ନାଗପୁରରେ ଜରୁରୀ ଅବତରଣ କଲା ବାଂଲାଦେଶ ଏୟାରଲାଇନ୍ସ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଢାକାରୁ ଦୁବାଇ ଯାଉଥିବା ବାଂଲାଦେଶ ଏୟାରଲାଇନ୍ସ ଏକ ବିମାନ ନାଗପୁରରେ ଜରୁରୀ ଅବତରଣ କରିଛି । ବିମାନରେ ବୈଷୟିକ ତ୍ରୁଟି କାରଣ ଯୋଗୁଁ ନାଗପୁର ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । ବିମାନରେ ୩୯୬ ଯାତ୍ରୀ ସହିତ ୧୨ ଜଣ କ୍ରୁ ସଦସ୍ୟ ଥିଲେ । ତେବେ ଯାତ୍ରୀଙ୍କୁ ଅନ୍ୟ ଏକ ବିମାନରେ ଦୁବାଇ ନିଆଯାଇଥିଲା ।
ଖବର ମୁତାବକ, ଢାକାରୁ ଦୁବାଇ ଯାଉଥିବା ବାଂଲାଦେଶ ଏୟାରଲାଇନ୍ସ ଏକ ବିମାନରେ ବୈଷୟିକ ତ୍ରୁଟି କାରଣ ଯୋଗୁଁ ନାଗପୁର ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । ଏଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ବିମାନରେ ୩୯୬ ଯାତ୍ରୀ ସହିତ ୧୨ ଜଣ କ୍ରୁ ସଦସ୍ୟ ଥିଲେ ।
ନାଗପୁରର ଜଣେ ବରିଷ୍ଠ ଅଧିକାରଙ୍କ କହିବା ମୁତାବକ, ବିମାନରେ ବୈଷୟିକ ସମସ୍ୟା ଯୋଗୁଁ ବୁଧବାର ରାତିରେ ବିମାନଟି ରୁଟ୍ ବଦଳିଥିଲା । ଏହାପରେ ନାଗପୁର ଏୟାରପୋର୍ଟରେ ଜରୁରୀ ଅବତରଣ କରିଥିଲା । ଏହାପରେ ଯାତ୍ରୀଙ୍କୁ ଅନ୍ୟ ଏକ ବିମାନରେ ବାଂଲାଦେଶକୁ ପଠାଯାଇଥିଲା ।
ସୂଚନାଯୋଗ୍ୟ, କାନାଡାରେ ଡେଲଟା ଏୟାରଲାଇନସର ବିମାନ ଲ୍ୟାଣ୍ଡିଂ ବେଳେ ଓଲଟିଗଲା । ବିମାନ କ୍ରାସରେ ୧୮ ଜଣ ଆହତ ହୋଇଥିଲେ । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଟରୋଣ୍ଟୋ ଏୟାରପୋର୍ଟରେ ଡେଲଟା ଏୟାରଲାଇନସର CRJ-900 ପ୍ଲେନ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମିନେପଲିସରୁ ବିମାନଟି ଆସୁଥିଲା । ଦୁର୍ଘଟଣାଗ୍ରସ୍ତ ବିମାନରେ ୮୦ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗି ଯାଇଥିଲା ।
Also Read : ସ୍ବର୍ଣ୍ଣ ପଦକ ବିଜେତା ୟସ୍ତିକା ଆଚାର୍ଯ୍ୟଙ୍କ ମୃତ୍ୟୁ, ଶକ୍ତି ଉତ୍ତୋଳନ ବେଳେ ବେକରେ ପଡିଲା ୨୭୦ କେଜି ଓଜନର ରଡ଼