ଦିଲ୍ଲୀରେ ଛାତିଥରା ଦୁର୍ଘଟଣା: ଶିଶୁ କନ୍ୟା ଉପରେ ଚଢ଼ିଗଲା କାର, ସିସିଟିଭିରେ ଭିଡିଓ କଏଦ

ରାଜଧାନୀ ଦିଲ୍ଲୀରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଖେଳୁଥିଲାବେଳେ କାର ଚକ ତଳେ ଗଲା ଦୁଇ ବର୍ଷ ଶିଶୁ କନ୍ୟାର ଜୀବନ । ପଡୋଶୀଙ୍କ ଦ୍ବାରା ଏପରି ଦୁର୍ଘଟଣା ଘଟିଛି । ଘଟଣାକୁ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଏପରି ଯନ୍ତ୍ରଣାଦାୟକର ଦୁର୍ଘଟଣା ସିସିଟିଭି ଫୁଟେଜରୁ ଦେଖିବାକୁ ମିଳୁଛି ।
ସୂଚନାନୁସାରେ, ଗତକାଲି (୩୧ ମାର୍ଚ୍ଚ) ସନ୍ଧ୍ୟାରେ ଦିଲ୍ଲୀର ପହଡଗଞ୍ଜ ସ୍ଥିତ ରାମ ନଗରରେ ଘର ସାମ୍ନାରେ ଶିଶୁ କନ୍ୟାଟି ଖେଳୁଥିଲା । ଏହି ସମୟରେ ପଡୋଶୀ ଜଣଙ୍କ କାର ନେଇ ଆସୁଥିବା ବେଳେ ହଠାତ୍ ଶିଶୁ କନ୍ୟା ଉପରେ ଚଢାଇଦେଇଥିଲେ । କାର ଚଢିଯିବା ମାତ୍ରେ ପିଲାଟି ଚିତ୍କାର କରିଥିଲା । ଫଳରେ ସେହି ସ୍ଥାନରେ ଥିବା ଲୋକ ଧାଇଁ ଆସି ପିଲାଟିକୁ କାର ତଳୁ ବାହାର କରିବା ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ କୁନି ଝିଅଟିକୁ ଗୁରୁତର ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି । ଘଟଣାକୁ ନେଇ ପରିବାର ଲୋକେ ପଡୋଶୀଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ଆହୁରି ପଢ଼ନ୍ତୁ : ପଶ୍ଚିମବଙ୍ଗରେ ସିଲିଣ୍ଡର ବିସ୍ଫୋରଣ, ୭ ମୃତ