ଦେଶ ବିଦେଶ

ଓ୍ଵାଟର ପାର୍କରେ ସ୍ଲାଇଡିଂ କରିବା ବେଳେ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ, ହାର୍ଟ ଆଟାକ୍‌ ଆଶଙ୍କା

ଉତ୍ତର ପ୍ରଦେଶର ମେରଠରେ ଥିବା ଏକ ଓ୍ଵାଟର ପାର୍କରେ ଘଟିଛି ବଡ଼ ଦୁର୍ଘଟଣା । ଏଠାରେ ସ୍ଲାଇଡିଂ କରିବା ସମୟରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ମୁତାବକ, ଓ୍ଵାଟର ପାର୍କରେ ସ୍ଲାଇଡିଂ କରିବା ବେଳେ ହଠାତ୍‌ ଜଣେ ଯୁବକ ଅଚେତ ହୋଇପଡ଼ିଥିଲେ । ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଏକ ଘରୋଇ ବ୍ୟାଙ୍କର ମ୍ୟାନେଜର ବୋଲି ଜଣାପଡ଼ିଛି ।

ମୃତକଙ୍କ ସାଙ୍ଗମାନେ ଅଭିଯୋଗ ଆଣିଛନ୍ତି ଯେ ଓ୍ଵାଟର ପାର୍କରେ ଡାକ୍ତରୀ ବ୍ୟବସ୍ଥା ଠିକ୍‌ ନ ଥିଲା । ଯଦି ଏଠାରେ ସେଭଳି କିଛି ବ୍ୟବସ୍ଥା ଥାଆନ୍ତା, ତେବେ ଯୁବକଙ୍କ ଜୀବନ ରକ୍ଷା କରାଯାଇ ପାରିଥାଆନ୍ତା ।

ଘଟଣା ଘଟିଛି ମେରଠର ପରତାପୁର ଥାନା ଅଧୀନ ଦିଲ୍ଲୀ-ଡେରାଡୁନ୍‌ ରାଜପଥସ୍ଥିତ ପାଣ୍ଟାସି ଓ୍ଵାର୍ଲ୍ଡ ଓ୍ଵାଟର ପାର୍କରେ । ଏଠାରେ ରବିବାର ଦ୍ୱିପ୍ରହର ସମୟରେ ମୋଦିନଗର ନିବାସୀ ମୋହିତ ତାଙ୍କର ୩ ଜଣ ସାଙ୍ଗଙ୍କ ସହ ଆସିଥିଲେ । ମୋହିତ ଦିଲ୍ଲୀସ୍ଥିତ ଏକ ଘରୋଇ ବ୍ୟାଙ୍କ ଶାଖାର ମ୍ୟାନେଜର ଥିଲେ ।

ସେ ସାଙ୍ଗମାନଙ୍କ ସହ ଓ୍ଵାଟର ପାର୍କରେ ସ୍ଲାଇଡିଂର ମଜା ନେଉଥିଲେ । ହେଲେ ଏହି ସମୟରେ ଉପରୁ ତଳକୁ ସ୍ଲାଇଡିଂ କଲା ବେଳେ ହଠାତ୍‌ ମୋହିତ ବେହୋଶ୍‌ ହୋଇଯାଇଥିଲେ । ଏହା ଦେଖି ସାଙ୍ଗମାନେ ତୁରନ୍ତ ଡାକ୍ତର ଡକାଇବାକୁ ପାର୍କ କର୍ତ୍ତୃପକ୍ଷଙ୍କୁ କହିଥିଲେ, କିନ୍ତୁ ସେଠାରେ କୌଣସି ଡାକ୍ତରୀ ସେବା ବ୍ୟବସ୍ଥା ନ ଥିଲା ।

ଏହାପରେ ୩ ଜଣ ସାଙ୍ଗ ବାହାରକୁ ଆସି କୌଣସି ପ୍ରକାରେ ଗାଡ଼ିର ବ୍ୟବସ୍ଥା କରିଥିଲେ । ସେମାନେ କାର୍‌ରେ ମୋହିତଙ୍କୁ ହସ୍ପିଟାଲ ନେଇଯାଇଥିଲେ । ହେଲେ ସେତେବେଳକୁ ବହୁତ ଡେରି ହୋଇସାରିଥିଲା । ହସ୍ପଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୋଲିସ ମୋହିତଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ କହିଛି ଯେ ଶରୀରରେ କୌଣସି ଆଘାତ ଚିହ୍ନ ନାହିଁ । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ । ତେବେ କୁହାଯାଉଛି ଯେ ହାର୍ଟ ଆଟାକ୍‌ ଯୋଗୁ ମୋହିତଙ୍କର ମୃତ୍ୟୁ ହୋଇଥାଇପାରେ । ବର୍ତ୍ତମାନ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ଅନ୍ୟପଟେ ଓ୍ଵାଟର ପାର୍କ ଭିତରେ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁକୁ ନେଇ ସାଙ୍ଗ ଏବଂ ସମ୍ପର୍କୀୟମାନେ ଜୋର୍‌ଦାର ହଙ୍ଗାମା କରିଥିଲେ । ସେମାନଙ୍କ କହିବା ହେଲା, ଓ୍ଵାଟର ପାର୍କରେ କେହି ଡାକ୍ତର ମୁତୟନ ନ ଥିଲେ । ପାର୍କ ପ୍ରଶାସନର ଅବହେଳା କାରଣରୁ ଏହି ଘଟଣା ଘଟିଛି ।

Roshni

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

8 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

23 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

37 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

48 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

59 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago