ବାର କାଉନସିଲର ବଡ ନିଷ୍ପତ୍ତି, ବିନା ପ୍ରାକ୍ଟିସ ପ୍ରମାଣପତ୍ରରେ ଓକିଲ କରିପାରିବେନି ଓକିଲାତି

ଓକିଲମାନଙ୍କ କାର୍ଯ୍ୟକଳାପକୁ ସୁଧାରିବା ପାଇଁ ବାର କାଉନସିଲ ଅଫ ଇଣ୍ଡିଆ ବଡ ପଦକ୍ଷେପ ନେବା ପାଇଁ ସ୍ଥିର କରିଛନ୍ତି। ଏଥିପାଇଁ ଅଦାଲତରେ ପ୍ରାକ୍ଟିସ କରୁଥିବା ଓକିଲ ପାଞ୍ଚବର୍ଷ ପର୍ଯ୍ୟନ୍ତ ନିୟମିତ ପ୍ରଶିକ୍ଷଣ ପ୍ରାପ୍ତ କରିବା ଉଚିତ। ଠିକ୍‌ ସେହିପରି ହାଇକୋର୍ଟରେ ଓକିଲାତି କରିବା ପାଇଁ ଦୁଇ ବର୍ଷ ପର୍ଯ୍ୟନ୍ତ ଜିଲ୍ଲା କୋର୍ଟରେ ଏବଂ ସୁପ୍ରିମ କୋର୍ଟରେ ପ୍ରାକ୍ଟିସ ପାଇଁ ହାଇକୋର୍ଟରେ ୨ ବର୍ଷ ପର୍ଯ୍ୟନ୍ତ ଓକିଲାତି ଅଭ୍ୟାସ କରିବା ଅନିବାର୍ଯ୍ୟ।

ବାର କାଉନସିଲ ଦ୍ୱାରା ପ୍ରସ୍ତାବିତ ନିମୟରେ ହାଇକୋର୍ଟ କିମ୍ବା ସୁପ୍ରିମକାର୍ଟରେ ଓକିଲାତି ପାଇଁ ତା’ ଠାରୁ ନୀଚ୍ଚ ଅଦାଲତରେ ଅତିକମ୍‌ରେ ଦୁଇ ବର୍ଷ ପର୍ଯ୍ୟନ୍ତ ଓକିଲାତି ଅନୁଭବ ରହିବା ଆବଶ୍ୟକ। ଏଥିପାଇଁ ଅଭିଜ୍ଞତା ପ୍ରମାଣପତ୍ର ଅତିକମ୍‌ରେ ୧୫ ବର୍ଷ ଓକିଲାତି ଅନୁଭବ ରହିଥିବା ଆବଶ୍ୟକ।
କୌଣସି ହାଇକୋର୍ଟ ବାର ଆସୋସିଏସନର ବିନା ଅନୁଭବ ପ୍ରମାଣପତ୍ର ବିନା କାହାକୁ ଓକିଲାତି ସଦସ୍ୟତା ପ୍ରଦାନ ଦେବାକୁ ମନା କରାଯାଇଛି।

lawyers

ସୁପ୍ରିମକୋର୍ଟରେ ଓକିଲାତି ପାଇଁ ଅନୁଭବ ପ୍ରମାଣପତ୍ର ସମ୍ବନ୍ଧିତ ହାଇକୋର୍ଟ ବାର ଆସୋସିଏସନ ଏବଂ ହାଇକୋର୍ଟର ମହାନିବନ୍ଧକ ଦ୍ୱାରା ଜାରି କରାଯିବ।
ଯଦି କୌଣସି ଓକିଲ ୧୦ ବର୍ଷ ପର୍ଯ୍ୟନ୍ତ ମଧ୍ୟ ଓକିଲାତି କରିଥବେ, ତେବେ ସେମାନେ ମଧ୍ୟ ପ୍ରଶିକ୍ଷଣ ନେବା ଜରୁରୀ। ସେମାନଙ୍କୁ ପ୍ରଶିକ୍ଷଣ ଅବସରପ୍ରାପ୍ତ ଜଜ୍‌, ବରିଷ୍ଠ ତଥା ଅନୁଭବୀ ଅଧିବକ୍ତା ହିଁ ଦେବେ। ଏହି ପ୍ରଶିକ୍ଷଣ ନିଶୁଳ୍କ ଏବଂ ପାଞ୍‌ଚ ବର୍ଷରେ ନ୍ୟୁନତମ ୪୦ ଦିନ ପ୍ରଶିକ୍ଷଣ ଆବଶ୍ୟକ। ଏହାଛଡା ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ଜଜ୍‌ଙ୍କ ସେବାନିବୃତ୍ତ ବୟସ ୭୦ ଏବଂ ୬୭ ବର୍ଷ କରିବା ପାଇଁ ସରକାରଙ୍କୁ ନିବେଦନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.