କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଅଶୁଭ ଖବର, ୨୦୨୬ରେ ବଢିବନି ଦରମା !

କେନ୍ଦ୍ର ସରକାରଙ୍କ ଦ୍ୱାରା ଅଷ୍ଟମ ବେତନ କମିଶନ ଘୋଷଣା ହୋଇଛି ।  ପ୍ରତ୍ୟେକ କର୍ମଚାରୀଙ୍କ ମନରେ ପ୍ରଶ୍ନ ହେଉଛି ଦରମା କେବେ ବୃଦ୍ଧି ପାଇବ ? ସରକାର ଜାନୁଆରୀ ୧, ୨୦୨୬ ରୁ ୮ମ ବେତନ କମିଶନ ଲାଗୁ କରିବାକୁ ଘୋଷଣା କରିଛନ୍ତି । ତେବେ ନୂତନ ଦରମା ପାଇବା ପାଇଁ କର୍ମଚାରୀମାନଙ୍କୁ ୨୦୨୭ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ । ଏହି ବିଳମ୍ବ ପଛରେ ଏକ ଭଲ ଖବର ରହିଛି ।

ତେବେ ଅଷ୍ଟମ ବେତନ କମିଶନର ସୁପାରିଶ ଗୁଡ଼ିକ ଏପ୍ରିଲ-ମେ ୨୦୨୬ ସୁଦ୍ଧା ଆସିବ ବୋଲି ଆଶା କରାଯାଉଛି ।  କାରଣ କମିଶନକୁ କାମ ଆରମ୍ଭ କରିବା ଏବଂ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଅତି କମରେ ୧୫ ରୁ ୧୮ ମାସ ସମୟ ଲାଗିପାରେ । ଏହାର ଅର୍ଥ ହେଉଛି କେବଳ ମଇ ୨୦୨୬ ସୁଦ୍ଧା ଚୂଡ଼ାନ୍ତ ସୁପାରିଶଗୁଡ଼ିକ ସରକାରଙ୍କୁ ପ୍ରଦାନ କରାଯାଇପାରିବ ।  ତା’ପରେ ଏହା ନିଶ୍ଚିତ ଯେ ଏହି ସୁପାରିଶ ଗୁଡ଼ିକର ସମୀକ୍ଷା । ଅନୁମୋଦନ ଏବଂ କାର୍ଯ୍ୟକାରୀତା ପାଇଁ ମଧ୍ୟ ସମୟ ଲାଗିବ । ଏହାର ଅର୍ଥ ହେଉଛି କର୍ମଚାରୀମାନେ କେବଳ ୨୦୨୭ ଆରମ୍ଭରୁ ନୂତନ ଦରମାର ଲାଭ ପାଇପାରିବେ ।

ଏହି ବିଳମ୍ବ ଯୋଗୁଁ ସବୁଠାରୁ ବଡ଼ ଆଶ୍ୱସ୍ତି ହେଉଛି କର୍ମଚାରୀମାନଙ୍କୁ ବକେୟା ଦରମା ପ୍ରଦାନ କରାଯିବ । ଜାନୁଆରୀ ୨୦୨୬ ଠାରୁ ଯେଉଁ ମାସର ନୂତନ ଦରମା ମିଳିନାହିଁ ସେହି ମାସର ଦରମାରେ ପାର୍ଥକ୍ୟ ଏକକାଳୀନ ଦିଆଯିବ । ଏହି ପରିମାଣ ଲକ୍ଷ ଲକ୍ଷ ହୋଇପାରେ । ଏନେଇ ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି କମିଶନ ଏପ୍ରିଲ ୨୦୨୫ ରୁ କାମ ଆରମ୍ଭ କରେ ତାହେଲେ ସୁପାରିଶ ପ୍ରସ୍ତୁତ କରିବାକୁ ପୂରା ଗୋଟିଏ ବର୍ଷ ସମୟ ଲାଗିବ । ଏହା ପରେ ସରକାରୀ ପ୍ରକ୍ରିୟାରେ ମଧ୍ୟ ସମୟ ଲାଗିପାରେ । ଏପରି ପରିସ୍ଥିତିରେ, ଦରମା ସଂଶୋଧନରେ ବିଳମ୍ବ ହେବା ସ୍ୱାଭାବିକ ।

କିନ୍ତୁ ସରକାର ଏହାକୁ ୧ ଜାନୁଆରୀ, ୨୦୨୬ ରୁ ଲାଗୁ କରିବା ଉଚିତ ଏବଂ କର୍ମଚାରୀମାନଙ୍କୁ ପ୍ରାପ୍ୟ ଦେଇଦେବା ଉଚିତ । ସପ୍ତମ ବେତେନ ଆୟୋଗ କମିଶନ କେବଳ ୧୪.୨୭ ପ୍ରତିଶତ ବଢିଥିଲା । ଯେତେବେଳେ ପୂର୍ବ ବେତନ କମିଶନଗୁଡ଼ିକରେ ହାରାହାରି ୨୭% ବୃଦ୍ଧି ଦେଖାଯାଉଥିଲା । ଏବେ ଅଷ୍ଟମ ବେତନ କମିଶନରୁ ଆଶା କରାଯାଉଛି ଯେ ଏହି ବୃଦ୍ଧି ୧୮ % ରୁ ୨୪% ମଧ୍ୟରେ ହୋଇପାରେ । ଯଦି ସରକାର ୨୪ % ପର୍ଯ୍ୟନ୍ତ ସୁପାରିଶ କରନ୍ତି, ତେବେ ଫିଟମେଣ୍ଟ ଫ୍ୟାକ୍ଟର ମଧ୍ୟ ଅଧିକ ହେବ ଏବଂ କର୍ମଚାରୀମାନଙ୍କୁ ବହୁତ ଆଶ୍ୱସ୍ତି ମିଳିବ ।

Also read : ଅଷ୍ଟମ ବେତନ କମିଶନ ଗଠନକୁ ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ, ସବୁ କେନ୍ଦ୍ରୀୟ କର୍ମଚାରୀ ହେବେ ଉପକୃତ