ଲସ ଏଞ୍ଜଲର୍ସ : ଆମେରିକାର କାର୍ଲିଫର୍ଣ୍ଣିଆରେ ଜଣେ ନାବାଳିକା ବିସ୍କୁଟ ପ୍ରସ୍ତୁତି କରିବା ପାଇଁ ଏପରି ଏକ ଜିନିଷର ବ୍ଯବହାର କରିଛନ୍ତି, ଯାହା ଜାଣି ଆପଣ ବିଶ୍ବାସ କରିପାରିବେ ନାହିଁ। ଖାଲି ସେତିକି ନୁହଁ , ବିସ୍କୁଟ ପ୍ରସ୍ତୁତ କରିବା ପରେ ତାହାକୁ ତାଙ୍କର ସମସ୍ତ ସାଙ୍ଗମାନଙ୍କୁ ମଧ୍ୟ ଖୁଆଇଥିଲେ। ତେବେ ଏହି ସ୍ବାଦିଷ୍ଟ ବିସ୍କୁଟ ପଛର କାହାଣୀ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯାହା ବିଷୟରେ ଆମେ କହିବାକୁ ଯାଉଛୁ।
ନାବାଳିକା ଜଣଙ୍କ ତାଙ୍କ ସାଙ୍ଗ ମାନଙ୍କୁ ଡ଼ାକି ବିସ୍କୁଟ ଖାଇବା ପାଇଁ ଜାଚିବା ସହ ଏଥିରେ ଏକ ଖାସ ଜିନିଷର ମିଶ୍ରଣ ହୋଇଛି କହିଥିଲେ। ପ୍ରଥମେ ସେମାନଙ୍କୁ ଲାଗିଥିଲା ବିସ୍କୁଟରେ ଡ଼୍ରଗ୍ସ କିମ୍ବା କୌଣସି ନିଶା ଦ୍ରବ୍ଯ ମିଶିଥିବ କିନ୍ତୁ ପଛରେ ଜଣାପଡ଼ିଥିଲା କି ନାବାଳିକା ଜଣଙ୍କ ତାଙ୍କ ଜେଜେବାପାଙ୍କ ଅସ୍ଥିରେ ସେହି ବିସ୍କୁଟକୁ ପ୍ରସ୍ତୁତ କରିଥିଲେ। ଏହି ବିସ୍କୁଟକୁ ମୋଟ ୯ ଜଣ ଖାଇଥିବା ବେଳେ କିଛି ଜଣା ଏବଂ କିଛି ଅଜଣାତରେ ଏହାକୁ ଖାଇଥିଲେ।
ତେବେ ଘଟଣା ବିଷୟରେବ ୪ ଅକ୍ଟୋବରରେ ପୋଲିସ ତଦନ୍ତ କରିଥିଲେ। ଏବେ ପର୍ଯ୍ଯନ୍ତ ଘଟଣା ବିଷୟରେ କାହାକୁ ଗିରଫ କରାଯାଇନଥିବା ବେଳେ ସ୍କୁଲ ତରଫରୁ ଏକ ବୟାନ ଜାରୀ କରାଯାଇଛି। ସ୍କୁଲର କର୍ମଚାରୀ କହିଛନ୍ତି, ସ୍କୁଲରେ କୌଣସି ଛାତ୍ରଙ୍କୁ କିଛି ସ୍ବାସ୍ଥ୍ଯ ସମସ୍ଯାର ସାମ୍ନା କରିବାକୁ ପଡ଼ିନାହିଁ।