ମମତା କୁଲକର୍ଣ୍ଣି ମହାମଣ୍ଡଳେଶ୍ବର ହେବା ନେଇ ବର୍ଷିଲେ ବାବା ରାମଦେବ, ଗୋଟିଏ ଦିନରେ କିଏ ବି ସନ୍ଥ ହୋଇ ପାରିବ ନାହିଁ

ଟିଭି ଅଭିନେତ୍ରୀ ମମତା କୁଲକର୍ଣ୍ଣି ମହାମଣ୍ଡଳେଶ୍ବର ହେବା ପରେ ବର୍ଷିଛନ୍ତି ଯୋଗ ଗୁରୁ ବାବା ରାମଦେବ । ବାବ ରାମଦେବ କହିଛନ୍ତି, ଗୋଟିଏ ଦିନରେ କେହି ବି ସନ୍ଥ ହୋଇପାରିବ ନାହିଁ । ସନ୍ଥ ହେବାକୁ ବର୍ଷ ବର୍ଷ ଧରି ସାଧନା କରିବା ଜରୁରୀ ।

ବାବା ରାମଦେବ କହିଛନ୍ତି, କିଛି ମହାମଣ୍ଡଳେଶ୍ବର ହୋଇଛନ୍ତି । କାହା ନାଁ ଆଗରେ ବାବା ଯୋଡା ଯାଉଛି । ଏହା କୌଣସି ପ୍ରକାରର ଭଲ କାମ ନୁହେଁ, ରିଲ୍ସ କରି କୁମ୍ଭ ମେଳା ବିଷୟରେ ଲୋକଙ୍କ ନିକଟରେ ପହଞ୍ଚାଇବା ବିଲକୁଲ୍ ଠିକ ନୁହେଁ । ଅସଲି କୁମ୍ଭ ହେଉଛି, ଯେଉଁଠି ମଣିଷ ଦେବତ୍ବ, ଋଷି, ବ୍ରହ୍ମାତ୍ବରୁ ଆରୋହଣ ପାଇପାରିବ ।

ମମତା କୁଲକର୍ଣ୍ଣି ମହାମଣ୍ଡଳେଶ୍ବର ହେବାକୁ ନେଇ ବାବା ରାମଦେବ କହିଛନ୍ତି, କିଏ ବି ଗୋଟିଏ ଦିନରେ ସନ୍ଥ ହୋଇ ପାରିବ ନାହିଁ । ଏଥିପାଇଁ ବର୍ଷ ବର୍ଷର ସାଧନା କରିବା ଜରୁରୀ । ଆମେ ଏହି ସାଧୁତା ପାଇବା ପାଇଁ ୫୦-୫୦ ବର୍ଷ ପର୍ଯ୍ୟନ୍ତ ତପସ୍ୟା କରିବାକୁ ପଡୁଛି । ସାଧୁ ହେବା ବହୁତ ବଡ କଥା । ମହାମଣ୍ଡଳେଶ୍ବର ହେବା ମଧ୍ୟ ବହୁତ ବଡ ତତ୍ତ୍ବ । ଆଜିକାଲି କାହାକୁ ବି ମୁଣ୍ଡ ଧରି ମହାମଣ୍ଡଳେଶ୍ବର କରିଦିଆଯାଉଛି । ଏମିତି ହେବା ଉଚିତ ନୁହେଁ ।

ମମତା କୁଲକର୍ଣ୍ଣିରୁ ମହାମଣ୍ଡଳେଶ୍ୱର ଶ୍ରୀ ୟାମି ମମତାନନ୍ଦ ଗିରି ପାଲଟିଯାଇଛନ୍ତି। ତାଙ୍କୁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ଉପାଧିରେ ସମ୍ମାନିତ କରାଯାଇଛି । ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ୨୦୨୫ ରେ ମମତା କିନ୍ନର ଆଖଡ଼ାରେ ସେ ନିଜର ସନ୍ୟାସ ଜୀବନ ଆରମ୍ଭ କରିଛନ୍ତି। ଶୁକ୍ରବାର ସେ ପ୍ରୟାଗରାଜ ସଙ୍ଗମରେ ନିଜର ପିଣ୍ଡଦାନ କରି ସନ୍ୟାସ ଗ୍ରହଣ କରିଥିଲେ ଓ ନିଜର ପୁରାତନ ଜୀବନକୁ ତ୍ୟାଗକରି ଶ୍ରୀ ୟାମି ମମତାନନ୍ଦ ଗିରି ଗ୍ରହଣ କରି ଅଭିନେତ୍ରୀରୁ ସ୍ବାଧୀ ପାଲଟି ଯାଇଥିବା ଦେଖିବାକୁ ମିଳିଛି । ଗ୍ଲାମର ଓ ଫିଲ୍ମର ମାର୍ଗକୁ ସବୁଦିନ ପାଇଁ ଛାଡି ନିଜ ଅତୀତ ଜୀବନକୁ ପଛରେ ପକାଇ ଏକ ନୂଆ ଜୀବନକୁ ଆପଣେଇ ନେଇଛନ୍ତି  ।

Also Read : ଫିଲ୍ମ ଦୁନିଆ ଛାଡି ନୂଆ ଜୀବନ ଆରମ୍ଭ କେଲେ ମମତା କୁଲକର୍ଣ୍ଣି, ହେଲେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର