ଲିମକା ବୁକରେ ସାମିଲ୍ ହେଲା ବେଙ୍ଗାଲୁରୁର ହ୍ରଦ, ସର୍ବବୃହତ ଭାସମାନ ଦ୍ବୀପ ଭାବେ ପରିଚିତ

ବେଙ୍ଗାଲୁରୁ (କେନ୍ୟୁଜ୍) : ଭାରତରେ ଅନେକ ରାଜ୍ୟରେ ରହିଛି ବିଭିନ୍ନ ପ୍ରକାରର ଦୀପପୁଞ୍ଜ। କିନ୍ତୁ ଦେଶର ଇଲେକଟ୍ରୋନିକ୍ ସହର ଭାବେ ଜଣାଯାଉଥିବା ବେଙ୍ଗାଲୁରୁରେ ରହିଛି ଏକ ଭିନ୍ନ ଦ୍ବୀପ, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବେଙ୍ଗାଲୁରୁରେ ଦେଖିବାକୁ ମିଳିଥାଏ ଅନେକ ଛୋଟ ବଡ଼ ହ୍ରଦ, ସେଥିମଧ୍ୟରୁ ଅଙ୍କେଲରେ ଥିବା ହେବାଗୋଡ଼ି ହ୍ରଦ ଏବେ ନିଜକୁ ସାମିଲ କରିଛି ଲିମକା ବୁକ ଅଫ୍ ରେକର୍ଡ଼ରେ। କାରଣ ଏହାକୁ ଦେଶର ସର୍ବବୃହତ ଭାସମାନ ଦ୍ବୀପପୁଞ୍ଜ ମାନଙ୍କ ମଧ୍ୟରେ ପରିଚିତ କରାଯାଇଛି।

lake_bengaluru

ବେଙ୍ଗାଲୁରୁର ଏହି ହ୍ରଦ ୧୨ ହଜାର ବର୍ଗମିଟର ବିଶିଷ୍ଟ। ଏହି ହ୍ରଦରେ ଜଳ ସଠିକ ଭାବେ ରହିବ ତାହା ପାଇଁ ଏକ ତରଳ ରାସାୟନିକ ପଦାର୍ଥ ସାହାଯ୍ୟରେ ସେଠାରେ ଥିବା ମାଟିକୁ ଶୂନ୍ୟ କରାଯାଇଥାଏ। ଏଥିସହ ପାଣି ମଧ୍ୟରେ ଉଦ୍ଭିଦ ଚାଷ ମଧ୍ୟ କରାଯାଇଥାଏ। ଏଠାରେ ଖାଲି ବାଲି ଦେଖିବାକୁ ମିଳିଥିବା ବେଳେ ଏହାକୁ ଏକ ନୂତନ ଢ଼ାଞ୍ଚାରେ ନିର୍ମାଣ କରାଯାଇଛି। ଏହି ହ୍ରଦଟି ଦେଶରେ ରହିଥିବା ସମସ୍ତ ଭାସମାନ ଦ୍ବୀପ ମାନଙ୍କ ମଧ୍ୟରେ ସର୍ବବୃହତ। ଏଠାକାର ଜଳକୁ ବିଣୁଦ୍ଧ କରାଯିବା ସହ ସବୁବେଳେ ଏହାର ପିଏଚ୍ ସ୍ତରକୁ ସର୍ବଦା ୬.୫ ରୁ ୮.୫ ମଧ୍ୟରେ ରଖାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like