ବହାରାଇଚ୍ ହିଂସା, ରାମ ଗୋପାଲ ମିଶ୍ରାଙ୍କୁ ଗୁଳି ମାରିଥିବା ଅଭିଯୁକ୍ତ ଏନକାଉଣ୍ଟର

ଵହରାଇଚରେ ମହାରାଜାଗଞ୍ଜରେ ସ୍ଥିତି ଏବେ ସାମାନ୍ୟ ଅଛି । ଉତ୍ତର ପ୍ରଦେଶର ବହରାଇଚ ଜିଲ୍ଲାରେ ରାମ ଗୋପାଲ ମିଶ୍ରାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ହିଂସା ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି । ଯେଉଁ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର କରିଛି । ସେମାନେ ହେଲେ ସରଫରାଜ ଏବଂ ମହମ୍ମଦ ତାଲିମ୍ ।
ପୋଲିସ ଏନକାଉଣ୍ଟର କରିବା ସମୟରେ ଅଭିଯୁକ୍ତ ସର୍ଫରାଜ ଓ ତାଲିବଙ୍କ ଗୋଡ଼ରେ ଗୁଳି ବାଜିଥିଲା । ସୂଚନା ଅନୁସାରେ ଏହି ଦୁଇ ଅଭିଯୁକ୍ତ ସମ୍ପର୍କୀୟଙ୍କ ସହ ନେପାଳକୁ ଫେରାର ହେବା ପାଇଁ ଚେଷ୍ଟା କରୁଥିଲେ । ଏ ଦୁହେଁ ଅଭିଯୁକ୍ତଙ୍କୁ ଏସ ଟି ଏଫ୍ ଏବଂ ପୋଲିସ ଟିମ ଗୁଳି କରିଥିଲେ । ଏହି ଦୁଇ ଅଭିଯୁକ୍ତ ନେପାଳର ସୀମାରେ ବାଇକରେ ଯାଉଥିଲା । ଏହାପରେ ପୋଲିସ ସେମାନଙ୍କ ଗୋଡ଼ରେ ଗୁଳି ମାରିଥିଲା । ଗୁଳି ବାଜିବା ପରେ ଏହି ଅଭିଯୁକ୍ତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ରହିଛ ।
ଅଭିଯୁକ୍ତଙ୍କର ନେପାଳ ସହ ଯୋଗାଯୋଗ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ୟୁପି ପୋଲିସ ଓ ଏସଟିଏଫ୍ ଏହି ମାମଲାରେ ନେପାଳର ଅଧିକାରୀଙ୍କୁ ସହ ସମ୍ପର୍କ ରହିଥିଲା । କୌଣସି ମିଥ୍ୟା ତଥ୍ୟ ଓ ଗୁଜବରୁ ଦୂରେଇ ରହିବାକୁ ପୋଲିସ ପ୍ରଶାସନ ଲୋକଙ୍କୁ ଅପିଲ କରିଛନ୍ତି । ସେହିପରି ବାହାରାଇଚ ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ଏହି ବିଷୟରେ ସୂଚନା ଦିଆଯାଇଛି । ଏନକାଉଣ୍ଟର ପରେ ପୋଲିସ ମୁଖ୍ୟାଳୟରେ ଏଡିଜିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ପୋଲିସ ବିଭାଗର ବଡ ଅଧିକାରୀ ଏହି ବୈଠକ ରେ ସାମିଲ ଥିଲେ ।
ସୂଚନା ଅନୁସାରେ ଦଶହରା ସରିବା ପରେ ମୂର୍ତ୍ତି ବିସର୍ଜନ ପାଇଁ ବାହରାଇଚରେ ଭସାଣି ଚାଲିଥିଲା । ଏହି ସମୟରେ ମହରାଜଗଞ୍ଜ ବଜାର ନିକଟରେ କିଛି ଯୁବକ ଆସି ଗୀତ ବଜାଇବାକୁ ନେଇ ପାଟିତୁଣ୍ଡ କରିଥିଲେ। ଏହା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିଲା। କିଛି ଲୋକ ଶୋଭାଯାତ୍ରା ଉପରକୁ ପଥର ମାଡ଼ କରିବାରୁ ସ୍ଥିତି ଭୟଙ୍କର ରୂପ ଧାରଣ କରିଥିଲା ।