ବାଂଲାଦେଶ : ଇସ୍କନ ସାଧୁ ଚିନ୍ମୟକୃଷ୍ଣଙ୍କ ଶୁଣାଣି ପୂର୍ବରୁ ଓକିଲ ଉପରେ ଆକ୍ରମଣ, ମିଳିଲାନି ଜାମିନ, ଆସନ୍ତା ୨ରେ ହେବ ଶୁଣାଣି

ବାଂଲାଦେଶରେ ହିନ୍ଦୁ ସମୁଦାୟ ବିରୋଧରେ ହିଂସା ଦେଖିବାକୁ ମିଳିଛି । ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗତ ସପ୍ତାହରେ ଗିରଫ କରାଯାଇଥିଲା । ଏବେ ତାଙ୍କ ପକ୍ଷରୁ ଲଢୁଥିବା ଓକିଲଙ୍କୁ ଆକ୍ରମଣ କରାଯାଇଥିଲା ।  ସେ ତାଙ୍କ ଘରେ ଥିବା ବେ‌ଳେ ଇସଲାମବାଦୀମାନେ ଅତି ନିର୍ମମ ଭାବରେ ଆକ୍ରମଣ କରିଥିଲେ ଏବଂ ବର୍ତ୍ତମାନ ସେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଜି ତାଙ୍କ ଜାମିନ ମାମଲାରେ ଶୁଣାଣି କରିଛନ୍ତି କୋର୍ଟ । ଓକିଲଙ୍କୁ ଆକ୍ରମଣ ପରେ ସରକାର କୋର୍ଟଙ୍କୁ ଚିନ୍ମୟ କୃଷ୍ଣଙ୍କ ଜାମିନ ଯାଚିକା ମାମଲାରେ ଅଧିକ ସମୟ ମାଗିଛନ୍ତି । ଏହାପରେ କୋର୍ଟ ଆଗାମୀ ଶୁଣାଣି ଆସନ୍ତା ଜାନୁଆରୀ ୨ ତାରିଖକୁ ଘୁଞ୍ଚାଇଛନ୍ତି ।

ଆଜି କୋର୍ଟରେ ଶୁଣାଣି ସମୟରେ ଚିନ୍ମୟକୃଷ୍ଣଙ୍କୁ ହାଜର କରାଯାଇଥିଲା । କିନ୍ତୁ ତାଙ୍କ ପକ୍ଷରୁ ଓକିଲ କୋର୍ଟରେ ହାଜର ହୋଇନଥିଲେ । ଏହାପରେ ଜାମିନ ଶୁଣାଣି ଜାନୁଆରୀ ୨ ତାରିଖକୁ ରହିଛି ।

ଦେଶଦ୍ରୋହ ଅଭିଯୋଗରେ  ହିନ୍ଦୁ ନେତା ତଥା ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସ ଗିରଫ ହେବା ପରେ ବାଂଲାଦେଶରେ ହିଂସା ଉପୁଜିଛି । ସୋମବାର ରାତିରେ ଏକ ଟୁଇଟ୍ କରି ଇସ୍କନ୍ ଇଣ୍ଡିଆର ସଭାପତି ତଥା ମୁଖପାତ୍ର ରାଧାରମନ୍ ଦାସ କହିଛନ୍ତି, “ଦୟାକରି ଆଡଭୋକେଟ୍ ରାମେନ୍ ରୟଙ୍କ ପାଇଁ ପ୍ରାର୍ଥନା କରନ୍ତୁ । ସେ ଚିନ୍ମୟ କୃଷ୍ଣ ପ୍ରଭାସଙ୍କୁ କୋର୍ଟରେ ରକ୍ଷା କରୁଥିଲେ ବୋଲି ଏଭଳି ଦଣ୍ଡ ମିଳିଛି । ଇସଲାମବାଦୀମାନେ ତାଙ୍କୁ ତାଙ୍କ ଘରେ ଆକ୍ରମଣ କରି ଆଇସିୟୁ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଛନ୍ତି।’’

ବାଂଲାଦେଶର ହିନ୍ଦୁ ନେତା ତଥା ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗତ ସପ୍ତାହରେ ଗିରଫ କରାଯାଇଥିଲା ।