ବେବି କିଲର୍ ନର୍ସ: ଡାକ୍ତରଖାନାରେ ଜନ୍ମ ହେବା ମାତ୍ରେ ପିଲାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରେ ନର୍ସ, ପରେ ବାପା ମା’ଙ୍କୁ ପଠାଏ କାର୍ଡ

ଦୁନିଆ ବଡ଼ ଅଜବ, ଅନେକ ଭଲ ଲୋକ ଓ ଖରାପ ଲୋକ ମଧ୍ୟ ଅଛନ୍ତି। କିନ୍ତୁ ଏମିତି କିଛି ଲୋକ ମଧ୍ୟ ଅଛନ୍ତି ଯିଏ ଏହି ଦୁନିଆ ପାଇଁ ଅଭିଶପ୍ତ କହିଲେ କିଛି ଭୁଲ ହେବନି। ଡାକ୍ତରଙ୍କ ପରେ ନର୍ସଙ୍କୁ ହିଁ ଭଗବାନ କୁହାଯାଏ। ଯିଏ ରୋଗୀଙ୍କର ଯତ୍ନ ଭଲ ଭାବରେ ନିଅନ୍ତି। କିନ୍ତୁ ଆପଣ କ’ଣ କେଉଁ ନର୍ସଙ୍କୁ ଜାଣିଥିବେ ଯିଏ ପିଲାଙ୍କୁ ନିର୍ମମ ଭାବେ ହତ୍ୟା କରୁଥିବେ। କିନ୍ତୁ ବ୍ରିଟେନ ଡ଼ାକ୍ତରଖାନାର ଏପରି ଜଣେ ନୃଶଂସ ନର୍ସଙ୍କ ଅଜବ କାର୍ଯ୍ୟ ସାମ୍ନାକୁ ଆସିଛି। ସେ ପିଲାମାନଙ୍କୁ ଜନ୍ମ ହେବା ମାତ୍ରେ ହତ୍ୟା କରି ପିତାମାତାଙ୍କୁ ସାନ୍ତ୍ୱନା କାର୍ଡ ପଠାଉଥିଲେ।

ଡାକ୍ତରଖାନାରେ ଜନ୍ମିତ ଅନେକ ଶିଶୁଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରୁଥିଲା ଏହି ନର୍ସ। ଏମିତିକି ସେ ଏକ କନ୍ୟା ସନ୍ତାନକୁ ମାରିବା ପାଇଁ ଚାରିଥର ଚେଷ୍ଟା କରିଥିଲେ ଏବଂ ପଞ୍ଚମ ପ୍ରୟାସରେ ସଫଳ ହୋଇ ଛୁଆଟିକୁ ମାରିଦେଇଥିଲେ। କେବଳ ଏତିକି ନୁହେଁ, ଝିଅକୁ ହତ୍ୟା କରିବା ପରେ ସେ ପିଲାଟିର ପିତାମାତାଙ୍କୁ ଏକ ସାନ୍ତ୍ୱନା କାର୍ଡ ମଧ୍ୟ ପଠାଇଥିଲେ। ବୁଧବାର ସେ କୋର୍ଟରେ ଏହି କଥା କହିଛନ୍ତି।

ଶିଶୁ ହତ୍ୟାକାରୀ ଏହି ନର୍ସ ନାମ ହେଉଛି ଲୁସି ଲେଟବି। ନର୍ସ ଜୁନ୍ ୨୦୧୫ ରୁ ଜୁନ୍ ୨୦୧୬ ମଧ୍ୟରେ ଉତ୍ତର ପଶ୍ଚିମ ଇଂଲଣ୍ଡର କାଉଣ୍ଟେସ୍ ଅଫ୍ ଚେଷ୍ଟର ହସ୍ପିଟାଲରେ ଏକ ଶିଶୁ କନ୍ୟା ଏବଂ ଅନ୍ୟ ୪ ଶିଶୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ସମାନ ଡାକ୍ତରଖାନାର ନବଜାତକ ୟୁନିଟରେ ଅନ୍ୟ ୨୯ ଶିଶୁଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

