ଆଜି ଭାରତକୁ କଳାଧନ ଜମାକାରୀଙ୍କ ତାଲିକା ଦେବ ସ୍ୱିସ୍ ବ୍ୟାଙ୍କ, ବିଦେଶରେ ଲୁଚେଇ ରଖିଥିବା ଭାରତୀୟଙ୍କୁ ଲାଗିବ ଝଟକା

ବିଦେଶରେ କଳାଧନ ଲୁଚେଇ ରଖିଥିବା ଭାରତୀୟଙ୍କୁ ବଡ଼ ଝଟକା ଲାଗିବ । ସ୍ୱିସ୍ ବ୍ୟାଙ୍କରେ କେତେ ଭାରତୀୟଙ୍କ ଆକାଉଣ୍ଟ ରହିଛି ? କେଉଁମାନେ ସ୍ୱିସ୍ ବ୍ୟାଙ୍କରେ କଳାଧନ ଜମା କରିଛନ୍ତି ? ଆଉ କିଛି ଗୁପ୍ତ ହୋଇ ରହିବ ନାହିଁ । ଆଜି ଭାରତକୁ କଳାଧନ ଜମାକାରୀଙ୍କ ତାଲିକା ଦେବ ସ୍ୱିସ୍ ବ୍ୟାଙ୍କ ।

ଟ୍ୟାକ୍ସ ଅଧିକାରୀଙ୍କ ପାଖରେ ଏହି ତାଲିକା ଉପଲବ୍ଧ ହେବ । ନିକଟରେ ବ୍ୟାଙ୍କିଂ ସୂଚନା ଆଦାନ ପ୍ରଦାନ ନେଇ ସ୍ୱିଜରଲ୍ୟାଣ୍ଡ ଓ ଭାରତ ମଧ୍ୟରେ ବୁଝାମଣା ହୋଇଥିଲା । ଏହାପରେ ସ୍ୱିସ୍ ବ୍ୟାଙ୍କ କଳାଧନ ଜମାକାରୀଙ୍କ ତାଲିକା ଦେଉଛି । ତାପୂର୍ବରୁ ଗତ ୨୯ ଓ ୩୦ ତାରିଖରେ ସ୍ୱିଜରଲ୍ୟାଣ୍ଡର ଏକ ପ୍ରତିନିଧି ମଣ୍ଡଳୀ ଭାରତ ଆସିଥିଲେ ।

ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ ବା ସିବିଡିଟି କହିଛି, କଳାଧନ ବିରୋଧୀ ଲଢ଼େଇରେ ସରକାରଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସେପ୍ଚେମ୍ବରରୁ ସ୍ୱିସ୍ ବ୍ୟାଙ୍କ ସହ ଜଡ଼ିତ ଗୋପନୀୟତାର ଜମାନାର ଅନ୍ତ ହୋଇଯିବ ବୋଲି ସିବିଡିଟି କହିଛି । କୁହାଯାଉଛି ବିଦେଶରେ ଭାରତୀୟଙ୍କ ୩୪ ଲକ୍ଷ କୋଟି ଟଙ୍କାର କଳାଧନ ମହଜୁଦ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.