ଟ୍ରେନ୍‌ କୋଚ୍‌ ଭିତରେ କରିପାରିବେ ନାହିଁ ଇନ୍‌ଷ୍ଟା ରିଲ୍‌ ଓ ଭିଡିଓ, ଟ୍ଵିଟ୍‌ କରି ଅନୁରୋଧ କଲା ଦିଲ୍ଲୀ ମେଟ୍ରୋ

ଦିଲ୍ଲୀ ମେଟ୍ରୋର କୋଚ ଭିତରେ ଇନ୍‌ଷ୍ଟା ରିଲ୍‌ ଓ ଭିଡିଓ ତିଆରି ଉପରେ ପ୍ରତିବନ୍ଧକ ଲଗାଯାଇଛି। DMRC ତରଫରୁ ରିଲ୍‌ ଏବଂ ଭିଡିଓ ନ କରିବାକୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି।

ଆଜିକାଲି ଦିଲ୍ଲୀ ମେଟ୍ରୋର କୋଚ୍ ଭିତରେ ଇନଷ୍ଟାଗ୍ରାମ ରିଲ୍ ଓ ଭିଡିଓ ତିଆରି କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନଜରରେ ରଖି ଦିଲ୍ଲୀ ମେଟ୍ରୋର କୋଚରେ ଭିଡିଓ ଓ ରିଲ ତିଆରି ଉପରେ ପ୍ରତିବନ୍ଧକ ଲଗାଯାଇଛି। DMRC ତରଫରୁ ଭିଡିଓ ଓ ରିଲ୍ ନ କରିବାକୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି।

କହି ରଖୁଛୁ, ମେଟ୍ରୋ କୋଚ୍ ଭିତରେ ରିଲ୍‌ ଓ ଭିଡିଓ ତିଆରି କରିବା ହୁଏତ ଜଣଙ୍କ ପାଇଁ ଲାଇକ୍‌ ଏବଂ ଭ୍ୟୁଜ୍‌ ଦୃଷ୍ଟିରୁ ଠିକ୍ ହୋଇପାରେ, କିନ୍ତୁ ଏଥିଯୋଗୁ ଅନ୍ୟ ଯାତ୍ରୀଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ବର୍ତ୍ତମାନ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ମେଟ୍ରୋ ଭିତରେ ରିଲ ଓ ଭିଡିଓ ତିଆରି ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି।

ପୂର୍ବରୁ ମଧ୍ୟ ଅନେବ ବାର ଦିଲ୍ଲୀ ମେଟ୍ରୋ ପକ୍ଷରୁ କୋଚ୍ ଭିତରେ ଭିଡିଓ ନ କରିବାକୁ ଚେତାବନୀ ଜାରି କରାଯାଇଛି। କିନ୍ତୁ ଏହାର କୌଣସି ଖାସ୍‌ ପ୍ରଭାବ ପଡ଼ି ନାହିଁ, ଯାହାଫଳରେ କି, ଅନେକ ସମୟରେ ମେଟ୍ରୋ କୋଚ୍ ଭିତରେ ରିଲ୍ ତିଆରିର ଭିଡିଓ ସାମ୍ନାକୁ ଆସିଛି। ସୋମବାର ଦିଲ୍ଲୀ ମେଟ୍ରୋ ଯାତ୍ରୀମାନଙ୍କୁ ଯାତ୍ରା ସମୟରେ ଭିଡିଓ ରେକର୍ଡ କରିବା ଉପରେ ରୋକ୍‌ ଲଗାଇଛି।

ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଟ୍ଵିଟ୍‌ କରି କହିଛି ଯେ ‘ଯାତ୍ରା କର, ଅସୁବିଧା କର ନାହିଁ’। ଏଥି ସହିତ ଏକ ପୋଷ୍ଟର ମଧ୍ୟ ସେୟାର କରି କହିଛି, ଦିଲ୍ଲୀ ମେଟ୍ରୋରେ ଯାତ୍ରୀ ହୁଅ, କିନ୍ତୁ ଅସୁବିଧା ସୃଷ୍ଟି କର ନାହିଁ। ଦିଲ୍ଲୀ ମେଟ୍ରୋ ଭିତରେ ରିଲ, ଡ୍ୟାନ୍ସ ଭିଡିଓ କିମ୍ବା ଏପରି କୌଣସି ବି କାର୍ଯ୍ୟକଳାପ କରିବା ନିଷେଧ, ଯଦ୍ଦ୍ଵାରା ଯାତ୍ରୀମାନଙ୍କୁ ଅସୁବିଧା ହୋଇପାରେ।

Leave A Reply

Your email address will not be published.