ମହିଳାଙ୍କ ମୃତ ଶରୀରରେ ଲାଗୁଥିଲା ପୁରୁଷ ମୁଣ୍ଡ, ଅଙ୍ଗଦାନ କେନ୍ଦ୍ରର ଏହି ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିବା ପରେ ସ୍ତବ୍ଧ ହୋଇଗଲା ପୂରା ଦେଶ

ଆମେରିକାର ଏରିଜୋନାରେ ଥିବା ଏକ ଅଙ୍ଗଦାନ କେନ୍ଦ୍ର ଉପରେ ଚଢ଼ାଉ ପରେ ଲୋମ ଟାଙ୍କୁରା ଦୃଶ୍ୟ ସାମ୍ନାକୁ ଆସିଥିଲା। ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନଭେଷ୍ଟିଗେଶନ(ଏଫବିଆଇ) ଅଧିକାରୀମାନଙ୍କୁ ଏଠାରେ ମାନବ ଅଙ୍ଗର ଚୋରାଚାଲାଣ କାରବାରର ପ୍ରମାଣ ହାତରେ ଲାଗିଥିଲା। ଏକ ଗଣମାଧ୍ୟମର ରିପୋର୍ଟ ମୁତାବକ, ଏହି ଚଢ଼ାଉ ଏରିଜୋନାର ବାୟୋଲୋଜିକାଲ ରିସୋର୍ସ ସେଣ୍ଟର ଉପରେ ୨୦୧୪ ମସିହାରେ ହୋଇଥିଲା। ଏଫବିଆଇର ଯାଞ୍ଚ ସମୟରେ ସେତେବେଳେ ଆମେରିକାର କେତେକ ରାଜ୍ୟରେ ମାନବ ଚାଲାଣ ଏବଂ ମାନବ ଅଙ୍ଗ ବିକ୍ରି ମାମଲା ସାମ୍ନାକୁ ଆସିଥିଲା।

body2

ରିପୋର୍ଟ ଅନୁସାରେ, ଚଢ଼ାଉ ବେଳେ ଏହି ଅଙ୍ଗଦାନ କେନ୍ଦ୍ରରୁ ଜଣେ ମହିଳାଙ୍କ ମୃତଶରୀର ପୁରୁଷ ମୁଣ୍ଡ ଲଗାଯାଇଥିବା ଅବସ୍ଥାରେ ମିଳିଥିଲା। ଏହି ପୂରା ମାମଲାରେ ଲମ୍ବା ସମୟ ଧରି ବିଚାର ଚାଲିଥିଲା। ଏଫବିଆଇ ଦ୍ୱାରା କୋର୍ଟରେ ଦାଖଲ ହୋଇଥିବା ଦସ୍ତାବିଜ୍‌ଗୁଡ଼ିକର ଅନେକ ଖୁଲାସା ହୋଇଥିଲା।

ଏହାସହ ପଢ଼ନ୍ତୁ: ପ୍ରସବ ସମୟରେ ମହିଳାଙ୍କ ପେଟରୁ ବାହାରିଲା ଏମିତି ଅବିଶ୍ୱସନୀୟ ଜିନିଷ, ଡାକ୍ତର କହିଲେ, ‘ଏହା ଭଗବାନଙ୍କ ଚମତ୍କାରିତା’

body3

ଜଣେ ଏଫବିଆଇ ଅଧିକାରୀଙ୍କ କହିବା ଅନୁସାରେ, ଅଙ୍ଗଦାନ କେନ୍ଦ୍ରରୁ ଅନେକ ଡବା ମିଳିଥିଲା, ଯେଉଁଥିରେ ମଣିଷ ଅଙ୍ଗଗୁଡ଼ିକୁ ଜମା କରି ରଖାଯାଇଥିଲା। ବାୟୋଲୋଜିକାଲ୍‌ ରିସୋର୍ସ ସେଣ୍ଟର କେତେକ ମୃତଦେହକୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରି ନ ଥିଲା, ଯେଉଁଥିପାଇଁ ୩୩ଟି ପରିବାର ଏହି ସେଣ୍ଟର ବିରୋଧରେ ମକଦ୍ଦମା କରିଥିଲେ। ସେ ସମୟରେ ସେଣ୍ଟର ପକ୍ଷରୁ କୁହାଯାଇଥିଲା ଯେ ସେମାନେ ବୈଜ୍ଞାନିକ ଉଦ୍ଦେଶ୍ୟରେ ମୃତଦେହକୁ ବ୍ୟବହାର କରିବେ। ମକଦ୍ଦମା ଚାଲିବାରୁ ସେଣ୍ଟର ମାଲିକ ଷ୍ଟିଫେନଙ୍କ ବିରୋଧରେ ଅନେକ ପ୍ରମାଣ ମିଳିଥିଲା। ୨୦୧୫ରେ ତାଙ୍କୁ ବେଆଇନ କାରବାର ପାଇଁ ୧ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଯାଇଥିଲା। କୋର୍ଟରେ ଦାଖଲ ହୋଇଥିବା ଦସ୍ତାବିଜ୍‌ରୁ ଜଣାପଡ଼ିଥିଲା କି, ଏହି ସେଣ୍ଟର ଗୋଟିଏ ମୃତଦେହକୁ ୨ ଲକ୍ଷ ଟଙ୍କାରେ ବିକ୍ରି କରୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.