ଦେଶ ବିଦେଶ

ପବିତ୍ର ସରଜୁ ନଦୀରେ ବୁଡ଼ ପକାଇବା ବେଳେ ସ୍ତ୍ରୀକୁ କିସ୍‌ କରୁଥିଲେ ସ୍ୱାମୀ, ଦେଖିବା ପରେ ପ୍ରବଳ ପିଟିଲେ ଲୋକେ; ଭିଡିଓ ଭାଇରାଲ

ହିନ୍ଦୁ ଧର୍ମରେ ରାମ ଜନ୍ମଭୂମି ଅଯୋଧ୍ୟାକୁ ଏକ ପବିତ୍ର ସ୍ଥଳର ମାନ୍ୟତା ମିଳିଛି। ଏଣୁ ଏଠାକାର ସରଜୁ ନଦୀକୁ ଯାଇ ଲୋକମାନେ ସ୍ନାନ କରିଥାନ୍ତି। ଏବେ ସେହି ପୁଣ୍ୟସ୍ଥାନରୁ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଇଛି ଯେ ସରଜୁ ନଦୀରେ ସ୍ନାନ କରିବା ବେଳେ ଜଣେ ସ୍ୱୀମୀ ନିଜ ସ୍ତ୍ରୀକୁ କିସ୍‌ କରୁଥିଲେ। ଯାହା ଦେଖି ସ୍ଥାନୀୟ ଲୋକମାନେ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ପ୍ରବଳ ମାଡ଼ ମାରିଛନ୍ତି। ଏହି ଘଟଣାର ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି।

ଭିଡିଓରେ ଦେଖାଯାଇଛି ଯେ ଏକ ଦମ୍ପତି ସ୍ନାନ କରୁଛନ୍ତି। ଏହି ସମୟରେ ବ୍ୟକ୍ତି ଜଣକ ନିଜ ସ୍ତ୍ରୀକୁ କିସ୍‌ କରୁଛନ୍ତି। ଏହା ଦେଖି ପାଖରେ ଠିଆ ହୋଇଥିବା ଲୋକମାନେ ରାଗିଯାଇ ତାଙ୍କୁ ପ୍ରବଳ ମାଡ଼ ମାରୁଛନ୍ତି। ଘଟଣାର ପୂରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଦେଖନ୍ତୁ ଭିଡିଓ:

ଭିଡିଓରେ ନଜର ଆସିଛି ଯେ ପ୍ରଥମେ ଜଣେ ବ୍ୟକ୍ତି ସ୍ୱାମୀଙ୍କୁ ପିଟୁଛନ୍ତି। ତା’ପରେ ପାଖରେ ଥିବା ଲୋକମାନେ ଆସି ତାଙ୍କୁ ମାଡ଼ ମାରିବା ଆରମ୍ଭ କରି ଦେଉଛନ୍ତି। ଏହି ମାଡ଼ରେ ବ୍ୟକ୍ତିଙ୍କ ମୁହଁରୁ ଚଷମା ବି ଗଳି ପଡ଼ୁଛି। ତା’ପରେ ଲୋକମାନେ ବ୍ୟକ୍ତିଙ୍କୁ ପାଣିରୁ ଘୋଷାଡ଼ି ନେଇ ଉପରକୁ ଯାଉଛନ୍ତି ଓ ଚାପୁଡ଼ା ପରେ ଚାପୁଡ଼ା କଷି ଦେଉଛନ୍ତି। ଏହି ସମୟରେ ସ୍ତ୍ରୀ ଜଣକ ସ୍ୱାମୀଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଲୋକେ ତାଙ୍କୁ ମଧ୍ୟ ଅପଶବ୍ଦ କହୁଛନ୍ତି।

ଏହି ଭିଡିଓ ଭାଇରାଲ ହେବା ପରେ କିଛି ଲୋକ ଭିଡ଼ରେ ଥିବା ଲୋକଙ୍କ ଉପରେ ବି ବିରକ୍ତ ହେଉଥିବା ଦେଖାଯାଇଛି। ସେହିପରି ଆଉ କିଛି ଏହି ଦମ୍ପତିଙ୍କ ଉପରେ ରାଗୁଛନ୍ତି। ଜଣେ ୟୁଜର ଲେଖିଛନ୍ତି-ଆପଣ ଭକ୍ତି କରିବାକୁ ଯାଇଥିଲେ ନା ୟାଙ୍କୁ ଦେଖିବାକୁ ଯେ କେତେ ବେଳେ ସ୍ୱାମୀ ତା’ ସ୍ତ୍ରୀକୁ କିସ୍‌ କରିବ ଓ ତାକୁ ଆପଣମାନେ ପିଟିବେ।

ତେବେ ଏହି ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ପୋଲିସ ତଦନ୍ତ ନିର୍ଦ୍ଦେଶ ଦେଇଛି। ଅଯୋଧ୍ୟା ପୋଲିସ ଟ୍ଵିଟ୍‌ କରି ଏହି ସୂଚନା ଦେଇଛି। ଖବର ଲେଖାହେବା ପର୍ଯ୍ୟନ୍ତ ଏହି ଭିଡିଓକୁ ୨୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

Also Read: ଓଲିଉଡ୍‌ର ଖଳନାୟକ ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ! ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତ ଦେହ

WCW 11

Recent Posts

ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ

ବାଲେଶ୍ୱର (କେନ୍ୟୁଜ୍‌): ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱର ୭.୪୬ ପ୍ରତିଶତ, ଭଦ୍ରକରେ…

12 mins ago

ପୁଣେ ପୋର୍ସେ କାର ଦୁର୍ଘଟଣା ମାମଲା: ନାବାଳକ ଅଭିଯୁକ୍ତର ମା’ ଗିରଫ, ରକ୍ତ ନମୁନା ବଦଳାଇଥିବା ଅଭିଯୋଗ

ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ନାବାଳକଙ୍କ ମା’ଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନାବାଳକ ମା' ଶିବାନୀ…

20 mins ago

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି, ଉପକୂଳରେ ଅସହ୍ୟ ହେଉଛି ଗୁଳୁଗୁଳି

କେନ୍ୟୁଜ୍‌: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା ।…

45 mins ago

ଗ୍ରାହକଙ୍କୁ ଆଶ୍ୱସ୍ତି, ମାସ ଆରମ୍ଭରୁ କମିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଦେଶରେ ଲୋକସଭା ନିର୍ବାଚନର ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ଭୋଟ ଚାଲିଥିବା ବେଳେ ଗ୍ରାହକଙ୍କୁ ଖୁସି କରିଦେଇଛନ୍ତି…

52 mins ago

ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ

କେନ୍ୟୁଜ୍‌: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ୫୭ଟି…

1 hour ago

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

2 hours ago