ବାଲିରେ ଉଲଗ୍ନ ଜର୍ମାନ ମହିଳାଙ୍କ ମନ୍ଦିର ପ୍ରବେଶକୁ ନେଇ ଉତ୍ତେଜନା, ଗିରଫ ପରେ ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପଠାଗଲା ମେଡିକାଲ

 ଇଣ୍ଡୋନେସିଆ ବାଲିରେ ଜଣେ ଜର୍ମାନ ମହିଳା ଟୁରିଷ୍ଟଙ୍କ ଉଲଗ୍ନ ଫଟୋ ଭାଇରାଲ ହେବା ପରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ମହିଳାଙ୍କୁ ଗିରଫ କରିବା ପରେ ତାଙ୍କର ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲକୁ ପଠାଯାଇଛି । ମହିଳା ଜଣକ ବାଲିରେ ବୁଲିବା ବେଳେ ସମ୍ପୂର୍ଣ୍ଣ ଉଲଗ୍ନ ଭାବେ ବୁଲୁଥିଲେ । ଏପରିକି ହିନ୍ଦୁ ମନ୍ଦିରରେ ମଧ୍ୟ ଉଲଗ୍ନ ଭାବେ ପ୍ରବେଶ କରିଥିଲେ ।

ମନ୍ଦିର ଭିତରେ ଚାଲୁଥିବା ନୃତ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଉଲଗ୍ନ ଭାବେ ପ୍ରବେଶ କରିଥିଲେ । ଯାହାକି ଦର୍ଶକଙ୍କ ମଧ୍ୟରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଠି ହୋଇଥିଲା । ସଂଗେ ସଂଗେ ସୁରକ୍ଷା କର୍ମୀ ଉକ୍ତ ଜର୍ମାନ ଉଲଗ୍ନ ମହିଳାଙ୍କୁ କାବୁ କରିନେଇ ଥିଲେ । ମହିଳାଙ୍କ ନାମ ଦାରଜା ଶ୍ଚିନସିକ (୨୮) ବୋଲି ଜଣାଯାଇଛି । ବାଲିରେ ଚାଲୁଥିବା ହିନ୍ଦୁ ଶୋ’ ରେ ଟିକେଟ ନେବାକୁ ମନା କରିଥିଲେ । ହେଲେ ହଠାତ୍‌ ଉଲଗ୍ନ ଭାବେ ଷ୍ଟେଜ ମଧ୍ୟକୁ ପ୍ରବେଶ କରି ନୃତ୍ୟଙ୍ଗନାଙ୍କ ପାଖକୁ ଯିବାକୁ ଚେଷ୍ଟା କରୁଥିଲେ ।

ଏହି ସମୟରେ ସୁରକ୍ଷା କର୍ମୀ ତାଙ୍କୁ କାବୁ କରି ବାଲି ଉବୁଡ ଜିଲ୍ଲା ପୋଲିସକୁ ହସ୍ତାନ୍ତର କରିଥିଲେ । ଏହି ଅଘଟଣଟି ବାଲି ଉବୁଡ ସ୍ଥିତ ପୁରୀ ସରସ୍ୱତୀ ହୋଟେଲରେ ଘଟିଥିଲା । ଯଦି ଜର୍ମାନ ମହିଳା ଜଣକ ଦୋଷୀ ସାବ୍ୟସ୍ତ ହେବେ, ତେବେ ତାଙ୍କୁ ୨ ବର୍ଷ ୮ ମାସ ଜେଲ ଯିବାକୁ ପଡିପାରେ । ତେବେ ଜର୍ମାନ ମହିଳାଙ୍କ ମାନସିକ ସ୍ଥିତି ଯାଞ୍ଚ ପାଇଁ ହସପିଟାଲକୁ ପଠାଯାଇଛି ।
ଗତମାସ ମଧ୍ୟ ବାଲିରେ ଜଣେ ରୁଷୀୟ ମହିଳାଙ୍କ ନଗ୍ନ ଫଟୋ ଭାଇରାଲ ହେବା ପରେ ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା ।