ନୂଆଦିଲ୍ଲୀ(କେନ୍ୟୁଜ୍): ଅଗଷ୍ଟ ୨ ତାରିଖରେ ଅଯୋଧ୍ୟା ଜମି ବିବାଦ ମାମଲାରେ ପୁଣି ହେବ ଶୁଣାଣି । ପ୍ରତିଦିନ ଶୁଣାଣି ହେବ କି ନାହିଁ ୨ ତାରିଖ ଦିନ ନିଷ୍ପତ୍ତି ନେବେ କୋର୍ଟ । ଆଜି ମଧ୍ୟସ୍ଥତା କମିଟି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛି । ଆସନ୍ତା ୩୧ ତାରିଖ ସୁଦ୍ଧା କମିଟି ଫାଇନାଲ ରିପୋର୍ଟ ପ୍ରଦାନ କରିବ । ଜୁଲାଇ ୩୧ ତାରିଖ ସୁଦ୍ଧା ମଧ୍ୟସ୍ଥତା ପ୍ରକ୍ରିୟା ଜାରି ରହିବ । ଏହା ପରେ ଅୟୋଧ୍ୟା ମାମଲାର ଶୁଣାଣି ଓପନ କୋର୍ଟରେ କରାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ କମିଟି ମାମଲାର ଶୁଣାଣି କରିଛନ୍ତି । ଗତ ୧୧ ତାରିଖରେ ଶୁଣାଣି କରି କୋର୍ଟ ମଧ୍ୟସ୍ଥତା ପ୍ୟାନେଲ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
You might also like