୧୫ ମିନିଟ ପର୍ଯ୍ୟନ୍ତ ଓ୍ଵାଶିଂ ମେସିନରେ ସର୍ଫ ପାଣିରେ ପଡି ଛଟପଟ ହେଉଥିଲା ଛୁଆ

ନୀଳ ପଡିଯାଇଥିଲା ଶରୀର, ହୃଦସ୍ପନ୍ଦନ କାମ କରୁନଥିଲା । ୧୫ ମିନିଟ ପର୍ଯ୍ୟନ୍ତ ଓ୍ଵାଶିଂ ମେସିନରେ ସର୍ଫ ପାଣିରେ ପଡି ଛଟପଟ ହେଉଥିଲା ଛୁଆ । ୭ ଦିନ କୋମାରେ ରହିବା ପରେ ବଞ୍ଚିଗଲା ଦେଢ ବର୍ଷର ଛୁଆ ଜୀବନ।

ଖେଳୁ ଖେଳୁ ୱାଶିଂ ମେଶିନ ଭିତରେ ପଡ଼ିଗଲା ଦେଢ ବର୍ଷର ପିଲା । ଆଉ ୧୫ ମିନିଟ ପର୍ଯ୍ୟନ୍ତ ସର୍ଫ ପାଣିରେ ପଡି ଛଟପଟ ହେଉଥିଲା। କେହି ଜାଣିପାରିଲେନି । ଜାଣିବା ବେଳକୁ ବହୁତ ଡେରି ହୋଇଯାଇଥିଲା। ଆଉ ବିକଳରେ ଘରେ ଲୋକେ ଡାକ୍ତରଖାନାକୁ ନେଇ ପହଞ୍ଚିବା ବେଳକୁ ପିଲାର ଅବସ୍ଥା ଖରାପ ହୋଇସାରିଥିଲା। ତଥାପି ଡାକ୍ତର ଆପ୍ରାଣ ଉଦ୍ୟମ କରି ପିଲାର ଜୀବନ ବଞ୍ଚାଇଦେଇଥିଲେ । ଏମିତି ଏକ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଯାଇଛି ।

ଖବର ମୁତାବକ, ଦିଲ୍ଲୀରେ ଜଣେ ମହିଳା ଓ୍ଵାଶିଂ ମେସିନରେ କପଡା ଏବଂ ସର୍ଫ ପକାଇ ଫୁଲ ସ୍ପିଡରେ ଚଲାଇଥିଲେ । ଆଉ ହଠାତ୍‌ କ’ଣ ଟିକେ କାମ ପଡିବାରୁ ଘର ବାହାରକୁ ଚାଲିଯାଇଥିଲେ । ମା’ ଘରେ ନଥିବା ବେଳେ ଦେଢ ବର୍ଷର ପିଲାଟି ଚେୟାର ସାହାଯ୍ୟରେ ଚଢି ଓ୍ଵାଶିଂ ମେସିନ ଭିତରେ କ’ଣ ବୁଲୁଛି ବୋଲି ଦେଖିବା ବେଳେ ଗଳି ପଡିଥିଲା । ୧୫ ମିନିଟ କାଳ ଓ୍ଵାଶିଂ ମେସିନରେ ସର୍ଫ ପାଣିରେ ଝଟପଟ ହୋଇଥିଲା ପିଲା।

ଶିଶୁଟିର ମାଙ୍କ କହିବାନୁଯାୟୀ, ମୁଁ କିଛି କାମ ପାଇଁ ବାହାରକୁ ଯାଇଥିଲି। ସେତେବେଳେ ୱାଶିଂ ମେସିନ ଚାଲୁଥିବା ବେଳେ ତାହାର ଢାଙ୍କୁଣୀ ଖୋଲା ଥିଲା । ପିଲାଟି ପାଖରେ ପଡ଼ିଥିବା ଏକ ଚେୟାର ସାହାଯ୍ୟରେ ଠିଆ ହୋଇଥିଲା। ଏହାପରେ ଭାରସାମ୍ୟ ହରାଇ ୱାଶିଂ ମେସିନ ଭିତରେ ପଡ଼ି ଯାଇଥିଲା। ଏହାପରେ ମୁଁ ବାହାରୁ ଫେରି ପୁଅକୁ ନ ପାଇ ୱାଶିଂ ମେସିନ ଭିତରକୁ ଦେଖିଥିଲି। ତା’ ପରେ ବିକଳରେ ଘର ଲୋକେ ପିଲାକୁ ଡାକ୍ତରଖାନା ନେଇ ଯାଇଥିଲେ । ଆଉ ଡାକ୍ତରଙ୍କ ଚେଷ୍ଟା ପରେ ପ୍ରାୟ ୭ ଦିନ କୋମାରେ ରହି ପିଲାଟି ଏବେ ସୁସ୍ଥ ଥିବା ଜଣାପଡିଛି ।

Leave A Reply

Your email address will not be published.