ବାବା ସିଦ୍ଦିକୀ ହତ୍ୟା ଘଟଣା : ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ମଧ୍ୟରୁ ଜଣେ ନାବାଳକ, କୋର୍ଟ ମାଗିଲେ ଆଧାର କାର୍ଡ

ବାବା ସିଦ୍ଦିକୀଙ୍କ ହତ୍ୟାକାଣ୍ଡରେ ନୂଆ ମୋଡ । ଶନିବାର ରାତିରେ ସିଦ୍ଦିକୀଙ୍କୁ ଗୁଳି କରି ହତ୍ୟା କରି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଦାବି କରିଛି । ୩ ଜଣ ଦୁବୃର୍ତ୍ତ ଅତି ନିକଟରୁ ଗୁଳି ମାରିଥିଲେ । ଏହାପରେ ତାଙ୍କୁ ତୁରନ୍ତ ଲୀଲାବତୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ବାବା ସିଦ୍ଦିକୀଙ୍କ ହତ୍ୟା ପରେ ରାଜ୍ୟ ରାଜନୀତିରେ ହଙ୍ଗାମା ହୋଇଛି । ପୋଲିସ ରାତିରେ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିବା ପରେ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲା । ଏହାପରେ ତୃତୀୟ ସୁଟରକୁ ମଧ୍ୟ ପୋଲିସ ଚିହ୍ନଟ କରିଛି ।

ଅଭିଯୁକ୍ତ ଗିରଫ ହେବା ପରେ କୋର୍ଟ ଚାଲାଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ରହିଛନ୍ତି । ତେଣୁ କୋର୍ଟ ଶୁଣାଣି ସମୟରେ ଜଣେ ଅଭିଯୁକ୍ତର ବୟସ ୧୭ ବର୍ଷ ବୋଲି ଜାଣିବାକୁ ପାଇଛନ୍ତି । ଆଉ ଏହି ଶୁଣାଣି ପାଇଁ ସେ ନାବାଳକ ବୋଲି ଜଣାପଡିଛି । କିନ୍ତୁ ପୋଲିସ କହିଛି କି, ଅଭିଯୁକ୍ତ ବୟସ ୧୯ ବର୍ଷ । ତେଣୁ କୋର୍ଟ ଅଭିଯୁକ୍ତର ଆଧାର କାର୍ଡ ମାଗିଛନ୍ତି । କୋର୍ଟ ସଠିକ୍‌ ବୟସ ଜାଣିବା ପାଇଁ ଅାଧାର କାର୍ଡ ମାଗିଛନ୍ତି ।

ପୋଲିସ ୩ ହତ୍ୟାକାରୀଙ୍କୁ ଜନ୍ମକୁଣ୍ଡଳୀ ବାହାର କରିଛି । ଏମାନଙ୍କ ସମ୍ବନ୍ଧ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହିତ ରହିଛି । ଦୁଇ ଅଭିଯୁକ୍ତ ହେଲେ ହରିଆଣାର ଗୁରମିଲ ବଲଜିତ ସିଂ ଓ ଅନ୍ୟ ଜଣେ ଉତ୍ତର ପ୍ରଦେଶର ଧରମରାଜ ରାଜେଶ କାଶ୍ୟପ । ତୃତୀୟ ଅଭିଯୁକ୍ତକୁ ଧରିବା ପାଇଁ ଚାଲିଛି ତନାଘନା ।

ସେପଟେ ବାବା ସିଦ୍ଦିକୀଙ୍କ ହତ୍ୟାକାଣ୍ଡ ପରେ ସଲମାନ ଖାନଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ପୂର୍ବରୁ ସଲମାନଙ୍କୁ ଏକାଧିକ ଥର ଧମକ ମିଳିଛି ।

ହତ୍ୟା ପୂର୍ବରୁ ପ୍ରାୟ ଦେଢ଼ ମାସ ଧରି ଅଭିଯୁକ୍ତମାନେ ମୁମ୍ବାଇରେ ରହି ବାବା ସିଦ୍ଦିକୀଙ୍କ ଉପରେ ନଜର ରଖିଥିଲେ । ପ୍ରାୟ ୨୫ରୁ ୩୦ ଦିନ ହେଲା ସେମାନେ ବାବା ସିଦ୍ଦିକୀଙ୍କ ଘର ଓ ଅଫିସ ପରିସରରେ ରେକି କରୁଥିଲେ । ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ Y ସୁରକ୍ଷା ବଳୟ ଭେଦ କରି ବାବା ସିଦ୍ଦିକୀଙ୍କ ଉପରକୁ ଗୁଳି କରିଥିଲେ । ତାଙ୍କ ଛାତି ଓ ପେଟରେ ଗୁଳି ଲାଗିଥିଲା ।