ଗାଧୋଇବାକୁ ଯାଇ ବୁଡ଼ିଗଲା ଭାଇ, ଭାଇକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଭଉଣୀର ଜୀବନ

୧୧ ବର୍ଷର ଭଉଣୀ କିରଣ ତା ୯ ବର୍ଷର ଭାଇ ସତୀଶ୍‌ କୁ ନଦୀକୁ ଡାକିଥିଲା ଗାଧୋଇବା ପାଇଁ । ଆଉ ଭାଇ ସତୀଶ୍‌ ମଧ୍ୟ ବଡ଼ ନାନୀ ଡାକୁଛି ବୋଲି ଗାଧୋଇବା ପାଇଁ ସେ ଖୁସିରେ ହୋଇଯାଇଥିଲା ଆଉ ନାନୀ ସହ ଗାଧୋଇବାକୁ ଯାଇଥିଲା । ହେଲେ ସେ କ’ଣ ଜାଣିଥିଲା ତା ହାତ ଛାଡ଼ି ତା ନାନୀ ସବୁଦିନ ପାଇଁ ଛାଡ଼ି ଏକା କରି ଚାଲିଯିବ ବୋଲି ।

ଗରମ ପ୍ରବଳ ହେଉଛି ଆଉ ସହି ହେଉନି ଚାଲ୍‌ ପୋଖରୀକୁ ଗାଧୋଇବାକୁ ଯିବା । ଏଭଳି କହି ୧୧ ବର୍ଷର ଭଉଣୀ କିରଣ ତା ୯ ବର୍ଷର ଭାଇ ସତୀଶ୍‌ କୁ ନଦୀକୁ ଡାକିଥିଲା ଗାଧୋଇବା ପାଇଁ । ଆଉ ଭାଇ ସତୀଶ୍‌ ମଧ୍ୟ ବଡ଼ ନାନୀ ଡାକୁଛି ବୋଲି ଗାଧୋଇବା ପାଇଁ ସେ ଖୁସି ହୋଇଯାଇଥିଲା ଆଉ ନାନୀ ସହ ଗାଧୋଇବାକୁ ଯାଇଥିଲା । ହେଲେ ସେ କ’ଣ ଜାଣିଥିଲା ତା ହାତ ଛାଡ଼ି ତା ନାନୀ ସବୁଦିନ ପାଇଁ ଏକା କରି ଚାଲିଯିବ ବୋଲି । କୁନି ଭାଇଟି ପାଣିରେ ବୁଡ଼ି ନାନୀକୁ ଯେତେ ଡାକୁଛି ଆଉ ତା’ ଡାକ କିଏ ବା ଶୁଣୁଛି ।

