମ କରିଥାଏ।

ଏହା ସହ ପଢ଼ନ୍ତୁ : ପେଟ୍ରୋଲ ଏବଂ ବ୍ୟାଟେରୀରେ ଚାଳିତ ପ୍ରଥମ ଭାରତୀୟ ବାଇକ୍, ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ

ଆସନ୍ତା ବର୍ଷ ଜାପାନରେ ହେବ ଏହାର ବ୍ୟବହାର

absସଂଯୁକ୍ତ ରାଷ୍ଟ୍ର ଆର୍ଥିକ ଆୟୋଗର ପ୍ରବକ୍ତା ଜେନ ରୋଡ଼୍ରିଜଙ୍କ କହିବା ଅନୁସାରେ ଅଟୋମେଟେଡ଼ ବ୍ରେକିଙ୍ଗ ସିଷ୍ଟମର ସାଜସଜା ଯାନ ସବୁଠାରୁ ପ୍ରଥମେ ଜାପାନରେ ଆସନ୍ତା ବର୍ଷ ତିଆରି ହେବ। ୨୦୨୨ରେ ୟୁରୋପ ସଂଘ ଏବଂ ଏହାର କିଛି ପଡ଼ୋଶୀ ଦେଶ ଏହି ପ୍ରସ୍ତାବକୁ ପାଳନ କରିବାକୁ ଲାଗିବେ। ୟୁଏନଇସିଇ କହିବା ଅନୁସାରେ ୨୦୧୬ ରେ ୟୁରୋପ ସଂଘର ସଡକ ଦୁର୍ଘଟଣାରେ ୯,୫୦୦ରୁ ଅଧିକ ଲୋକମାନଙ୍କର ମୃତ୍ୟୁ ହୋଇଥିଲା। ୟୁରୋପୀୟ ସଂଘ ଆୟୋଗର ଅନୁମାନ ଯେ ଏହି ବ୍ରେକିଂ ସିଷ୍ଟମ ଏକ ବର୍ଷରେ ୧୦୦୦ରୁ ଅଧିକା ଲୋକଙ୍କର

autometicଜୀବନ ବଞ୍ଚାଇବାରେ ସାହାଯ୍ୟ କରିପାରିବ

ଏଜେନ୍ସିଙ୍କ ୨୦୧୭ରେ ସୁରକ୍ଷା ଟେକନିକ ଉପରେ ଆସିଥିବା ସବୁଠାରୁ ବଡ଼ ଖବର ୨୦ଜଣ ବାହନ ନିର୍ମାତାଙ୍କ ମଧ୍ୟରୁ କେବଳ ୪ଜଣ ନିର୍ମାତା ତାଙ୍କର ଅଧାରୁ ଅଧିକ ମଡ଼େଲରେ ଅଟୋମେଟେଡ଼ ବ୍ରେକିଙ୍ଗ ମାନକ ତିଆରି କରିଥିଲେ । ଏହି ବାହନ ନିର୍ମାତା କମ୍ପାନୀ ହେଉଛି ଟେସଲା, ମର୍ସିଡ଼ିଜ ବେଂଜ, ଟୋୟାଟା ଏବଂ ଭୋଲବୋ । ଏହା ପୂର୍ବରୁ ୨୦୧୬ରେ ୨୦ଜଣ ବାହନ ନିର୍ମାତାମାନେ ଆମେରିକା ସରକାରଙ୍କ ସହିତ ସେପ୍ଟେମ୍ବର ୨୦୨୨ ମଧ୍ୟରେ ସବୁ ଯାନରେ ଏହି ଅଟୋମେଟିକ ବ୍ରେକିଙ୍ଗ ସିଷ୍ଟମ ଲଗାଇବା ପାଇଁ ବୁଝାମଣା କରିଥିଲେ । କିନ୍ତୁ ଏହାକୁ ପାଳନ କରିବା ନିର୍ମାତା ମାନଙ୍କ ଉପରେ ନିର୍ଭର କରେ।