୬ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍ ଭୁଲିଲେ ଟ୍ୟୁରିଷ୍ଟ , ଫେରାଇବା ପାଇଁ କ୍ଯାବ୍ ଡ୍ରାଇଭର ପହଞ୍ଚିଲେ ଏୟାରପୋର୍ଟ

ନୂଆଦିଲ୍ଲୀ : କିଛି ବ୍ୟକ୍ତିଙ୍କ ପାଇଁ ତାଙ୍କର ସଚୋଟପଣ ହିଁ ବଡ଼ ଧନ ହୋଇଥାଏ। କୌଣସି ଲୋଭ ତାଙ୍କର ମନ ବଦଳାଇ ପାରିନଥାଏ। ଏହିପରି ଏକ ଉଦାହରଣ ସମସ୍ତଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି ବ୍ୟାଙ୍କକ୍ ଜଣେ କ୍ୟାବ୍ ଡ଼୍ରାଇଭର। ଜଣେ ଟ୍ୟୁରିଷ୍ଟ ଜଲଦି ଜଲଦିରେ କ୍ୟାବ୍ ମଧ୍ୟରେ ତାଙ୍କର ଟଙ୍କା ଭର୍ତ୍ତି ବ୍ୟାଗ୍ ଛାଡ଼ି ଦେଇଥିଲେ। ଯାହାପରେ କ୍ୟାବ୍ ଡ଼୍ରାଇଭର ବିନା କୌଣସି ଲୋଭରେ ତୁରନ୍ତ ସେହି ବ୍ୟାଗଟି ଟ୍ୟୁରିଷ୍ଟଙ୍କୁ ହସ୍ତାନ୍ତର କରିଥିଲେ। ଯାହା ପରେ ଏବେ ସେ ସମସ୍ତଙ୍କ ନିକଟରେ ସାଜିଛନ୍ତି ଏକ ଉଦାହରଣ।

taxi driver

ଘଟଣା ଅନୁଯାୟୀ, ବିରାଫୋଲ କ୍ଲାମସିରି ନାମକ ବ୍ୟାଙ୍କକର ଏକ କ୍ୟାବ୍ ଡ଼୍ରାଇଭର ଥାଇଲ୍ୟାଣ୍ଡ ବୁଲି ଆସିଥିବା ଜଣେ ଆମେରିକୀ ନାଗରିକ ଜେରୀ ଏଲନ ହାର୍ଟଙ୍କୁ ଏୟାରପୋର୍ଟ ପହଞ୍ଚାଇବା ପାଇଁ କ୍ୟାବରେ ବସାଇଥିଲେ। ଯାହା ପରେ ଜେରୀ ତାଙ୍କ ବ୍ୟାଗ୍ ନନେଇ ଭୁଲରେ କ୍ୟାବରୁ ଓହ୍ଲାଇଯାଇଥିଲେ। ଯେଉଁଥିରେ ୬ ଲକ୍ଷ ଟଙ୍କା ରହିଥିଲା। ପରେ କ୍ୟାବ୍ ଡ଼୍ରାଇଭର ବିରାଫୋଲଙ୍କ ନଜର ସିଟ ଉପରେ ପଡ଼ିଥିବା ସେହି ବ୍ୟାଗ୍ ଉପରେ। ଏଣୁ ସେ ସ୍ଥାନୀୟ ପୋଲିସକୁ ଘଟଣା ବିଷୟରେ କହିବା ସହ ଟ୍ୟୁରିଷ୍ଟ ଜଣଙ୍କ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଏୟାରପୋର୍ଟ ପୋଲିସ ତାଙ୍କ ବ୍ୟଗ୍ ହସ୍ତାନ୍ତର କରିଥିଲା।

taxy

ଏହି ସମସ୍ତ ଘଟଣା ବିଷୟରେ ଏୟାରପୋର୍ଟର ଜଣେ କର୍ମଚାରୀ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। ଯାହା ପରେ କଥାଟି ସୋସିଆଲ ମିଡ଼ିଆରେ ବହୁଳ ପରିମାଣରେ ଶେୟାର ହେବା ସହ ଏବେ ଡ଼୍ରାଇଭର ବିରାଫୋଲ ସମସ୍ତ ସ୍ଥାନରେ ପ୍ରଶଂସାର ପାତ୍ର ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.