ଭାଇ ଭଉଣୀଙ୍କ ସମ୍ପର୍କ ସବୁଠୁ ଉର୍ଦ୍ଧ୍ୱରେ । ଯେତେ ଝଗଡ଼ା ହେଉ କି ପାଟି ତୁଣ୍ଡ । କେହି କାହାକୁ ଗୋଟିଏ କ୍ଷଣ ନ ଦେଖିଲେ ରହିପାରିବେନି । ଏଭଳି ଭାଇ ଭଉଣୀ ସମ୍ପର୍କ ଥିଲା ସତୀଶ ୍‌ ଆଉ କିରଣଙ୍କ ମଧ୍ୟରେ । ସତୀଶ୍‌ ଡାକୁଥିବେ ନାନୀଲୋ କିରଣ କହୁଥିବେ ତୁ ମୋ ସୁନା ଭାଇ । ହେଲେ ଏହି ନାନୀ ଡାକ ଶୁଣିବା ପାଇଁ ନାନୀ ଆଉ ଏ ଦୁନିଆରେ ନାହିଁ । ସ୍କୁଲରେ ଖରା ଦିନ ଛୁଟି ମିଳିଥିଲା । ମା ସହ କେଡ଼େ ଖୁସିରେ ମାମୁଁ ଘରକୁ ବୁଲିବାକୁ ଯାଇଥିଲେ ଦୁଇ ଭାଇ ଭଉଣୀ । ଅସହ୍ୟ ଗୁଳୁଗୁଳି ହେତୁ ସାଙ୍ଗ ହୋଇ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଦୁଇ ଭାଇ ଭଉଣୀ । ହେଲେ ପୋଖରୀରେ ଗାଧୋଉ ଗାଧୋଉ ହଠାତ୍‌ ଖସି ଯାଇଥିଲା କୁନି ଭାଇର ଗୋଡ଼ ଆଉ ସେ ପୋଖରୀରେ ବୁଡ଼ି ଯାଇଥିଲା କୁନି ଭାଇ । ଭାଇ ସତୀଶ୍‌କୁ ନଦୀରେ ବୁଡ଼ି ଯାଉଥିବାର ଦେଖି କଣ କରିବେ ଭାବି ପାରି ନଥିଲେ କିରଣ । ଭାଇକୁ ଯେମିତି ବି ହେଉ ପାଣିରୁ ବଞ୍ଚାଇବାକୁ ଚାହିଁଥିଲେ କିରଣ । ପାଟି ଚିଲାଇ ସାହାଯ୍ୟ ପାଇଁ ଡାକିଥିଲା । ହେଲେ ଦୁର୍ଭାଗ୍ୟବଶତଃ କିରଣ ନିଜେ ହିଁ ସେହି ପାଣିରେ ବୁଡ଼ି ତାଙ୍କ ଜୀବନ ଚାଲିଗଲା । ଏଭଳି ଦୁଃଖଦ ଘଟଣା ଉତ୍ତରପ୍ରଦେଶର ବାନ୍ଦାରେ ଘଟିଛି ।

ବବେରୁ କୋତବାଲି ଅଞ୍ଚଳର ଭଦେହଦୁ ଗାଁର ଜିତ ସିଂହ ତାଙ୍କ ସ୍ତ୍ରୀ ପୁନମ ଓ ପୁଅ ଓ ଝିଅଙ୍କୁ ଧରି ଶ୍ବଶୁର ଘରକୁ ବୁଲିବାକୁ ଯାଇଥିଲେ । ପ୍ରବଳ ଗରମ ହେତୁ କାହାକୁ କିଛି ନଜଣାଇ ୧୧ବର୍ଷର ଝିଅ କିରଣ ୯ବର୍ଷର ଭାଇ ସତୀଶକୁ ଧରି ସ୍ନାନ କରିବା ପାଇଁ ମାମୁଁ ଘର ପାଖରେ ଥିବା ପୋଖରୀକୁ ଚାଲି ଯାଇଥିଲେ । ଏହି ସମୟରେ ସତୀଶ ପାଣିରେ ବୁଡ଼ିଯିବା ଦେଖି ଭଉଣୀ ତାକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା କିନ୍ତୁ ଦୁଃଖର ବିଷୟ ସେ ପାଣିରେ ବୁଡ଼ି ଯାଇଥିଲା । ଗ୍ରାମବାସୀ ସଙ୍ଗେସଙ୍ଗେ ପୋଖରୀ ଭିତରୁ ସତୀଶ ଓ କିରଣଙ୍କୁ ଉଦ୍ଧାର କରିଥିଲେ । ଭାଇ ଓ ଭଉଣୀ ଦୁଇଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର କିରଣକୁ ମୃତ ଘୋଷଣା କରିଥିଲେ ।

ତେବେ କିରଣଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ପରିବାର ଲୋକେ । ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ମା’ ମୃତ ଝିଅ କିରଣକୁ ଧରି କାନ୍ଦିକାନ୍ଦି ଅଚେତ ହୋଇପଡ଼ୁଛି । ମାମୁଁଘର ଗାଁ ପୋଖରୀରେ ଭାଣିଜୀର ଜୀବନ ଯିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି । ସେ ଯାହା ହେଉନା କାହିଁକି ଆଜି ଗୋଟେ ମା’ର କୋଳ ଖାଲି ହୋଇଯାଇଛି ।

Leave A Reply

Your email address will not be published.