କୁନି ହାତୀକୁ Z++ ସୁରକ୍ଷା, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭିଡ଼ିଓ, ଆପଣ ବି ଦେଖନ୍ତୁ

ବର୍ତ୍ତମାନ କେବଳ ମଣିଷ ନୁହେଁ ପଶୁ ମାନେ ମଧ୍ୟ ଏମିତି କାର୍ଯ୍ୟ କରି ଦେଖାଉଛନ୍ତି ଯାହାକୁ ଦେଖିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଯାହାର ଭିଡିଓ ସୋସିଆଲ ମିଡିଆରେ ବେଳେବେଳେ ଖୁବ୍ ଭାଇରଲ ହୋଇଥାଏ । ଯାହାକୁ ଦେଖି ଜଣେ ଭାବିବାକୁ ବାଧ୍ୟ ହୋଇଥାଏ ଯେ ପ୍ରକୃତରେ ପଶୁମାନେ ବି କେତେ ଚାଲାକ।
ଏମିତି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଠି ଏକ କୁନି ହାତୀକୁ ଦିଆଯାଇଛି Z++ ସୁରକ୍ଷା। ହାତୀମାନଙ୍କ ସୁରକ୍ଷା ବଳୟରେ ଚାଲୁଛି ହାତୀ ଛୁଆ। ବଡ଼ ହାତୀଙ୍କ ସହ ତାଳ ଦେବାକୁ କୁନି କୁନି ପାଦରେ ଦୌଡୁଛି ହାତୀ ଛୁଆ। ଏପରି ଏକ ସୁନ୍ଦର ଭିଡ଼ିଓ ସେୟାର କରିଛନ୍ତି IFS ଅଫିସର ସୁଶାନ୍ତ ନନ୍ଦା।
ସତ୍ୟମଙ୍ଗଲମ କୋଏମ୍ବାଟୁରର ଏକ ନିଛାଟିଆ ଜଙ୍ଗଲ ରାସ୍ତାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।
ଆପଣ ବି ଦେଖନ୍ତୁ ଏହି ଭିଡିଓ:
No body on earth can provide better security than an elephant herd to the cute new born baby. It’s Z+++.
Said to be from Sathyamangalam Coimbatore road. pic.twitter.com/iLuhIsHNXp— Susanta Nanda IFS (@susantananda3) June 22, 2022