ଡାକ୍ତରରୁ ବିଶ୍ୱର ସବୁଠୁ ବଡ଼ ଆତଙ୍କୀ, ଓ୍ଵାଲ୍ଡ ଟ୍ରେଡ ସେଣ୍ଟର ଆକ୍ରମଣ ଯୋଜନା ପଛରେ ଜଓ୍ଵାହିରିର ଥିଲା ମୁଖ୍ୟ ଭୂମିକା

ଇଜିପ୍ଟର ଗିଜା ସହରରେ ଜନ୍ମ ହୋଇଥିଲା ଅଲ୍‌-ଜଓ୍ଵାହିରି। ଇଜିପ୍ଟର ଏକ ପ୍ରତିଷ୍ଠିତ ପରିବାରରୁ ଆସିଥିଲା ଅଲ୍‌-ଜଓ୍ଵାହିରି । ପେଶାରେ ଥିଲା ଆଖି ଡାକ୍ତର। ୧୯୮୦ରେ ଆତଙ୍କୀ ଗତିବିଧିରେ ସାମିଲ ଥିବା ଅଭିଯୋଗରେ ଜଓ୍ଵାହିରିଙ୍କୁ ଗିରଫ କରାଯାଇଥିଲା। ଜେଲରୁ ମୁକୁଳିବା ପରେ ଦେଶ ଛାଡି ଜିହାଦି ଆନ୍ଦୋଳନରେ ସାମିଲ ହୋଇଥିଲା। ଆଫଗାନିସ୍ତାନ ସୋଭିଏତ ରୁଷ ଯୁଦ୍ଧରେ ଇସଲାମିକ ସୈନ୍ୟଙ୍କୁ ଚିକିତ୍ସା କରିବାକୁ ମିଳିଥିଲା ଜଓ୍ଵାହିରିକୁ ମିଳିଥିଲା ଅଫର। ସେଠାରେ ଓସାମା ବିନ ଲାଡେନ ସହ ଜଓ୍ଵାହିରିର ଭେଟ ହୋଇଥିଲା ।

ପରେ ଓସମା ବିନ ଲାଡେନର ଡାହାଣ ହାତ ପାଲଟିଯାଇଥିଲା ଜଓ୍ଵାହିରି। ସାରା ବିଶ୍ୱରେ ଆତଙ୍କରାଜ କରିବାକୁ ଯୋଜନା କରିଥିଲେ। ୧୯୮୦ରୁ ୩ଦଶକ ମଧ୍ୟରେ ବିଶ୍ୱର ସବୁଠୁ ବଡ଼ ଆତଙ୍କୀ ସଂଗଠନର ମୁଖ୍ୟ ହୋଇପାରିଥିଲା ଜଓ୍ଵାହିରି। ଦୁହେଁ ମିଶି ଆମେରିକା ବିରୋଧରେ ୨୦୦୧, ୧୧ ସେପ୍ଟମ୍ବର ଆକ୍ରମଣର ଯୋଜନା କରିଥିଲେ। ଜଓ୍ଵାହିରିକୁ ଲାଡେନର ବ୍ୟକ୍ତିଗତ ଡାକ୍ତର ମଧ୍ୟ କୁହାଯାଉଥିଲା। ଏପରିକି ଓ୍ଵାଲ୍ଡ ଟ୍ରେଡ ସେଣ୍ଟର ଉପରେ ଆକ୍ରମଣ ଯୋଜନା ପଛରେ ମୁଖ୍ୟ ଭୂମିକା ଜଓ୍ଵାହିରିର।

ସୂଚନା ଥାଉକି , ୨୦୦୧ରେ ଆମେରିକାରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ବଡ଼ ଆତଙ୍କୀଙ୍କୁ ସଫା କରିଛି ଆମେରିକା। କାବୁଲରେ ଅଲ-କାଏଦା ମୁଖ୍ୟ ଅଲ୍‌-ଜଓ୍ଵାହିରି ନିହତ। ୭୧ ବର୍ଷୀୟ ଅଲକାଏଦା ଚିଫ ଅୟମାନ ଅଲ୍‌ ଜଓ୍ଵାହିରିକୁ ଡ୍ରୋନ ଷ୍ଟ୍ରାଇକ କରି ମାରିଲା ଆମେରିକା। FBIର ମୋଷ୍ଟ ଓ୍ଵଣ୍ଟେଣ୍ଡ ଆତଙ୍କବାଦୀ ତାଲିକାରେ ଥିଲା ଜଓ୍ଵାହିରି। ବିନ ଲାଡେନ ପରେ ଜଓ୍ଵାହିରି ଅଲ୍‌ କାଏଦାର ମୁଖ୍ୟ ହୋଇଥିଲା।

ଏନେଇ ରାଷ୍ଟ୍ରପତି ବାଇଡେନ ସ୍ପଷ୍ଟ କରିଛନ୍ତି ଯେ,ଏବେ ନ୍ୟାୟ ମିଳିଲା। ସମୟ ଯେତେ ଲାଗୁ, ଯେଉଁଠି ବି ଆତଙ୍କୀ ଲୁଚିଥାଉ। ଯେତେବେଳେ ଆମ ଲୋକଙ୍କ ପ୍ରତି ବିପଦ ସୃଷ୍ଟି ହେବ, ଆମେରିକା ତାକୁ ଖୋଜି ବାହାର କରିବ ବୋଲି କହିଛନ୍ତି ବାଇଡେନ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.