ରାମ ନବମୀ ପାଇଁ ସଜେଇ ହୋଇଛି ଅଯୋଧ୍ୟା ନଗରୀ, ୨୦ ଲକ୍ଷରୁ ଅଧିକ ଭକ୍ତଙ୍କ ହେବ ସମାଗମ

ଶ୍ରୀରାମ ନବମୀ ପାଇଁ ସଜେଇ ହୋଇଛି ଜନ୍ମ ନଗରୀ ଅଯୋଧ୍ୟା । ଭକ୍ତଙ୍କ ମନରେ ନାହିଁନଥିବା ଉତ୍ସାହ । ଶ୍ରୀରାମଙ୍କ ଦର୍ଶନ ପାଇଁ ଛୁଟିବାରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ତେବେ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ପାଇଁ ପ୍ରଶାସନ ପକ୍ଷରୁ ହୋଇଛି ଅଭୁତପୂର୍ବ ବ୍ୟବସ୍ଥା ।  ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ସମସୟ ସୀମା ବଢାଯାଇଛି । ସକାଳ ୭ ପରିବର୍ତ୍ତେ ସକାଳ ୬ରୁ ମନ୍ଦିର ଖୋଲିଛି । ସୃଙ୍ଗାର ଆଳତୀ ପରେ ସାଢେ ୬ଟାରୁ ୧୧ଟା ୫୦ ପର୍ଯ୍ୟନ୍ତ ଦର୍ଶନ କରିବେ ଶ୍ରଦ୍ଧାଳୁ । ୧୨ଟାରେ ବନ୍ଦ ରହିବ ରାମ ମନ୍ଦିର । ପୁଣି ମଧ୍ୟାହ୍ନ ଗୋଟେରୁ ୯ଟା ୪୫ ପର୍ଯ୍ୟନ୍ତ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ରାତି ୧୦ଟାରେ ଶୟନ ଆଳତୀ ପରେ ବନ୍ଦ ରହିବ ମନ୍ଦିର ।

ସେପଟେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ଡ୍ରୋନ ଯୋଗେ ପବିତ୍ର ସରଜୁ ନଦୀର ପାଣିକୁ ଶ୍ରଦ୍ଧାଳୁଙ୍କ ଉପରେ ସିଞ୍ଚନ କରାଯାଉଛି । ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି ପୂରା ଅଯୋଧ୍ୟା । ଅଯୋଧ୍ୟାରେ ୨୦ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବ।  ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାମ ଲାଲାଙ୍କ ସୂର୍ଯ୍ୟ ତିଳକର ବ୍ୟବସ୍ଥା କରାଯାଇଛି ।

ସେହିପରି ପଶ୍ଚିମ ବଙ୍ଗରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ୩୫ ଶହରୁ ଅଧିକ ଯବାନ ନିୟୋଜିତ ହୋଇଛନ୍ତି । କୋଲକାତାର ବିଭିନ୍ନ ସ୍ଥାନରେ ୬୦ରୁ ଅଧିକ ରାଲି ଉପରେ ନଜର ରଖିବ ପୋଲିସ । ଡ୍ରାେନ କ୍ୟାମେରା ଦ୍ବାରା ନଜର ରଖାଯିବ। ଗୁଜରାଟରେ ମଧ୍ୟ ରାମ ନବମୀ ପାଇଁ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି ।  ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଯେପରି କୌଣସି ଅପ୍ରିତିକର ପରିସ୍ଥିତି ନଘଟେ ସେନେଇ ପୋଲିସ ନଜର ରଖିଛି ।

ବିହାର ପାଟନାରେ ରାମ ନବମୀ ପାଇଁ ଡ୍ରୋନ କ୍ୟାମେରା ସାହାଯ୍ୟରେ କଡ଼ା ନଜର ରଖିଛି ପୋଲିସ ।  ଝାରଖଣ୍ଡରେ ଶାନ୍ତି ଶୃଙ୍ଖଳାର ସହ ଉତ୍ସବ ପାଳନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି । ରାଞ୍ଚିରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ବିଭିନ୍ନ ସ୍ଥାନରେ ଡ୍ରୋନ ସହ ସିସିଟିଭି ଲଗାଯାଇଛି ।

 

ଆହୁରି ପଢ଼ନ୍ତୁ : ରାମନବମୀରେ ରେଳସେତୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ, ୫୫୦ କୋଟି ଟଙ୍କା ମୂଲ୍ୟର ନିର୍ମାଣ