ଆମେରିକାରେ ଶିଶୁ ସଂକ୍ରମଣ ୪ ଗୁଣ ବୃଦ୍ଧି, ୫ ବର୍ଷରୁ କମ ବୟସର ଶିଶୁ ସଂଖ୍ୟା ଅଧିକ

ନୂଆଦିଲ୍ଲୀ : ଶିଶୁଙ୍କ ଉପରେ ଭାରି ପ଼ଡିଛି ଆମେରିକାରେ ଓମିକ୍ରନର ସଂକ୍ରମଣ। ନ୍ୟୁୟର୍କରେ ଶିଶୁ ସଂକ୍ରମଣ କେସ୍ ୪ ଗୁଣା ବୃଦ୍ଧି । ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଶିଶୁଙ୍କ ମଧ୍ୟରେ ପାଞ୍ଚ ବର୍ଷରୁ କମ୍ ବୟସର ସଂଖ୍ୟା ଅଛନ୍ତି ଅଧିକ। ଏମାନଙ୍କୁ କୋଭିଡ ଟିକା ମଧ୍ୟ ଦିଆଯାଇପାରିବ ନାହିଁ ବୋଲି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି।
ପେଡିଆଟ୍ରିକ ଡାକ୍ତରଖାନାରେ ସଂକ୍ରମିତ ଶିଶୁ ଭର୍ତ୍ତି ମାମଲା ଉପରମୁହାଁ ଥିବା ନେଇ ନ୍ୟୁୟର୍କ ଷ୍ଚେଟ ଡିପାର୍ଟମେଣ୍ଟ ଅଫ୍ ହେଲ୍ଥ ପକ୍ଷରୁ କୁହାଯାଇଛି । ଡିସେମ୍ବର ୫ ତାରିଖ ପରଠାରୁ ବର୍ତ୍ତମାନ ସୁଦ୍ଧା ୧୮ ବର୍ଷରୁ କମ୍ ବୟସ୍କ ପିଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସଂଖ୍ୟାରେ ୪ଗୁଣା ବୃଦ୍ଧି ହୋଇଛି।
ଏହା ସହ କୋଭିଡ ୧୯ ଟେଷ୍ଟ ସରଞ୍ଜାମରେ ନିଅଣ୍ଟିଆ ସ୍ଥିତି ଉପୁଜିଥିବାରୁ ଏହାର ଖୁବ ଶୀଘ୍ର ସମାଧାନ କରାଯିବ ବୋଲି ହ୍ଵାଇଟ ହାଉସ ପକ୍ଷରୁ କୁହାଯାଇଛି। ଗତ ସପ୍ତାହେ ଧରି ଆମେରିକାରେ ଦୈନିକ ଏକଲକ୍ଷ ୯୦ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି।