ଦେଶ ବିଦେଶ

୨୪ ଲକ୍ଷ ଦୀପରେ ଝିଲିମିଲି ହେବ ରାମନଗରୀ ଅଯୋଧ୍ୟା, ସଜେଇ ହେଲା ସରଯୁ ନଦୀର ୫୧ଟି ଘାଟ

ଦୀପାବଳିରେ ପୁଣିଥରେ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛି ରାମ ନଗରୀ ଅଯୋଧ୍ୟା। ନଭେମ୍ବର ୧୧ରେ ଅଯୋଧ୍ୟାରେ ଜଳିବ ୨୪ ଲକ୍ଷ ଦୀପ। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପ୍ରସ୍ତୁତି କାର୍ଯ୍ୟ ଜୋର୍‌ସୋରରେ ଚାଲିଛି। ରାମଙ୍କ ପୌଡ଼ି ଏବଂ ଚୌଧୁରୀ ଚରଣ ଘାଟ ସମେତ ସରଯୁ ନଦୀର ୫୧ଟି ଘାଟକୁ ଦୀପୋତ୍ସବ ପାଇଁ ସଜାଯାଇଛି।

ଦୀପାବଳି ଉପଲକ୍ଷେ ସମଗ୍ର ଅଯୋଧ୍ୟା ସହରକୁ ଅତି ଆକର୍ଷଣୀୟ ରୂପରେ ସଜାଯାଉଛି। ଏଠାରେ ରାମଙ୍କ ପୌଡ଼ିରେ ଲେଜର୍‌ ଶୋ’ର ଆୟୋଜନ ହେବ, ଯେଉଁଥିରେ ପ୍ରଭୁ ଶ୍ରୀରାମଙ୍କ ଜୀବନର ଗାଥାକୁ ପ୍ରଦର୍ଶିତ କରାଯିବ। ଭଗବାନଙ୍କ ଜୀବନର ଆଦର୍ଶଗୁଡ଼ିକୁ ଶ୍ରୀରାମଚରିତମାନସର ସାତ କାଣ୍ଡର ପ୍ରସ୍ତୁତି ମାଧ୍ୟମରେ ଦର୍ଶାଯିବ। ବହୁ ସଂଖ୍ୟାରେ ଦେଶୀ ଓ ବିଦେଶୀ କଳାକାର ରାମଲୀଳା ନାଟକ ମଞ୍ଚସ୍ଥ କରିବେ। ରୁଷ୍‌, ଶ୍ରୀଲଙ୍କା, ସିଙ୍ଗାପୁର, ନେପାଳ ଆଦି ଦେଶରୁ କଳାକାରମାନେ ଏଠାରେ ଆସି ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ଦୀପୋତ୍ସବର ସମସ୍ତ ପ୍ରସ୍ତୁତି ଆଗେଇ ଚାଲିଛି।

ଚଳିତ ବର୍ଷ ଦୀପୋତ୍ସବରେ ୨୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ପୁଣିଥରେ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି। ଏଠାରେ ସଜ୍ଜିତ ଦୀପଗୁଡ଼ିକର ଆକାର ୨୪ ଏମ୍‌ଏଲ୍‌ ରହିଛି, ଯେଉଁଥିରେ ସୋରିଷ ତେଲ ପକାଯାଇଛି। ପ୍ରତ୍ୟେକ ବର୍ଷ ଦୀପୋତ୍ସବ ସମୟରେ ସରଯୁ ଜଳଧାରାରେ ଭବ୍ୟ ଲେଜର୍‌ ଶୋ’ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜେ। ଏଥର ମଧ୍ୟ ସରଯୁ ନଦୀ ସଂଲଗ୍ନ ବ୍ରିଜ୍‌କୁ ସୁନ୍ଦର ଆଲୋକମାଳାରେ ସଜାଯାଇଛି।

କହି ରଖୁଛୁ, ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଚାଲିଛି। ୨୦୨୪ ଜାନୁୟାରୀ ୨୨ରେ ଏଠାରେ ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ହେବ।

Roshni

Recent Posts

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

4 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

6 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

12 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

24 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

30 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

34 mins ago