ଉତ୍ତରାଖଣ୍ଡ : ରାମ ମନ୍ଦିରରେ ଦାନଅର୍ଥ ଚୋରି ମାମଲା ପରେ ଶ୍ରୀ ବଦ୍ରିନାଥ ଏବଂ କେଦାରନାଥ ମନ୍ଦିର ସମିତି ନିଜ ଅଧିନରେ ଥିବା ସମସ୍ତ ମନ୍ଦିରକୁ ହେଉଥିବା ଦାନ, ଅର୍ପଣ ଏବଂ ରାଜସ୍ବ ସମ୍ବନ୍ଧୀ ସମସ୍ତ ପ୍ରବନ୍ଧନ ପାଇଁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ନିର୍ଦ୍ଦେଶରେ ଦାନ, ଅର୍ପଣ ହେଉଥିବା ଜିନିଷର ସଂଗ୍ରହ, ସୁରକ୍ଷା ଏବଂ ପୂର୍ଣ୍ଣ ପାରିଦର୍ଶିତାକୁ ବାଧ୍ୟତାମୂଳକ କରାଯାଇଛି । ଭବିଷ୍ୟରେ ଏଭଳି କିଛି ଅନିୟମିତତା ନ ହେବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଜୁଲାଇ ୨ ତାରିଖରେ ଜାରି ହୋଇଥିବା ଏକ ଆଦେଶରେ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସୋହନ ସିଂ ରଙ୍ଗର ସମିତି ଦ୍ବାରା ପ୍ରବନ୍ଧିତ ବଦ୍ରିନାଥ, କେଦାରନାଥ ଏବଂ ଅନ୍ୟ ସମସ୍ତ ମନ୍ଦିରରେ ଦାନ ଏବଂ ଅର୍ପଣ ହେଉଥିବା ଜିନିଷ ଗଣତି କେନ୍ଦ୍ର, ଲେଖା ଶାଖା, କୋଷାଗାର, ଅତିଥି ଗୃହ ଏବଂ ପୂଜା କାଉଣ୍ଟରର ଥିବା ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ନିର୍ଦ୍ଦେଶରେ କୁହାଯାଇଛି କି, ନଗଦ ଦାନ, ଦାନ କରାଯାଇଥିବା ସାମଗ୍ରୀ କିମ୍ବା ଅର୍ପଣ ହେଉଥିବା ଜିନିଷରେ କୌଣସି ପ୍ରକାରରେ ଅନିୟମିତତାକୁ ଗ୍ରହଣ କରାଯିବ ନାହିଁ । ବର୍ତ୍ତମାନ ଶ୍ରୀ ରାମ ମନ୍ଦିର ଅଯୋଧ୍ୟାରେ ଦାନ, ଅର୍ପଣ ସମ୍ବନ୍ଧରେ ମିଡିଆ ମାଧ୍ୟମରେ ଖବର ଜଣାପଡିଛି । ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ଅଧିନସ୍ଥ ମନ୍ଦିରରେ ଦାନ, ଅର୍ପଣ ଇତ୍ୟାଦି ଜିନିଷରେ ସତର୍କତା ଆବଶ୍ୟକତା ରହିଛି । ଏହାଦ୍ବାରା ଭବିଷ୍ୟରେ କୌଣସି ପ୍ରକାରର ଅନିୟମିତତା ଅଭିଯୋଗ ନ ଆସୁ ।
ଭବିଷ୍ୟତରେ ଏଭଳି କିଛି ଅନିୟମିତତା ଦେଖାଦେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
Also Read : ରାମ ମନ୍ଦିରରେ ନିଯୁକ୍ତି ପାଇଁ ହୋଇଛି ଲାଞ୍ଚ କାରବାର, ୧୨୫ରୁ ଅଧିକ କର୍ମଚାରୀ ଦେଇଛନ୍ତି ଟଙ୍କା