ଦେଶ ବିଦେଶ

ନକଲି ଜନ୍ମ ପ୍ରମାଣପତ୍ର ମାମଲା: ଆଜମ୍‌ ଖାନ, ପୁଅ ଅବଦୁଲ୍ଲା ଆଜମ୍‌ ଓ ପତ୍ନୀ ତାନଜିନ୍‌ ଫାତିମାଙ୍କୁ ୭ ବର୍ଷ ଲେଖାଏ ଜେଲ୍‌ ଦଣ୍ଡ

ସମାଜବାଦୀ ଦଳର ବରିଷ୍ଠ ନେତା ଆଜମ ଖାନଙ୍କୁ କୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ରାମପୁରର ସାଂସଦ-ଏମ୍‌ଏଲ୍‌ଏ କୋର୍ଟ ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ଆଜମ ଖାନ, ତାଙ୍କ ପତ୍ନୀ ତାନଜିନ ଫାତିମା ଓ ପୁଅ ଅବଦୁଲ୍ଲା ଆଜମଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ଏହି ତିନି ଜଣଙ୍କୁ ୭ ବର୍ଷ ଲେଖାଏ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ଏହି ଦଣ୍ଡ ଶୁଣାଣି ପରେ ତିନି ଜଣଙ୍କୁ ସିଧା ଜେଲକୁ ନିଆଯିବ।

କହି ରଖୁଛୁ, ନକଲି ଜନ୍ମ ପ୍ରମାଣପତ୍ର ମାମଲା ୨୦୧୭ ୟୁପି ବିଧାନସଭା ନିର୍ବାଚନ ସହିତ ଜଡିତ। ସେତେବେଳେ ଅବଦୁଲ୍ଲା ଆଜମ ରାମପୁରର ସ୍ୱାର ବିଧାନସଭା ଆସନରୁ ସପା ଟିକେଟ୍‌ରେ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ବିଜୟୀ ମଧ୍ୟ ହୋଇଥିଲେ।

କିନ୍ତୁ ନିର୍ବାଚନ ଫଳାଫଳ ପରେ ତାଙ୍କ ବିରୋଧରେ ହାଇକୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା। ତାଙ୍କ ଉପରେ ଅଭିଯୋଗ ଲାଗିଥିଲା କି, ଅବଦୁଲ୍ଲା ଆଜମ ନିର୍ବାଚନୀ ମଇଦାନରେ ନିଜର ଯେଉଁ ବୟସ ଦର୍ଶାଇଥିଲେ, ବାସ୍ତବରେ ତାଙ୍କ ବୟସ ସେତିକି ନୁହେଁ।

ଏହି ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ଏହା ଉପରେ ଶୁଣାଣି ହୋଇଥିଲା ଏବଂ ଅବଦୁଲ୍ଲାଙ୍କ ତରଫରୁ ଉପସ୍ଥାପିତ ଜନ୍ମ ପ୍ରମାଣପତ୍ର ନକଲି ବୋଲି ଜଣାପଡ଼ିଥିଲା। ଏହାପରେ ସ୍ୱାର ଆସନରୁ ତାଙ୍କ ନିର୍ବାଚନ ରଦ୍ଦ କରାଯାଇଥିଲା।

ଏପରି କି, ଅବଦୁଲ୍ଲାଙ୍କ ଉପରେ ପ୍ରଥମ ଜନ୍ମ ପ୍ରମାଣପତ୍ର ଆଧାରରେ ପାସପୋର୍ଟ ହାସଲ କରିବା ଏବଂ ବିଦେଶ ଭ୍ରମଣ ସହିତ ସରକାରୀ ଉଦ୍ଦେଶ୍ୟରେ ଦ୍ୱିତୀୟ ସାର୍ଟିଫିକେଟ୍ ବ୍ୟବହାର ନେଇ ମଧ୍ୟ ଅଭିଯୋଗ ରହିଛି।

Roshni

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

35 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

50 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago