ରାସ୍ତାରେ ବୁଲୁଛି ଭୂତ, ସିସି ଟିଭିରେ ଦେଖିବା ପରେ ଲୋକେ ଭୟଭୀତ; ଦେଖନ୍ତୁ ଭିଡିଓ

ରାସ୍ତାରେ ବୁଲୁଛି ଭୂତ। ଲୋକମାନେ ବି ନିଜ ଆଖିରେ ଏହାକୁ ଦେଖିଛନ୍ତି। କିନ୍ତୁ ଲୋକଙ୍କ ସାମ୍ନାକୁ ଆସିବା ପରେ ଅଚାନକ ଗାୟବ ହୋଇଯାଉଛି ଭୂତ। ସିସି ଟିଭିରେ ବି ଏହା କଏଦ ହୋଇଛି। ଉତ୍ତର ପ୍ରଦେଶର ଆଜମଗଡ଼ ସହର ସ୍ଥିତ କୋଲଘାଟ ଅଞ୍ଚଳରେ ଏବେ ଏହି ଭୂତର ଛାଇ ଦେଖିବାକୁ ମିଳିଛି। ରାସ୍ତାରେ ଭୂତ ବୁଲୁଥିବା କଥା ପ୍ରଚାରିତ ହେବା ପରେ ଲୋକମାନେ ବି ସନ୍ଧ୍ୟା ହେଲେ ବାହାରକୁ ବାହାରିବାକୁ ଭୟ କରୁଛନ୍ତି। ସୋସିଆଲ ମିଡିଆରେ ଏବେ ଏହି ଭୂତ ଭିଡିଓ ପ୍ରବଳ ଭାଇରାଲ ହେଉଛି।

ରିପୋର୍ଟ ମୁତାବକ, କୋଲଘାଟ ଅଞ୍ଚଳରେ ରହୁଥିବା ରାଜୁ ଶ୍ରୀବାସ୍ତବ ନିଜ ଘରେ ଏକ ସିସିଟିଭି କ୍ୟାମେରା ଲଗାଇଛନ୍ତି। ଗତ ରାତିରେ ସେ ସିସିଟିଭି ଫୁଟେଜ୍‌ ଚେକ୍‌ କରୁଥିବା ବେଳେ ଏକ ଧଳା ରଙ୍ଗର ଛାଇ ଦେଖିବାକୁ ପାଇଥିଲେ। ଏହି ଛାଇ ତାଙ୍କ ଘରର ସାମ୍ନା ଘରୁ ବାହାରୁଥିବା ଦେଖାଯାଇଛି। କ୍ୟାମେରାରେ କଏଦ ହେବାର ପାଖାପାଖି ୩ ସେକେଣ୍ଡ ପରେ ତାହା ସେଠାରୁ ଗାୟବ ହୋଇଯାଉଛି। ଏହି ଭିଡିଓ ଦେଖି ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ଲୋକମାନେ ଏହାକୁ ଭୂତ ବୋଲି କହୁଛନ୍ତି। ଭିଡିଓଟି ଭୂତର ବୋଲି ଚର୍ଚ୍ଚା ହେବା ପରେ ଦେଖୁ ଦେଖୁ ସହର ସାରା ଭାଇରାଲ ହୋଇଯାଇଛି।

ଦେଖନ୍ତୁ ଭିଡିଓ:

Video Credit: News18

ଅଞ୍ଚଳର ଲୋକମାନେ ଏତେ ଭୟରେ ଅଛନ୍ତି ଯେ ଘରୁ ବାହାରୁ ନଥିବା ଦେଖାଯାଇଛି। ସଞ୍ଜ ବୁଡ଼ୁ ବୁଡ଼ୁ ଲୋକମାନେ ଘରେ ଭୂତ ଭୟରେ ତାଟି କବାଟ ପକାଇ ଦେଉଛନ୍ତି।

ଭାଇରାଲ ହେଉଥିବା ଏହି ଛାଇ ପ୍ରକୃତରେ କାହାର ତାହା ଏବେ ଯାଏଁ ଜଣାପଡ଼ିନାହିଁ। ସ୍ଥାନୀୟ ଲୋକଙ୍କ କହିବାନୁସାରେ ସେହି ସ୍ଥାନରେ ସେମିତି କିଛି ଆଲୋକ ବି ନାହିଁ, ଯାହା ଚାଲିବା ଭଳି ଦିଶିବ। ଏଣୁ ଏହା ଭୂତ ବ୍ୟତୀତ ଆଉ କିଛି ନୁହେଁ। ଲୋକମାନେ ଭୟରେ ଥିବା ବେଳେ କୌଣସି ସମ୍ପର୍କୀୟଙ୍କୁ ବି ବିଳମ୍ବିତ ରାତିରେ ଘରକୁ ଆସିବାକୁ ମନା କରି ଦେଇଛନ୍ତି। ବର୍ତ୍ତମାନ ଏହି ଛାଇ ଭିଡିଓ ଅଞ୍ଚଳରେ ଚର୍ଚ୍ଚାରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.