ଜୁଲାଇ ୩ରୁ ଅମରନାଥ ଯାତ୍ରା ଆରମ୍ଭ, ସାମ୍ନାକୁ ଆସିଲା ବାବାଙ୍କ ପ୍ରଥମ ଫଟୋ

ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଆଉ ୨ ମାସ ବାକି ରହିଛି । କିନ୍ତୁ ଏହା ପୂର୍ବରୁ ଅମରନାଥ ଶିବଲିଙ୍ଗର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଚଳିତବର୍ଷର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଏଥିରେ ବରଫରେ ନିର୍ମିତ ସ୍ବୟମ୍ଭୁ ଶିବଲିଙ୍ଗର ଅଦ୍ଭୁତ ଏବଂ ଅଲୌକିକ ରୂପ ଦେଖିବାକୁ ମିଳିଛି । ଏହି ଶିବଲିଙ୍ଗ ପାଖାପାଖି ୭ ଫୁଟ ଉଚ୍ଚ ରହିଛି ।
କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସ୍ଥିତି ପବିତ୍ର ଅମରନାଥ ଗୁମ୍ଫାର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ପ୍ରତିବର୍ଷ ଭଳି ଏଥର ମଧ୍ୟ ଶିବଲିଙ୍ଗର ନିର୍ମାଣ ପ୍ରାକୃତିକ ଭାବେ ବରଫରେ ହୋଇଛି । ଯାହାହ ଶିବଭକ୍ତଙ୍କ ପାଇଁ ଏକ ଚମତ୍କାର ଅନୁଭୂତି ।
ଚଳିତ ବର୍ଷ ଅମରନାଥ ଯାତ୍ରା ଜୁଲାଇ ୩ ତାରିଖରୁ ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଯାତ୍ରା ପାଇଁ ରାସ୍ତାରୁ ବରଫ ସଫା କରିବା କାମ ଆରମ୍ଭ ହୋଇଛି । ବରଫ କାଟି ଟ୍ରାକକୁ ଯାତ୍ରୀଙ୍କ ଚାଲିବା ପାଇଁ ସୁବିଧା କରିବା କାମ ଆରମ୍ଭ ହୋଇଯାଇଛି । ପ୍ରବଳ ବରଫଭରା ରାସ୍ତା ହୋଇଥିବାରୁ ସଫା ପାଇଁ ମଧ୍ୟ ସମୟ ଲାଗୁଛି ।
ଗତକାଲି ଜମ୍ମୁ କଶ୍ମୀରର ଉପରାଜ୍ୟପାଳନ ମନୋଜ ସିହ୍ନା ଶ୍ରୀନଗରର ପନ୍ଥା ଛକରେ ଅମରନାଥ ଯାତ୍ରା ଟ୍ରାଞ୍ଜିଟ କ୍ୟାମ୍ପ ଯାଇ ଯାତ୍ରା ପାଇଁ ହେବାକୁ ଥିବା ପ୍ରସ୍ତୁତି ସମୀକ୍ଷା କରିଥିଲେ । ପହଲଗାମ ଆକ୍ରମଣ ପରେ ଅମରନାଥ ଯାତ୍ରା ପାଇଁ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହରେ କିଛି ମଧ୍ୟ ଫରକ ପଡିନାହିଁ । ଏପର୍ଯ୍ୟନ୍ତ ୩ ଲକ୍ଷ ୬୦ ହଜାରରୁ ଅଧିକ ଲୋକ ଯାତ୍ରା ପାଇଁ ରେଜିଷ୍ଟ୍ରେସନ କରିସାରିଲେଣି ।
ଗତବର୍ଷ ତୁଳନାରେ ଚଳିତବର୍ଷ ଅନେକ ଗୁଣା ବରଫବୃତ୍ତ ହୋଇଛି । ଏଯାଏଁ ରାସ୍ତାରେ ୧୦ରୁ ୨୦ ଫୁଟ ଉଚ୍ଚତା ଯାଏଁ ବରଫ ରହିଛି । ପଞ୍ଜିତରଣୀ ଏବଂ ଶେଷନାଗରେ ଅଧିକ ବରଫ ରହିଛି । ଚଳିତବର୍ଷ ଅମରନାଥ ଯାତ୍ରା ଜୁଲାଇ ୩ ତାରିଖରୁ ଆରମ୍ଭ ହୋଇ ୧୯ ଅଗଷ୍ଟ ରାକ୍ଷୀପୂର୍ଣ୍ଣିମାରେ ଶେଷ ହେବ ।
Also Read : ମୁହଁ ଟାଣ ଦେଖାଇଲେ ମମତା, ପୁଣି ଦୀଘାରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଲାଗିଲା ଜଗନ୍ନାଥ ଧାମ ପୋଷ୍ଟର