ଅନ୍ଧାର ରାତି ଆଉ ନିଛାଟିଆ ରାସ୍ତାରେ କାରରୁ ହଠାତ ଖସିପଡ଼ିଲେ ଶିଶୁ, ଆଉ ତାପରେ..ଦେଖନ୍ତୁ ଭିଡିଓ

କଥାରେ ଅଛି ‘ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’ । ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହାକୁ ଦେଖିଲେ ଏହି କଥାରେ ସତ୍ୟତା ଅଛି ବୋଲି ଆପଣ ନିଶ୍ଚୟ କହିବେ । ଘଟଣାଟି ଘଟିଛି କେରଳର ମୁନ୍ନାର ସହରରେ, ଯେଉଁଠି ବିଳମ୍ବିତ ରାତିରେ ଜଣେ ଏକ ବର୍ଷର ଶିଶୁ ଜଙ୍ଗଲ ନିକଟସ୍ଥ ରାସ୍ତାରେ ଗୁରୁଣ୍ଡିବାର ଦେଖାଯାଇଥିଲା ।

Image result for Baby Crawls On Kerala Road After Falling Off SUV As Parents Doze Off

ସୂଚନା ଅନୁଯାୟୀ ଗତ ଶନିବାର ଦିନ ବିଳମ୍ବିତ ରାତ୍ରିରେ ଏକ ବର୍ଷର ଶିଶୁଟି ନିଜ ପରିବାରର ଅଜାଣତରେ ଏକ ଦ୍ରୁତଗାମୀ ଗାଡ଼ିରୁ ଖସି ପଡିଥିଲା ଏବଂ ଏହାକୁ ତାର ପରିବାର ଲୋକେ ଜାଣିପାରିନଥିଲେ ଓ ତାକୁ ଅତିକ୍ରମ କରି ଚାଲି ଯାଇଥିଲେ । ସିସିଟିଭି ଫୁଟେଜ ଅନୁଯାୟୀ ଶିଶୁଟି ଗାଡ଼ିରୁ ଖସି ପଡିବର କିଛି ସମୟ ପରେ ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଅନ୍ଧାରିଆ ଜଙ୍ଗଲ ଆଡକୁ ଗତି କରୁଥିଲା । ଠିକ ସେହି ସମୟରେ ଜଣେ ବନ ଅଧିକାରୀ ଶିଶୁଟିକୁ ଦେଖିଥିଲେ ଏବଂ ତାକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ କାରଣ ତାର ମୁଣ୍ଡରେ ଆଘାତ ଲାଗିଥିଲା।

ସବଇନିସ୍ପେକ୍ଟର ସନ୍ତୋଷଙ୍କ କହିବା ଅନୁଯାୟୀ ଯେତେବେଳେ ସେ ଏକ ପିଲା ମିଳିବାର ଖବର ପାଇଥିଲେ ସଂଗେ ସଂଗେ ସେ ସ୍ଥାନୀୟ ସମସ୍ତ ପୋଲିସ ଷ୍ଟେସନକୁ ସୂଚନା ଦେଇଥିଲେ । ରାତି ପ୍ରାୟ ୧୧ଟା ସମୟରେ ପାଖାପାଖି ୬ କିଲୋମିଟର ପରବର୍ତ୍ତୀ ପୋଲିସ ଷ୍ଟେସନରୁ ଏକ ପିଲା ହଜିଥିବା ନେଇ ମାମଲା ରୁଜୁ ହୋଇଥିବାର ସୂଚନା ମିଳିଥିଲା ଆଉ ତାପରେ ସେ ନିରାପଦ ଭାବେ ଶିଶୁଟିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ।

ଏହାସହ ପଢନ୍ତୁ ସୂର୍ଯ୍ୟଦେବଙ୍କର ଏହି ଚମତ୍କାରୀ ମନ୍ଦିର ଯିଏ ରାତାରାତି ପରିବର୍ତ୍ତନ କରିଥିଲା ନିଜର ଦିଗ, ଜାଣନ୍ତୁ ରହସ୍ୟ 

ପରିବାର ଲୋକଙ୍କ କହିବା ଅନୁଯାୟୀ ପ୍ରାୟ ପାଞ୍ଚ କିଲୋମିଟର ପରେ ଶିଶୁର ମା ଜାଣିବାକୁ ପାଇଥିଲେ ଯେ ତାଙ୍କ ଝିଅ ଗାଡ଼ି ଭିତରେ ନାହିଁ । ଆଉ ତାପରେ ସେ ସଂଗେ ସଂଗେ ସେ ନିକଟସ୍ଥ ପୋଲିସ ଷ୍ଟେସନରେ ଏକ ଏଫଆଇଆର ଦେଇଥିଲେ । ସୂଚନା ଅନୁଯାୟୀ ପିଲାଟିର ବାପା ମା ଏବଂ ତାର ପୁରା ପରିବାର ବିଳମ୍ବିତ ରାତିରେ ନିଜ ବନ୍ଧୁଙ୍କ ଘରୁ ଫେରିବା ସମୟରେ ଏହି ଅଘଟଣ ଘଟିଯାଇଥିଲା ।