ପଶ୍ଚିମ ଇଂଲଣ୍ଡର ହେରଫୋର୍ଡର ୩୨ ବର୍ଷିୟ ଲେଟବି ନାସୋଗାଷ୍ଟ୍ରିକ୍ ଟ୍ୟୁବ୍ ମାଧ୍ୟମରେ ଶିଶୁର ପେଟରେ ବାୟୁ ପ୍ରବେଶ କରିଥିବା ଅଭିଯୋଗ ହୋଇଛି ଯାହା ଦ୍ଵାରା ଶିଶୁର ମୃତ୍ୟୁ ଘଟିଛି। ସେପ୍ଟେମ୍ବର ୩୦, ୨୦୧୫ ରେ ନର୍ସ ଶିଶୁଟିକୁ ମାରିବା ପାଇଁ ପ୍ରଥମ ଉଦ୍ୟମ କରିଥିଲେ, ଯେତେବେଳେ ଲେବି ତାଙ୍କୁ ଖାଇବାକୁ ଦେବା ପରେ ହତ୍ୟା କରିବାକୁ ଚେଷ୍ଟା କରିଥିଲା।

ଜଣେ ଶିଶୁରୋଗ ବିଶେଷଜ୍ଞ ସିଦ୍ଧାନ୍ତ ନେଇଛନ୍ତି ଯେ ନାସୋଗାଷ୍ଟ୍ରିକ୍ ଟ୍ୟୁବ୍ ମାଧ୍ୟମରେ ଉଦ୍ଦେଶ୍ୟମୂଳକ ଭାବରେ ଶିଶୁଙ୍କ ପେଟରେ ବହୁ ପରିମାଣର ବାୟୁ ପ୍ରବେଶ କରି ଶିଶୁଙ୍କୁ ମରାଯାଉଅଛି। ନର୍ସ ପିଲାଙ୍କୁ ମାରି ତାଙ୍କ ପିତା ମାତାଙ୍କୁ ଶାନ୍ତ୍ବନା ଦେବାକୁ ଯାଇ କାର୍ଡ ମଧ୍ୟ ପଠାଉଥିଲେ।

ଯେଉଁ ଶିଶୁମାନେ ଅକାଳରେ ଜନ୍ମ ହୋଇଥିଲେ ଏବଂ ବହୁତ ଛୋଟ ଜନ୍ମ ହୋଇଥିଲେ ସେମାନଙ୍କୁ ଇନକ୍ୟୁବେଟରରେ ରଖାଯାଇଥିଲା। ନର୍ସକୁ ପିଲାମାନଙ୍କର ଯତ୍ନ ନେବାପାଇଁ ଛଡ଼ା ଯାଉଥିଲା। କିନ୍ତୁ ସେ କେବେ ଏବଂ କିପରି ପିଲାମାନଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିବେ ତାହା କାହାକୁ ଜଣା ନଥିଲା।ଇଞ୍ଜେକ୍ସନ ଦେଇ ପିଲାମାନଙ୍କୁ ହତ୍ୟା କରିଥିଲା ଏହି ନର୍ସ। ସେ ଇଞ୍ଜେକ୍ସନରେ ପିଲାଙ୍କ ଦେହରେ ବାୟୁ ଭରି ପିଲାମାନଙ୍କୁ ହତ୍ୟା କରୁଥିଲା।

ତେବେ ଲେବି ପ୍ରାୟ ମାମଲା ୧୭ ଟି ପିଲାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। କିନ୍ତୁ କ’ଣ ପାଇଁ ସେ ନିରୀହ ପିଲାଙ୍କୁ ମାରିଥିଲେ ସେ ବିଷୟରେ ଏପର୍ଯ୍ୟନ୍ତ କିଛି କହିନାହାନ୍ତି। ପୁଲିସ୍ ଏହି ଘଟଣାର ସତ୍ୟତା ପରୀକ୍ଷା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.