ଦିଲ୍ଲୀ: ‘Hoax Call’ କରୁଥିବା ବ୍ୟକ୍ତିଙ୍କ ଉପରେ ନିଆଯିବ ଆକ୍ସନ, କରିପାରିବେନି ବିମାନରେ ଯାତ୍ରା

ଗତ ସପ୍ତାହ ଭିତରେ ବିମାନରେ ବୋମା ଥିବା ନେଇ ୭୦ରୁ ଅଧିକ ଧମକ ମିଳିଛି । ଏହି ମିଥ୍ୟା ଧମକ (Hoax Call) ଦ୍ୱାରା ଏୟାରଲାଇନ୍ କମ୍ପାନୀଗୁଡ଼ିକୁ ବହୁ କ୍ଷତି ସହିବାକୁ ପଡ଼ିଛି । ଏବେ ଏହି ମାମଲା ଉପରେ କେନ୍ଦ୍ର ମନ୍ତ୍ରୀ କଡ଼ା ଆଭିମୁଖ ଗ୍ରହଣ କରିଛନ୍ତି ।
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି ଯେ ଏୟାରଲାଇନ୍ କମ୍ପାନୀକୁ ହକ୍ସ ବା ମିଥ୍ୟା କଲ୍ କଲେ ଏବେ ଏହା ଅପରାଧ ଭାବରେ ବିବେଚିତ ହେବ । ବିଗତ କିଛି ଦିନ ହେବ ଅନେକ ଏୟାରଲାଇନ୍ କମ୍ପାନୀକୁ ବିମାନରେ ବୋମା ରଖାଯାଇଥିବା ନେଇ ମିଥ୍ୟା ଫୋନ୍ କଲ୍ କରାଯାଇଛି, ଯାହା ପରେ ଏହି ପଦକ୍ଷେପ ନିଆଯାଇଛି ।
କେନ୍ଦ୍ର ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ ସମୟରେ ଏହାକୁ ଅତି ସମ୍ବେଦନଶୀଳ ସ୍ଥିତି ବୋଲି ଦର୍ଶାଇ କହିଛନ୍ତି କି, ଏହିଭଳି ମିଥ୍ୟା କଲ୍ କରୁଥିବା ବ୍ୟକ୍ତିଙ୍କୁ ବିମାନ କମ୍ପାନୀର ନୋ-ଫ୍ଲାଏ ଲିଷ୍ଟରେ ରଖାଯିବ ।
କେନ୍ଦ୍ର ମନ୍ତ୍ରୀ ନାଇଡୁ କହିଛନ୍ତି, ଆମକୁ ବାରମ୍ବାର ଏ ପ୍ରକାରର ହକ୍ସ କଲ୍ ମିଳୁଛି । ଏହି ମାମଲାକୁ ନେଇ ଆମେ ଅନେକ ବୈଠକ ମଧ୍ୟ କରିଛୁ । ଆମେ ସବୁ ସ୍ତରରେ ମିଟିଂ କରିଛୁ । ଏହି ବୈଠକଗୁଡ଼ିକ ପରେ ଏହି ସିଦ୍ଧାନ୍ତରେ ପହଞ୍ଚିଛୁ ଯେ ଆମକୁ ନିୟମରେ ସଂଶୋଧନର ଆବଶକତା ରହିଛି ।
ସେ କହିଛନ୍ତି, ଆମେ SUASCA ଆକ୍ଟରେ ସଂଶୋଧନ କରିବାକୁ ପ୍ରସ୍ତୁତି କରୁଛୁ । ଏହାକୁ ନେଇ ଅନ୍ୟ ମନ୍ତ୍ରଣାଳୟ ସହ ମଧ୍ୟ ଆଲୋଚନା କରୁଛୁ । ଆମେ ଏହାକୁ ଅପରାଧ ଶ୍ରେଣୀରେ ଆଣିବାକୁ ଚାହୁଁଛୁ । ଯାତ୍ରୀମାନଙ୍କ ସୁରକ୍ଷା ସହିତ ଆମେ କୌଣସି ପ୍ରକାରେ ଆପୋଷ ବୁଝାମଣା କରିବୁ ନାହିଁ । ଆମେ ଏବେ ସ୍ଥିତିକୁ ଆକଳନ କରୁଛୁ, କାରଣ, ଏହା ବହୁତ ସମ୍ବେଦନଶୀଳ ମାମଲା ।
#WATCH | Delhi: Civil Aviation Minister Ram Mohan Naidu Kinjarapu speaks on recent hoax bomb calls on several domestic and international flights.
He says, “…From the Ministry, we have thought of some legislative action if it is required. We have come to the conclusion that… pic.twitter.com/q0K6MxOgK8
— ANI (@ANI) October 21, 2024