ବାଗେଶ୍ୱର ଧାମର ମହନ୍ତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇ ଗିରଫ, ଦଳିତ ବାହାଘରରେ ପିସ୍ତଲ ଦେଖାଇ କରିଥିଲେ ପାଟିତୁଣ୍ଡ

ବାଗେଶ୍ୱର ଧାମର ମହନ୍ତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇ ଏବଂ ଅନ୍ୟ ଜଣକୁ ଗିରଫ କରିଛି ପୋଲିସ । ପୋଲିସ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର କୋର୍ଟରେ ହାଜର କରାଯାଇଛି। କୋର୍ଟରେ ଶୁଣାଣି ଜାରି ରହିଛି।

ବାଗେଶ୍ୱର ଧାମର ମହନ୍ତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇ ଏବଂ ଅନ୍ୟ ଜଣକୁ ଗିରଫ କରିଛି ପୋଲିସ । ପୋଲିସ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର କୋର୍ଟରେ ହାଜର କରାଯାଇଛି। କୋର୍ଟରେ ଶୁଣାଣି ଜାରି ରହିଛି।

ସୂଚନାଯୋଗ୍ୟ, ୧୧ ଫେବୃଆରୀରେ ଛତରପୁରର ଏକ ଦଳିତ ପରିବାରର ବିବାହ ଉତ୍ସବରେ ପିସ୍ତଲ ଦେଖାଇ ଗାଳିଗୁଲଜ କରିବା ସହିତ ମାରପିଟ କରିଥିଲେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇ । ଏହାପରେ ବମୀଠା ଥାନାରେ ମାରପିଟ୍‌ ଏବଂ ଏସସି ଏବଂ ଏସଟି ଦାରା ଅନୁଯାୟୀ ମାମଲା ଦାଏର କରାଯାଇଥିଲା ।

ଯାହାର ଭିଡିଓ ଭାଇରଲ ହୋଇଥିଲା । ଯେଉଁଥିରେ ବାହାଘରରେ କିଛି ଲୋକ ପଶି ଗାଳିଗୁଲଜ କରିବା ସହିତ ଧମକାଉଥିବା ନଜର ଆସିଥିଲେ । ଏହି ମାମଲାରେ ଛତରପୁର ପୋଲିସ ମୁଖ୍ୟ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀକୁ ଗିରଫ କରିଥିଲା ।

ଭାଇରଲ ଭିଡିଓ ଏବଂ ପୀଡିତ ପରିବାରର ଅଭିଯୋଗକୁ ଭିତ୍ତି କରି ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇ ଶାଳିଗ୍ରାମ ଗର୍ଗଙ୍କୁ ପୋଲିସ ଗିରଫ କରିଥିଲା। ଏସସି ଏବଂ ଏସଟି ଧାରା ଅନୁସାରେ କେସ୍‌ ଦାଏର କରାଯାଇଥିଲା । ଏହି ମାମଲାରେ ଦୁହିଁଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା ।

କିଛିଦିନ ପୂର୍ବରୁ ମଧ୍ୟପ୍ରଦେଶର ବାଗେଶ୍ୱର ଧାମର ମହନ୍ତ ଧୀରେନ୍ଦ୍ର ଶାସ୍ତ୍ରୀ ଏବେ ସମଗ୍ର ଦେଶରେ ଚର୍ଚ୍ଚାର ରହିଥିଲେ । ସେ ଜଣେ ଭାରତୀୟ କଥାପ୍ରବଚକ। ଆଉ ତାଙ୍କୁ ବାଗେଶ୍ୱର ଧାମ ମହାରାଜା ନାମରେ ବେଶ୍‌ ପରିଚିତ । ଧୀରେନ୍ଦ୍ର ଶାସ୍ତ୍ରୀ ବାଗେଶ୍ୱର ଧାମରେ ମୁଖ୍ୟ ପୂଜାରୀ ଏବଂ ପୀଠାଧିଶ୍ୱର ଭାବେ ରହୁଛନ୍ତି । ଲୋକଙ୍କ ମନ କଥା ପଢି ତାଙ୍କର ପ୍ରଶ୍ନର ଉତ୍ତର ଦେଇ ଏବେ ଚର୍ଚ୍ଚାରେ ରହିଛନ୍ତି ଧୀରେନ୍ଦ୍ର ଶାସ୍ତ୍ରୀ । ଯାହାକୁ ନେଇ ଏବେ ଅନେକ ଚର୍ଚ୍ଚା ଏବଂ ବିବାଦ ସାମ୍ନାକୁ ଆସିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.